ବିଚ୍ ସେକ୍ ପ୍ରକଳ୍ପକୁ ନେଇ ତେଜିଲା ବିରୋଧ; ଯୋଜନା ବାତିଲ ପାଇଁ ଦାବି
ପୁରୀ ପରେ ଏବେ ଗୋପାଳପୁର ବେଳାଭୂମିରେ ବିଚ୍ ସେକ୍ ପ୍ରକଳ୍ପକୁ ବିରୋଧ।
ବ୍ରହ୍ମପୁର: ଗୋପାଳପୁର ବେଳାଭୂମୀରେ ପ୍ରସ୍ତାବିତ ବିଚ୍ ସେକ୍ ପ୍ରକଳ୍ପକୁ ନେଇ ଏବେ ମୁଣ୍ଡ ଟେକିଛି ବିରୋଧ। ପର୍ଯ୍ୟଟନ ବିକାଶ ନାମରେ ବେଳାଭୂମୀରେ ଅବାଧ ବିଦେଶୀ ପାନୀୟ କୁଡିଆ ଖୋଲିବା ନିଷ୍ପତ୍ତିକୁ ବାତିଲ କରିବା ଦାବିରେ ଶୁକ୍ରବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ କମାପଲ୍ଲୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଏହି ପ୍ରକଳ୍ପ ହେବା ଦ୍ବାରା ଚରିତ୍ର, ସଂସ୍କୃତି, ସଭ୍ୟତା ବିପଦଗ୍ରସ୍ତ ହେବାର ସମ୍ଭାବନା ରହିଥିବା ବେଳେ ଅଶାନ୍ତ ବାତାବରଣକୁ ପ୍ରଶୟ ନଦେଇ ଗୋପାଳପୁର, ସୋନପୁର ବେଳାଭୂମିକୁ ମଦ ମୁକ୍ତ ଅଞ୍ଚଳ ଘୋଷଣା କରିବା ଲାଗି ଦାବି ହୋଇଛି।
Also Read: ବେଳାଭୂମୀରେ Beach Shacks ନିର୍ମାଣକୁ ନେଇ ମିଶ୍ରିତ ପ୍ରତିକ୍ରିୟା
ପୁରୀ ପରେ ଏବେ ଗୋପାଳପୁର ବେଳାଭୂମିରେ ବିଚ୍ ସେକ୍ ପ୍ରକଳ୍ପକୁ ବିରୋଧ। ବିଦେଶୀ ପାନୀୟ କୁଡିଆକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବ୍ରହ୍ମପୁର ସହରର ବିଭିନ୍ନ ସଙ୍ଗଠନ। ସରକାର ନିଷ୍ପତ୍ତିରୁ ନଓହରିଲେ ବୃହତ ଆନ୍ଦୋଳନ କରିବାକୁ ଦିଆଯାଇଛି ଧମକ। ପର୍ଯ୍ୟଟନ ସ୍ଥଳର ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମଦର ଖୁବ ପ୍ରଚାର ପ୍ରସାର କରିବା ସହ ଅତ୍ୟଧିକ ମଦ ବିକ୍ରି ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି।
ଯାହା ସମାଜକୁ ବିକୃତ କରିବା କରିବା ସହ ଅଶାନ୍ତ ବାତାବରଣ ସୃଷ୍ଟି କରି ଯୁବପିଢ଼ିକୁ ବିପଦଗାମୀ କରୁଛି। ବର୍ତ୍ତମାନ ରାଜ୍ୟ ସରକାର ବିଚ ସେକ ପ୍ରକଳ୍ପ ନାମରେ ରାଜ୍ୟର ୬ ଗୋଟି ବେଳାଭୂମୀରେ ସଖ୍ୟାଧିକ ମଦ ଦୋକାନ ଖୋଲି ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏପରି ନିଷ୍ପତ୍ତିକୁ ବିରୋଧ କରି ସହରର ବିଭିନ୍ନ ସଙ୍ଗଠନ ଏହା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
Also Read: ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ଦୌଡରେ ଗୋପାଳପୁର-ସୋନାପୁର ବେଳାଭୂମି
ଗଞ୍ଜାମ ଜିଲ୍ଲାର ହସ୍ତକଳା, କାରୁକାର୍ଯ୍ୟ, ଲୋକକଳା, ସଂସ୍କୃତିର ପ୍ରଦର୍ଶନ ମାଧ୍ୟମରେ ଉକ୍ତ ପର୍ଯ୍ୟଟନ କେନ୍ଦ୍ରର ବିକାଶ କରିବା ପରିବର୍ତ୍ତେ ବିଦେଶୀ ପାନୀୟ କୁଡିଆ ଖୋଲିବା କେତେ ଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି ଲୋକେ। ଏପରିକି ସମ୍ପୂର୍ଣ ବେଳାଭୂମୀକୁ ବିଭିନ୍ନ ଘରୋଇ କମ୍ପାନୀ ହାତକୁ ଟେକିଦେଇ ବ୍ୟବସାୟୀକରଣ ଉଦ୍ୟମ ବନ୍ଦ କରିବା ଲାଗି ଦାବି ହୋଇଛି। ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକଙ୍କ ଚରିତ୍ର, ସଭ୍ୟତା, ସଂସ୍କୃତି ସହ କୌଣସି ସାଲିସ ନକରି ଏଭଳି ପ୍ରକାର ବିଚ ସେକ ଯୋଜନା କାର୍ଯ୍ୟକାରୀ କରିବାକୁ ବନ୍ଦ କରିବା ଏବଂ ଜିଲ୍ଲାର ଗୋପାଳପୁର, ସୋନପୁର ସମେତ ରାଜ୍ୟର ମସ୍ତ ବେଳାଭୂମୀକୁ ମଦମୁକ୍ତ କରିବା ଲାଗି ଦାବି ହୋଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏକ ବୃହତ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦିଆଯାଇଛି।
Also Read: Blue Flag Beach: ଜୀବନ ଜୀବିକାକୁ ନେଇ ମୁହାଁମୁହଁ ମତ୍ସ୍ୟଜୀବୀ-ପ୍ରଶାସନ
ଗୋପାଳପୁର ସହ ସୋନପୁର ବେଳାଭୂମିରେ ବିଚ୍ ସେକ୍ ଲାଗି ଟେଣ୍ଡର ପକ୍ରୟା ସରିଥିବା ବେଳେ ଏହି ପ୍ରକଳ୍ପ ପାଇଁ ଜାଗା ଚୟନ ଆରମ୍ଭରୁ ହିଁ ବିରୋଧର ସ୍ବର ଉଠିଛି। ଏଭଳି ପରିସ୍ଥିତିରେ ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ରହିଛି ନଜର।