Corona ମୁକାବିଲା; ସ୍ଥିତି ଅନୁଧ୍ୟାନ କରିବାକୁ ଗଞ୍ଜାମରେ ପହଞ୍ଚିଲେ Odisha DGP
ଗଳା ବାଟର ସୁଯୋଗ ନେଇ ଅନେକ ଲୋକ ପ୍ରଶାସନକୁ ଅସହଯୋଗ କରି ଲୁଚିଛପି ଆସୁଛନ୍ତି।
ବ୍ରହ୍ମପୁର: ରାଜ୍ୟରେ କୋରାନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢୁଥିବା ବେଳେ ଏବେ ରାଜ୍ୟବାସୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛନ୍ତି ପ୍ରବାସୀ। ଉଭୟ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଆଦି ରାଜ୍ୟରେ ମହମାରୀର ନୂଆଁ ଟ୍ରେଣ୍ଡ ଦେଖିବାକୁ ମିଳିଥିବା ବେଳେ ଓଡିଶା ଉପରେ ଏହାର ପ୍ରଭାବ ପଡିବା ପୂର୍ବରୁ ସତର୍କ ହୋଇ ଉଠିଛନ୍ତି ରାଜ୍ୟ ସରକାର।
ବିଗତ କିଛି ଦିନ ଧରି ଏହି ଦୁଇ ଦାକ୍ଷିଣାତ୍ୟ ରାଜ୍ୟରୁ ଦଳ ଦଳ ହୋଇ ପ୍ରବାସୀ ଫେରିବା ଆରମ୍ଭ କରୁଥିବା ବେଳେ ସୀମାରେ ଢିଲା ଯାଞ୍ଚ ବ୍ଯବସ୍ଥାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଜୀ ଓଡିଶା। ଏହା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (Odisha Police Director General) ଆଇପିଏସ ଅଭୟ (DGP IPS Abhay) ବ୍ରହ୍ମପୁର ଗସ୍ତରେ ଆସି ଗଞ୍ଜାମ ଜିଲ୍ଲା ଅଧିନସ୍ଥ ୨ ପୋଲିସ ଜିଲ୍ଲା (Ganjam Police District) ଆରକ୍ଷୀ ଅଧିକ୍ଷକଙ୍କ (Superintendent of Police) ସହ ଏ ବାବଦରେ ସମୀକ୍ଷା କରିବା ପରେ ସୀମାନ୍ତକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
Also Read: Corona Alert: ଫେରୁଛନ୍ତି ଦାଦନ, ସତର୍କ ହୋଉଠିଲା ପ୍ରଶାସନ
ଗଞ୍ଜାମ ଜିଲ୍ଲା ଗସ୍ତରେ ଓଡିଶା ପୋଲିସ ଡିଜି ଆଇପିଏସ ଅଭୟ। କୋଭିଡ୍ ମୁକାବିଲାକୁ ନେଇ ଜିଲ୍ଲାର ଦୁଇ ଏସପିଙ୍କୁ ପ୍ରଦାନ କରିଛନ୍ତି ଗୁରୁମନ୍ତ୍ର। ପ୍ରବାସୀ ଓଡିଆଙ୍କ ଉପରେ କଡା ନଜର ରଖିବା ଲାଗି ଦେଲେ ପରାମର୍ଶ। ଆନ୍ଧ୍ର ପ୍ରଦେଶ-ଓଡିଶା ସୀମାନ୍ତରେ (Odisha-Andhra Border) ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି଼ ଡିଜି। ବିଗତ କିଛି ଦିନ ଧରି ରାଜ୍ୟକୁ ପ୍ରବାସୀଙ୍କ ଆଗମନ ଦ୍ରୁତ ଗତିରେ ବଢୁଥିବା ବେଳେ ସୀମାରେ ଢିଲା ଯାଞ୍ଚ ବ୍ଯବସ୍ଥାକୁ ନେଇ ଲଗାତର ଖବର ପ୍ରସାରଣ କରିଆସୁଥିଲା Zee Odisha।
ଏପରିକି ରାଜ୍ୟକୁ କୋରୋନା ମହମାରୀର ନୂଆଁ ଟ୍ରେଣ୍ଡ ଭୟ ରହିଥିବା ନେଇ ସରକାର ହୃଦବୋଧ କରିବା ପରେ ପୋଲିସ କର୍ମଚାରୀଙ୍କ ମନୋବଳକୁ ଦୃଢ କରିବା ଲାଗି ମେ ୮ ତାରିଖ ଶନିବାର ଡିଜିପି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସହ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ (Odisha Police Southern Range IG) ସହ ସାକ୍ଷାତ କରିବା ସହ ଜିଲ୍ଲାରେ କୋଭିଡ୍ ପରିଚାଳନା ବାବଦରେ ସମୀକ୍ଷା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ନିଜର କର୍ତ୍ତବ୍ୟ ସଠିକ ଢଙ୍ଗରେ କରିଆସୁଥିବା ହେତୁ ଏବେ ଗଞ୍ଜାମ ବିପଦ ଠାରୁ ଅନେକ ଗୁଣରେ ଦୂରରେ ରହିବା ସହ ପୋଲିସ କର୍ମଚାରୀଙ୍କ ଦାୟିତ୍ବକୁ ପ୍ରସଂଶା କରିଛନ୍ତି।
Also Read: Corona Alert: କୋରୋନା ମହମାରୀକୁ ରୋକିବାକୁ ଅଣ୍ଟାଭିଡିଲେ ରେଶମ ନଗରୀ ବାସିନ୍ଦା
ଏହା ପରେ ଓଡିଶା-ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ ଗିରିସୋଲା ଚେକ ପୋଷ୍ଟ (Girisola Check Post) ଠାରେ ଡିଜିପି ଅଭୟ ଏବଂ ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି (Law & Order ADG) ଯଶୋୱନ୍ତ ଜେଠୱା (Yashwant Jethwa) ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଯେଉଁଭଳି ପୋଲିସ ସୁଦୃଢ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ପ୍ରବାସୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ପ୍ରଶାସନ ସହଯୋଗରେ ପ୍ରବାସୀଙ୍କ ନାମ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଥିଲେ।
Also Read: ଭିଟାମାଟି ମୁହାଁ ପ୍ରବାସୀ ଓଡିଆ; ଆତଙ୍କିତ ଜନତା, ବେଫିକର ପ୍ରଶାସନ
ସୀମାନ୍ତବର୍ତ୍ତୀ ଅଞ୍ଚଳର ପ୍ରମୁଖ ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି ହେଲେ ଗଳା ବାଟ ଦେଇ ଅନେକ ଲୋକ ପ୍ରଶାସନକୁ ଅସହଯୋଗ କରି ଲୁଚିଛପି ଆସୁଥିବା କଥାକୁ ସ୍ବୀକାର କରିଛନ୍ତି ଗଞ୍ଜାମ ଜିଲ୍ଲାପାାଳ। ଏଭଳି ପରିସ୍ଥିତିରେ ଜିଲ୍ଲାବାସୀଙ୍କୁ ବିପଦ ମୁହଁକୁ ନଠେଲି ସହଯୋଗ କରିବା ଲାଗି ନିବେଦନ କରିଛନ୍ତି ସେ। ସୀମାନ୍ତ ଅତିକ୍ରମ କରି ପାଦଚଲା ରାସ୍ତା ଆପଣାଇଥିବା ପ୍ରବାସୀଙ୍କ ଲାଗି ଏକ ଟିଏମସି ସେଣ୍ଟର ପ୍ରସ୍ତୁତ କରାଯାଇ ଥିବା ବେଳେ ବର୍ତ୍ତମାନ ସମୟରେ କାହାରି କୌଣସି ଅସୁବିଧା ଯେପରି ନହୁଏ ସେଥିଲାଗି ଧ୍ଯାନ ଦିଆଯାଉଛି।