ଜରୁରୀକାଳୀନ ସେବାରେ ନିୟୋଜତ ଥିବା କାଁ ଭାଁ ଗାଡି ଚଳାଚଳ ହେଉଥିବା ବେଳେ ପୋଲିସର ଲାଠି ଶନିବାର ଯେମିତି ନୀରବି ଯାଇଥିଲା।
Trending Photos
ବ୍ରହ୍ମପୁର: ଅଦୃଶ୍ୟ ମହାମାରୀ କୋରୋନା ମାନବ ସମାଜକୁ ଧିରେ ଧିରେ କବଳିତ କରିବାକୁ ବସିଛି। ଆଉ ଏହାର ସଂକ୍ରମଣ ରୋକିବା ଲାଗି ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ସହରାଞ୍ଚଳରେ ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଯାହାର ସଠିକ ପ୍ରଭାବ ଦେଖିବାକୁ ମିଳିଥିଲା ରେଶମନଗରୀ ବ୍ରହ୍ମପୁର ସହରରେ।
ସହରର ସମସ୍ତ ଛକ ସହ ଗଳିକନ୍ଦିରେ ଦିନ ତମାମ ଜନଶୂନ୍ଯତା ଦେଖିବାକୁ ମିଳିଥିବା ବେଳେ ବଜାରଘାଟ ସବୁକିଛି ବନ୍ଦ ରହିଥିଲା। ଜନ ସାଧାରଣଙ୍କ ସହଯୋଗ ସଚେତନତା ଆଗରେ ଶନିବାର ଫିକା ପଡ଼ିଯାଇଥିଲା ପୋଲିସ।
Also Read: ବଢୁଛି କୋରୋନା ସଂକ୍ରମଣ; ଜିଲ୍ଲାରେ ଚାଲିଛି Negative-Positive ଖେଳ
ଜନଶୂନ୍ଯ ରାସ୍ତାଘାଟ। ଖାଁ ଖାଁ ସାହି ସାହିର ଗଳିକନ୍ଦି। ଦୋକାନ ବଜାର ଘରଦ୍ବାର ସବୁଠି ପଡି ରହିଥିଲା ତାଟି କବାଟ। ସହରର ପ୍ରତ୍ୟେକ ପ୍ରବେଶ ପଥକୁ ନାକାବନ୍ଦି କରି ରଖିଥିଲା ପୋଲିସ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରେଶମ ନଗରୀ ବ୍ରହ୍ମପୁର (Berhampur Town) ସହରରେ। କୋରୋନା ମହାମାରୀକୁ (Corona Pandemic) ନିୟନ୍ତ୍ରଣ କରିବାକୁ ଏକତ୍ରୀତ ବ୍ରହ୍ମପୁର ବାସିନ୍ଦା। ସପ୍ତାହନ୍ତ ସଟଡାଉନ (Weekend Shutdown) ଲକ୍ଷକୁ ସଫଳ କରିବା ଲାଗି ସକାଳ ସମୟରୁ ରାସ୍ତାଘାଟ ଜନଶୂନ୍ଯ ହୋଇ ପଡିଥିବା ବେଳେ ଦୋକାନ ବଜାର ସବୁକିଛ ସ୍ବତ୍ତପ୍ରବୃତ ଭାବେ ବନ୍ଦ ରଖିଥିଲେ ବ୍ଯବସାୟୀ।
ଜରୁରୀକାଳୀନ ସେବାରେ ନିୟୋଜତ ଥିବା କାଁ ଭାଁ ଗାଡି ଚଳାଚଳ ହେଉଥିବା ବେଳେ ପୋଲିସର ଲାଠି ଶନିବାର ଯେମିତି ନୀରବି ଯାଇଥିଲା। ଜନ ସାଧାରଣଙ୍କ ସଚେତନତା ଫଳରେ ଅନେକ ସ୍ଥାନରେ ପୋଲିସ ଆରାମରେ ନିଶ୍ବାସ ମାରିଥିବା ବେଳେ କୋଭିଡ୧୯ ସଂକ୍ରମଣକୁ ରୋକିବା ପାଇଁ ବ୍ରହ୍ମପୁର ବାସିନ୍ଦାଙ୍କ ସହଯୋଗ ଅତୁଳନୀୟ ବୋଲି ଅନୁମାନ କରାଯାଉଛି।
Also Read: ଶୋଇଥିଲା ପ୍ରଶାସନ; ପଶିଗଲା କୋରୋନା
କୋରୋନାର ଦ୍ବିତୀୟ ଲହର ଜିଲ୍ଲାରେ ତାଣ୍ଡବଲୀଳା ରଚି ଚାଲିଥିବା ବେଳେ ସରକାରୀ ରିପୋର୍ଟ ମୁତାବକ ମେ ୧ ତାରିଖ ଶନିବାର ଗଞ୍ଜାମରେ ୨୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହେଲେ ବେସରକରୀ ଭାବେ ଏହି ତାଲିକା ବେଶ ଲମ୍ବା। ଏଭଳି ଜରୁରୀକାଳୀନ ପରିସ୍ଥିତିରେ ସ୍ବାସ୍ଥ୍ୟ ସେବାକୁ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯିବା ସହ ପଞ୍ଚ ସୂତ୍ର ନିୟମକୁ କଡାକଡି ପାଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।
Also Read: ଗଞ୍ଜାମକୁ ପୁଣି ଲେଉଟିଲା କୋରୋନା ସଂକ୍ରମଣ
ପ୍ରତ୍ଯେକ ଦୋକାନ ଆଗରେ ବ୍ୟାରିକେଡ (Barricade) ଲଗାଯିବା ସହ ଗ୍ରାହକଙ୍କ ମଧ୍ୟରେ ବ୍ଯବଧାନ ରଖିବା ଲାଗି ସ୍ଥାନ ଚିହ୍ନଟ କରାଯାଇଛି। "ନୋ ମାସ୍କ ନୋ ଗୁଡସ୍" (No Mask No Good) ନାରା ସହ ବିଶୋଧନ (Sanitizer) ବ୍ୟବହାରକୁ ବାଧ୍ଯତାମୂଳକ କରାଯାଇଛି। ସେପଟେ ଜିଲ୍ଲାବାସୀଙ୍କ ଯେଭଳି କୌଣସି ସମସ୍ୟା ନହେବ ସେଥିଲାଗି ୫ ଡେଡିକେଟ କୋଭିଡ୍ ମେଡିକାଲ (Dedicate Covid Medical) ପ୍ରସ୍ତୁତ ରଖାଯିବା ସହ ବ୍ରହ୍ମପୁର ସହରରେ ୬ କୋଭିଡ କେୟାର ହସ୍ପିଟାଲ (Covid Care Hospital) ପ୍ରସ୍ତୁତ ରଖାଯାଇଛି। ଏଭଳି ସ୍ଥିତିରେ ପ୍ରତ୍ଯେକ ଲୋକଙ୍କ ନିଜ ସୁରକ୍ଷା ନିଜ ହାତରେ ବୋଲି କୁହାଯାଉଥିବା ବେଳେ ସଟଡାଉନ ଜରିଆରେ ସଂକ୍ରମଣକୁ ରୋକିବା ସମ୍ଭବପର ହେବ ବୋଲି କହିଛନ୍ତି କମିଶନର।