ନିଜ ଫାସରେ ନିଜେ ଫସିଲେ ପିସିସି ସଭାପତି!
Advertisement

ନିଜ ଫାସରେ ନିଜେ ଫସିଲେ ପିସିସି ସଭାପତି!

କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ତଦନ୍ତ ପାଇଁ କମିଟି ଗଠନ କରି ପୁଣି ନୂଆ ଅଡୁଆରେ ଫସିଛନ୍ତି ନିରଞ୍ଜନ । କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ଖୋଦ ପିସିସି ସଭାପତିଙ୍କୁ ଦାୟୀ କରି କଂଗ୍ରେସ ନେତାମାନେ ନିରଂଜନଙ୍କ ଉପରେ ବର୍ଷି ଚାଲିଛନ୍ତି । 

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ମଳୟ ମହାନ୍ତି, ଭୁବନେଶ୍ୱର: ନିଜ ଫାସରେ ନିଜେ ଫସିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ତଦନ୍ତ ପାଇଁ କମିଟି ଗଠନ କରି ପୁଣି ନୂଆ ଅଡୁଆରେ ଫସିଛନ୍ତି ନିରଞ୍ଜନ । କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ଖୋଦ ପିସିସି ସଭାପତିଙ୍କୁ ଦାୟୀ କରି କଂଗ୍ରେସ ନେତାମାନେ ନିରଂଜନଙ୍କ ଉପରେ ବର୍ଷି ଚାଲିଛନ୍ତି । ଏହାସହ ତାଙ୍କ ନାମରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । 

ଏଭଳି ସ୍ଥିତିରେ ସାରା ରାଜ୍ୟରେ ନିନ୍ଦିତ ହେବା ପରେ ଏବେ ତଦନ୍ତ ପାଇଁ କମିଟି ଗଠନ କରି ପୁଣି ଥରେ ଅଡୁଆରେ ନିରଂଜନ । ବାଉନସର ପ୍ରସଙ୍ଗରେ ତଦନ୍ତ ପାଇଁ ସାଂସଦ ରଂଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠିତ ହୋଇଛି । ଏଥିରେ ରଂଜୀବ ଅଧ୍ୟକ୍ଷ ଥିବାବେଳେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଏବଂ ବଟକୃଷ୍ଣ ତ୍ରିପାଠୀ ସଦସ୍ୟ ରହିଛନ୍ତି ।

ଘଟଣାର ପୁଙ୍ଖାନୁପୁଙ୍ଖ ଏବଂ ନିରପେକ୍ଷ ତଦନ୍ତ କରି ରିପୋର୍ଟ ଦେବେ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏପରିକି ଏ ପ୍ରସଙ୍ଗ ନିନ୍ଦନୀୟ ଏବଂ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି କହିଛନ୍ତି । ଅନ୍ୟପକ୍ଷରେ କମିଟି ଗଠନକୁ ନେଇ ପିସିସି ସଭାପତିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ । ବାଉନସରକୁ ନିଜେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ତାଙ୍କ ପୁଅ ନବଜ୍ୟୋତି ନେଇ କଂଗ୍ରେସ ଭବନ ଆସିଥିବା ବେଳେ ସିଏ କଣ କମିଟି ଗଢିବେ ଏବଂ ତଦନ୍ତ କରାଇବେ ବୋଲି ଇତିଶ ପ୍ରଶ୍ନ କରିଛନ୍ତି ।

ନିଜ ଉପରୁ କଳଙ୍କ ଛଡାଇବା ପାଇଁ ଏହା ନିରଂଜନଙ୍କର ଚେଷ୍ଟା ବୋଲି କୁହାଯାଇଛି । ଘଟଣାକୁ ଚପାଇ ଦେବାକୁ ନିରଂଜନ ଉଦ୍ୟମ କରୁଥିବା ବେଳେ କମିଟି ଗଠନ ଚୋର ହାତରେ ଚାବିକାଠି ଦେବା ଭଳି କଥା ବୋଲି କୁହାଯାଇଛି । ଯଦି ସିଏ ଭୁଲ କରିଛନ୍ତି ତେବେ କ୍ଷମା ମାଗନ୍ତୁ ନ ହେଲେ ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ପଚାଶ ମିଛ କହିବା କି ପ୍ରକାର ଚରିତ୍ର ବୋଲି ପ୍ରଶ୍ନ କରିଛନ୍ତି ଇତିଶ । ଏପରିକି ନିରଂଜନଙ୍କ ପୁଅଙ୍କୁ ଗାଡି ଚଳାଇ ଶିଖି ନ ଥିବା ଡ୍ରାଇଭରର ଆଖ୍ୟା ଦେଇଛନ୍ତି ଇତିଶ ।