ଭୁବନେଶ୍ବର: ଶୂନ୍ୟରେ ପରିଚାଳିତ ହେଉଛି ବିଦ୍ୟାଳୟ। ରାଜ୍ୟରେ ବିନା ସ୍ବୀକୃତିରେ ଚାଲିଛି ଘରୋଇ ସ୍କୁଲ। ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ରାଜ୍ୟରେ ୨୫୩୧ଟି ବିନା ଅନୁମତିପ୍ରାପ୍ତ ଘରୋଇ ବିଦ୍ୟାଳୟ ରହିଛି। ବିଧାନସଭାରେ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କ ପକ୍ଷରୁ ଏ ସମ୍ପର୍କରେ ପଚରାଯାଇଖଥିବା ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସିଓଆର ଅଥବା ସାର୍ଟିଫିକେଟ୍ ଅଫ୍ ରେକଗନିସନ ମିଳିନଥିବାରୁ କିଭଳି ଏସବୁ ସ୍କୁଲରେ ବର୍ଷ ବର୍ଷ ଧରି ନାମଲେଖା ସହ ପାଠପଢ଼ା ହେଉଛି ତାହକୁ ନେଇ ଏବେ ପ୍ରଶ୍ନ ଉଠିଛି।


COMMERCIAL BREAK
SCROLL TO CONTINUE READING

ନା ଅଛି କୌଣସି ସ୍ବୀକୃତି ନା ମିଳିଛି ଅନୁମତି। ରାଜ୍ୟରେ ଏଭଳି ୨୫୩୧ଟି ବେଆଇନ୍ ସ୍କୁଲ ରହିଛି। ଓଡିଶାରେ ମୋଟ ୬୭୬୭ଟି ଘରୋଇ ବିଦ୍ୟାଳୟ ରହିଥିବା ବେଳେ ସେଥିମଧ୍ୟରୁ ୪୨୩୬ ବିଦ୍ୟାଳୟକୁ ସାର୍ଟିଫିକେଟ୍ ଅଫ୍ ରିକଗନିସନ-ସିଓଆର୍ (Certificate of Recognition-CoR) ମିଳିଛି। ଆଉ ବାକି ୨୫୩୧ ବିଦ୍ୟାଳୟକୁ ସିଓଆର୍ ମିଳିନାହିଁ। ଏଥିରୁ ଚଳିତ ବର୍ଷ କିଛି ବିଦ୍ୟାଳୟ ସିଓଆର ପାଇଁ ଆବେଦନ କରିଛନ୍ତି। 


Alos Read: 'ମୋ ସ୍କୁଲ' ପରେ ଆସିଲା ‘ମୋ କଲେଜ’


 


ନିୟମ ଅନୁଯାୟୀ ଏପରି ବିଦ୍ୟାଳୟ ଆବଶ୍ୟକ ମାନଦଣ୍ଡ ପୂରଣ କରୁନଥିବାରୁ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇନାହିଁ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ଖାଲି ସେତିକି ନୁହେଁ ବିନା ସିଓଆର ଦ୍ୱାରା ଚାଲୁଥିବା ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ବନ୍ଦ କରିବାକୁ ଅବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ।


ସେପଟେ ଏହାକୁ ଗୁରୁତର ସହ ନେଇଛି ଓଡିଶା ଘରୋ  ବିଦ୍ୟାଳୟ ବିକାଶ ପରିଷଦ। ସେମାନଙ୍କୁ ସିଓଆର ନିମନ୍ତେ ପୁନଃ ସୁଯୋଗ ଦେବାକୁ ସାମ୍ବାଦିକ ସମ୍ମିଳନୀରେ ହୋଇଛି ଦାବି। ଏନେଇ ପରିଷଦର କହିବା କଥା ସିଓଆର ପାଇଥିବା ବିଦ୍ୟାଳୟ ସହ ସମାନ ସ୍ଥିତିରେ ଥାଇ ମଧ୍ୟ ୨୫୦୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟ ଏପର୍ଯ୍ୟନ୍ତ ସିଓଆର ପାଇନାହାଁନ୍ତି। ଯାହା ଦ୍ବାରା ଉକ୍ତ ବିଦ୍ୟାଳୟରେ ସରକାରଙ୍କ ଶିକ୍ଷା ଅଧିକାର ନିୟମ-ଆରଟିଇ (Right to Education-RTE) ଅନୁଯାୟୀ ଅନଲାଇନ ମାଧ୍ୟମରେ ୨୫ ପ୍ରତିଶତ ମାଗଣା ଶିକ୍ଷାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। 


Also Read: Remedial Class: ପୁରୁଣା ପାଠର ହେବ Revision


 


ଏହାସହ ସରକାରୀ ମେଧାବୃତ୍ତି, ନବୋଦୟ ବିଦ୍ୟାଳୟ ତଥା ଆଦର୍ଶ ବିଦ୍ୟାଳୟରେ ମଧ୍ୟ କୃତିତ୍ବ ଅର୍ଜନ ପାଇଁ ନାମ ପଞ୍ଜୀକରଣ କରିପାରୁ ନାହାଁନ୍ତି। ସିଓଆର ପାଇନଥିବା ବିଦ୍ୟାଳୟର ତ୍ରୁଟି ସଂଶୋଧନ ପାଇଁ ସୁଯୋଗ ପ୍ରଦାନ କରିବା ପାଇଁ ସେମାନେ ସରକାରଙ୍କ ପାଖରେ ଆବେଦନ କରିଛନ୍ତି। ଆଉ ଥରେ ପୋର୍ଟାଲ ଖୋଲି ଅନୁଧ୍ୟାନ କରି ସର୍ତ୍ତମୂଳକ ସିଓଆର୍ ପ୍ରଦାନ ନକଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ପରିଷଦ ପକ୍ଷରୁ ଆହ୍ବାନ କରାଯାଇଛି।


Alos Read: ଏଣିକି ଘରୋଇ ସ୍କୁଲରେ ପାଠପଢା ହେବ ସହଜ


 


ଅପରପକ୍ଷେ ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ କୁହୁଳିବା ସହ ଆବେଦନ କରିଥିବା ବିଦ୍ୟାଳୟକୁ ସୁଯୋଗ ଦେଇ ବଳକା ବେଆଇନ ବିଦ୍ୟାଳୟ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ସେପଟେ ଏସବୁ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀ ଏବଂ ତାଙ୍କ ଅଭିଭାବକଙ୍କ ମଧ୍ୟରେ ବର୍ତ୍ତମାନ ଛନକା ପଶିଛି।