Odisha Budget: ଆଜି ଆସିବ ରାଜ୍ୟ ବଜେଟ, ଅପରାହ୍ଣରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
Advertisement
Article Detail0/zeeodisha/odisha1584367

Odisha Budget: ଆଜି ଆସିବ ରାଜ୍ୟ ବଜେଟ, ଅପରାହ୍ଣରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

Odisha budget today: ଆଜି ଆଗତ ହେବାକୁ ଯାଉଛି ୨୦୨୩-୨୪ ପାଇଁ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ। ରାଜ୍ୟ ସରକାରଙ୍କ ଫୋକସରେ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା ଓ ସାମାଜିକ କ୍ଷେତ୍ର, ଶିଳ୍ପ ଓ ମହିଳା ସଶକ୍ତିକରଣ ରହିଛି। 

Odisha Budget: ଆଜି ଆସିବ ରାଜ୍ୟ ବଜେଟ, ଅପରାହ୍ଣରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

Odisha Budget: ଭୁବନେଶ୍ୱର: ଆଜି ଆଗତ ହେବାକୁ ଯାଉଛି ରାଜ୍ୟ ପାଇଁ ପୂର୍ଣ୍ଣାଙ୍ଗ ବଜେଟ (State Budget)। ଚଳିତ ବର୍ଷର ପ୍ରଥମ ବଜେଟ ଉପସ୍ଥାପିତ ହେବ। ଏହି ବଜେଟର (State Budget) ଆକାର ଗତବର୍ଷ ଅପେକ୍ଷା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଅପରାହ୍ଣରେ ଏହି ବଜେଟକୁ ଅର୍ଥମନ୍ତ୍ରୀ (Finance Minister) ନିରଞ୍ଜନ ପୂଜାରୀ (Niranjan Pujari) ଆଗତ କରିବେ। ତେବେ ଗତବର୍ଷ ରାଜ୍ୟ ବଜେଟ ୨ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଏହାର ଆକାରରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 

ସୂଚନା ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଉପସ୍ଥାପିତ କରିବେ। ବଜେଟର ଆକାର ଗତ ବର୍ଷ ଅପେକ୍ଷା ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ଏଥରର ବଜେଟର ଆକଳନ ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ସେପଟେ ଫୋକସରେ ଚାଷୀଙ୍କ ଆୟ ରହିଛି। ଚାଷୀଙ୍କ ଆୟକୁ କିପରେ ବୃଦ୍ଧି କରାଯିବ ତାହା ଉପରେ ସରକାର ଧ୍ୟାନ ଦେଇ ପାରନ୍ତି। ସେହିପରି ଶିଶୁ, ଗର୍ଭବତୀ, ମାଆଙ୍କ ପୁଷ୍ଟିସାଧନ, ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଫୋକସ କରିପାରନ୍ତି ସରକାର। କିନ୍ତୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବ ବୋଲି ଆଳକନ କରାଯାଇଛି । ବଜେଟରେ ବିଶେଷକରି ସ୍ୱାସ୍ଥ୍ୟ, ମହିଳା ଏବଂ କୃଷି କ୍ଷେତ୍ରକ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି । ୨୦୨୪ରେ ନିର୍ବାଚନ ଥିବାରୁ ଏହି ବଜେଟ୍ ବିଜେଡି ପାଇଁ ଗୁରୁତ୍ୱ ବହନ କରିବ ବୋଲି ମଧ୍ୟ କୁହାଯାଉଛି ।

ସେହିପରି ଏହା ସହିତ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା ଓ ସାମାଜିକ କ୍ଷେତ୍ର, ଶିଳ୍ପ ଓ ମହିଳା ସଶକ୍ତିକରଣକୁ ବଜେଟରେ ଗୁରୁତ୍ବ ମିଳିପାରେ। ଆଜି ଗୃହରେ ପ୍ରଶ୍ନକାଳ ସହିତ ବିରୋଧୀଙ୍କର ମୁଲତବୀ ପ୍ରସ୍ତାବ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଶ୍ନକାଳରେ ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ହସ୍ତତନ୍ତ ଓ ବୟନଶିଳ୍ପ, ଶକ୍ତି, ବିଜ୍ଞାନ ଓ କାରିଗରୀ, ଏମଏସଏମଇ ଓ ସାଧାରଣ ଉଦ୍ୟୋଗ ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି।