ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ଦୌଡରେ ଗୋପାଳପୁର-ସୋନାପୁର ବେଳାଭୂମି
Advertisement
Article Detail0/zeeodisha/odisha780144

ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ଦୌଡରେ ଗୋପାଳପୁର-ସୋନାପୁର ବେଳାଭୂମି

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଥିବା ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ବିଶେଷଜ୍ଞ ଦଳ ଗୋପାଳପୁର ଓ ସୁନାପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ପର୍ଯ୍ୟଟନପ୍ରେମୀ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିଛି।

ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ଦୌଡରେ ଗୋପାଳପୁର-ସୋନାପୁର ବେଳାଭୂମି

ରାଧେଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ପୁରୀ (Puri) ବେଳାଭୂମି ବ୍ଲୁ ଫ୍ଲାଗ୍‌ ବିଚ୍‌ (Blue Flag Beach) ମାନ୍ୟତା ପାଇ ରାଜ୍ୟ ପାଇଁ ଅନ୍ତର୍ଜତୀୟ ସ୍ତରରେ ଗୌରବ ଆଣିଥିବା ବେଳେ ରାଜ୍ୟର ଆହୁରି ୧୦ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍‌ରେ ପରିଣତ କରିବା ଲାଗି ସରକାରୀ ସ୍ତରରେ ଯୋଜନା କରାଯାଇଛି। ଏଥିରୁ ପ୍ରଥମ ପର୍ଯ୍ୟାୟରେ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ର ମାନ୍ୟତା ହାସଲ କରିବାର ଲକ୍ଷଧାର୍ଯ୍ୟ ହୋଇଥିବା ବେଳେ ଏହି ତାଲିକାରେ ରହିଛି ଗଞ୍ଜାମ ଜିଲ୍ଲାର ଗୋପାଳପୁର (Gopalpur Beach), ସୁନାପୁର ବେଳାଭୁମି (Sonapur Beach)।ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଥିବା ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ବିଶେଷଜ୍ଞ ଦଳ ଗୋପାଳପୁର ଓ ସୁନାପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ପର୍ଯ୍ୟଟନପ୍ରେମୀ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିଛି। 

fallback

ବିଶ୍ୱ ଦରବାରରେ ଓଡିଶା ପର୍ଯ୍ୟଟନସ୍ଥଳକୁ ବିକଶିତ କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଥିବା ବେଲେ ପୁରୀ ପରେ ରାଜ୍ୟର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ମାତ୍ୟତା ହାସଲ କରିବା ଲାଗି କେନ୍ଦ୍ରକୁ ଅବଗତ କରାଯାଇଛି। ଏନେଇ ଏକ ବିଶେଷଜ୍ଞ ଦଳ ଗୋପାଳପୁର-ସୋନାପୁର ବେଳାଭୂମିକୁ ପରିଦର୍ଶନ କରି ଭିତ୍ତିଭୂମୀ ଯାଞ୍ଚ କରିଛନ୍ତି। ସୂଚନା ମୁତାବକ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା ଡେନ୍‌ମାର୍କ (Denmark) ସ୍ଥିତ ଫାଉଣ୍ଡେସନ୍‌ ଫର୍‌ ଏନ୍‌ଭରମେଣ୍ଟାଲ୍‌ ଏଜୁକେସନ-ଏଫ୍‌ଇଇ (FEE-Foundation for Environmental Education) ପ୍ରଦାନ କରିଥାଏ। 

fallback

ଏଫ୍‌ଇଇ ହେଉଛି ଏକ ବେସରକାରୀ ସଂସ୍ଥା, ଏଥିରେ ଅନ୍ତାର୍ଜାତୀୟ ସ୍ତରର ୬୫ ଅନୁଷ୍ଠାନ ଓ ୬୦ ଦେଶ ସଦସ୍ୟ ରହିଛନ୍ତି। ବ୍ଲୁ ଫ୍ଲାଗ୍‌ ବିଚ୍‌ ହେଉଛି ବିଶ୍ୱର ସବୁଠାରୁ ପରିବେଶ ଅନୁକୂଳ ଓ ସୁରକ୍ଷିତ ବେଳାଭୂମି। ପରିବେଶ, ପାଣିର ମାନ, ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ମାନର ସେବା, ସୁରକ୍ଷା ଆଦି ୩୩ଟି ସର୍ତ୍ତାବଳୀ ପୂରଣ କରୁଥିବା ବେଳାଭୂମିକୁ ଏଫ୍‌ଇଇ ବ୍ଲୁ ଫ୍ଲାଗ୍‌ ମାନ୍ୟତା ପ୍ରଦାନ କରିଥାଏ। ଗୋପାଳପୁର ସହିତ ସୋନପୁର ବେଳାଭୂମି ଏହି ସମସ୍ତ ମାନଦଣ୍ଡ ପୂରଣ କରିପାରେ ବୋଲି ଆଶାବାଦୀ ରହିଛି ପ୍ରଶାସନ। 

 

fallback

 

ବିଶ୍ୱର ୫୦ଟି ଦେଶର ୪ଶହ ବେଳାଭୂମିକୁ ଇତିମଧ୍ୟରେ ବ୍ଲୁ ଫାଗ୍‌ ମାନ୍ୟତା ମିଳିସାରିଛି।୨୦୧୮ରେ ଭାରତ ପ୍ରଥମ ଥର ପାଇଁ ବ୍ଲ ଫାଗ୍‌ ବିଚ୍‌ ଦୌଡ଼ରେ ସାମିଲ୍‌ ହୋଇଥିଲା। ମାତ୍ର ୨ ବର୍ଷରେ ଦେଶର ୮ଟି ବେଳାଭୂମିକୁ ବ୍ଲୁ ଫାଗ୍‌ ମାନ୍ୟତା ହାସଲ କରିବାରେ ସକ୍ଷମ ହୋଇଛି ଭାରତ। ଏହା ମଧ୍ୟରେ ରାଜ୍ୟର ଏକମାତ୍ର ପୁରୀ ବେଳାଭୂମି ନାମ ଯୋଡି ହୋଇଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ବ୍ଲୁ ଫ୍ଲାଗ୍‌ ବିଚ୍‌ ସହାୟକ ହୋଇଥାଏ। 

 

fallback

ବେଳାଭୂମିର ପ୍ରାୟ ୪ଶହ ମିଟର ଇଲାକାକୁ ନେଇ ବ୍ଲୁ ଫାଗ୍‌ ବିଚ୍‌ରେ ପରିଣତ କରାଯାଏ। ବ୍ଲୁ ଫାଗ୍‌ ବିଚ୍‌ରେ ପରିବେଶ ଅନୁକୂଳ ଅର୍ଥାତ କାଠରେ ନିର୍ମିତ ଶୌଚାଳୟ, ସୌର ଆଲୋକ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ଲାଗି ସୁରକ୍ଷିତ ବାଥିଂ ଜୋନ୍‌, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆଦି ୧୬ଟି ବ୍ୟବସ୍ଥା ରହିଥାଏ।

 

fallback

ଏସବୁ ଭିତ୍ତିଭୂମୀ ହେବା ଦ୍ୱାରା ଗୋପାଳପୁର ଓ ସୋନାପୁର ବେଳାଭୂମି ବିଶ୍ୱ ଦରବାରରେ ପରିଚିତ ହେବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ସରକାର ତୁରନ୍ତ ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି ହୋଇଛି।