ବେଳାଭୂମୀରେ Beach Shacks ନିର୍ମାଣକୁ ନେଇ ମିଶ୍ରିତ ପ୍ରତିକ୍ରିୟା
Advertisement

ବେଳାଭୂମୀରେ Beach Shacks ନିର୍ମାଣକୁ ନେଇ ମିଶ୍ରିତ ପ୍ରତିକ୍ରିୟା

ବିଦେଶୀ ତଥା ବଙ୍ଗୀୟ ପର୍ଯ୍ଯଟକଙ୍କୁ ଗୋପାଳପୁର ବେଳାଭୂମୀକୁ ଆକୃଷ୍ଟ କରିବା ଲାଗି ଏଭଳି କିଛି ରୂପରେଖ ପ୍ରସ୍ତୁତ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି।

ବେଳାଭୂମୀରେ  Beach Shacks ନିର୍ମାଣକୁ ନେଇ ମିଶ୍ରିତ ପ୍ରତିକ୍ରିୟା

ବ୍ରହ୍ମପୁର: ଗୋପାଳପୁର ସହ ସୋନାପୁର ବିଚ୍ ଠାରେ ଅତିଶୀଘ୍ର ନିର୍ମାଣ ହେବ ବିଚ୍ ସାକ୍। ଏନେଇ ଆରମ୍ଭ ହୋଇଯାଇଛି ଜାଗା ଚିହ୍ନଟ ପ୍ରକ୍ରିୟା। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ସୋମବାର ଘଟଣାସ୍ଥଳରେ ପହଞ୍ଚି ଜାଗା ଚିହ୍ନଟ କରିଛନ୍ତି। ଗୋଆ ଭଳି ଗୋପାଳପୁର ବେଳାଭୂମୀ ମୁକ୍ତାକାଶରେ ଥଣ୍ଡା ବିୟର୍ ସହ ପ୍ରକୃତିକ ସୌନ୍ଦର୍ଯ୍ଯର ମଜା ଉଠାଇ ପାରିବେ ପର୍ଯ୍ଯଟକ। 

ବିଦେଶୀ ତଥା ବଙ୍ଗୀୟ ପର୍ଯ୍ଯଟକଙ୍କୁ ଗୋପାଳପୁର ବେଳାଭୂମୀକୁ ଆକୃଷ୍ଟ କରିବା ଲାଗି ଏଭଳି କିଛି ରୂପରେଖ ପ୍ରସ୍ତୁତ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି। ରାଜ୍ୟର ୬ ବେଳାଭୂମୀରେ (Odisha Sea Beach) ବିଚ୍ ସାକ୍ (Beach Shacks) ନିର୍ମାଣ କରିବା ଲାଗି ରାଜ୍ୟ ସରକାର (Odisha Govt) ନିଷ୍ପତ୍ତି ନେଇଥିବା ବେଳେ ଏନେଇ ଗଞ୍ଜାମ (Ganjam) ଜିଲ୍ଲାରେ ଗୋପାଳପୁର (Gopalpur Beach), ସୋନାପୁର (Sonapur Beach) ବେଳାଭୂମୀକୁ ଚିହ୍ନଟ କରାଯାଇଛି। ପୁରୀ (Puri Beach), କୋଣାର୍କ (Konark Beach) ପ୍ରଭୃତି ସ୍ଥାନରେ ରହିଥିବା ବେଳାଭୂମିରେ ଏହାକୁ ଘୋର ବିରୋଧ କରାଯିବା ପରେ ସରକାର ନିଷ୍ପତ୍ତିକୁ ସ୍ଥଗିତ ରଖିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହାକୁ ଦେଖାଦେଇଛି ମିଶ୍ରିତ ପ୍ରତିକ୍ରିୟା। 

Also Read: ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ଦୌଡରେ ଗୋପାଳପୁର-ସୋନାପୁର ବେଳାଭୂମି

ଗୋପାଳପୁର-ସୋନପୁର ବେଳାଭୂମିରେ ନିର୍ମାଣ ହେବ ମଦ କୁଡିଆ। ମୁକ୍ତାକାଶରେ ଜମିବ ଥଣ୍ଡା ବିଅରର ଆସର। ଭଳି କି ଭଳି ସି ଫୁଡ୍ ସହ ନାଚ ଗୀତର ଆସରରେ ଝୁମିବେ ବିଦେଶୀ ପର୍ଯଟକ। ଗୋଆ ଭଳି ଗୋପାଳପୁର ସହ ସୋନପୁର ବେଳାଭୂମିରେ ବିଚ୍ ସାକ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ପର୍ଯଟନ ବିଭାଗ। ପୂର୍ବରୁ ଏନେଇ ଟେଣ୍ଡର ପକ୍ରୟା ସରିଥିବା ବେଳେ ସୋମବାର ଠାରୁ ଆରମ୍ଭ ହୋଇଛି ଜାଗା ଚିହ୍ନଟ ପ୍ରକ୍ରିୟା।  

ଏନେଇ ରାଜ୍ୟ ପର୍ଯଟନ ବିଭାଗ (Odisha Tourism Department) ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଗୋପାଳପୁର ବେଳାଭୂମି ଠାରେ ପହଞ୍ଚି ପାନ୍ଥନିବାସ (Gopalpur Beach Panthanivas) ଠାରେ ରହିଥିବା ଜାଗାକୁ ମାପଚୁପ କରିଛନ୍ତି। ଗୋପାଳପୁର ବେଳାଭୂମୀରେ ୨୪ ଶହ ବର୍ଗ ମିଟର ଜାଗାରେ ୫ ଏବଂ ସୋନପୁର ଠାରେ ୨ ମୁକ୍ତାକାଶ ମଦ କୁଡିଆ ନିର୍ମାଣ ହେବ। ଏଭଳି ସୁବିଧାର ଲାଭ ଉଠାଇବା ଲାଗି ପର୍ଯଟକଙ୍କ ଆଗମନ ହେବା ଦ୍ବାରା ପର୍ଯ୍ଯଟନସ୍ଥଳ ବିକଶିତ ହେବା ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବା ସହ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। 

Also Read: Blue Flag Beach: ଜୀବନ ଜୀବିକାକୁ ନେଇ ମୁହାଁମୁହଁ ମତ୍ସ୍ୟଜୀବୀ-ପ୍ରଶାସନ

ରାଜ୍ୟର ବାଲେଶ୍ବର, ଜଗତସିଂହପୁର, ପୁରୀ, ଗଞ୍ଜାମ ଭଳି ୪ଟି ଉପକୂଳବର୍ତ୍ତୀ ଜିଲ୍ଲାର ୬ଟି ସ୍ଥାନରେ ବିଚ୍ ସାକ୍ ନିର୍ମାଣ କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପୁରୀ ଠାରେ ଏହାକୁ ଘୋର ବିରୋଧ କରାଯାଇଥିଲା। ଯାହା ଫଳରେ ପୁରୀ ଜିଲ୍ଲା କୋଣାର୍କ ମେରାଇନ୍ ଡ୍ରାଇଭ ରୋଡରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ସରକାର। 

Also Read: ଗତିପଥ ବଦଳାଉଛି ମୁହାଣ, କୂଳ ଲଂଘୁଛି ସମୁଦ୍ର; ଆତଙ୍କିତ ଉପକୂଳବାସୀ

ହେଲେ ଗୋପାଳପୁର-ସୋନପୁର ବେଳାଭୂମୀରେ ମଦ କୁଡିଆ ସ୍ଥାପନକୁ ନେଇ ଦେଖିବାକୁ ମିଳିଛି ମିଶ୍ରିତ ପ୍ରତିକ୍ରିୟା। କେହି କେହି ଗୋଆ ଭଳି ଏଠାରେ ମିଳିବାକୁ ଥିବା ମନୋରଞ୍ଜନକୁ ନେଇ ଉତ୍ସାହିତ ରହିଥିବା ବେଳେ କିଛି ଲୋକ ବିଚ୍ ସେକ ବ୍ୟବସ୍ଥାକୁ ବିରୋଧ କରିଛନ୍ତି। ଗୋଲଡେନ୍ ବିଚ୍ ଭାବେ ଜଣାଶୁଣା ଗୋପାଳପୁର ବେଳାଭୂମୀର ଶାନ୍ତ ବାତାବରଣରେ ଅଶାନ୍ତି ସୃଷ୍ଟି କରିବା ଲାଗି ପ୍ରସ୍ତୁତ ହୋଇଥିବା ଯୋଜନାରୁ ଓହରିବାକୁ ଦାବି ହୋଇଛି।