ରାଜ୍ୟରେ ବ୍ରେକ ଫେଲ କୋରୋନା, ପୁଣି ୬୪୭ ନୂଆ ସଂକ୍ରମିତ
Advertisement

ରାଜ୍ୟରେ ବ୍ରେକ ଫେଲ କୋରୋନା, ପୁଣି ୬୪୭ ନୂଆ ସଂକ୍ରମିତ

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସୀମା ଲଂଘୁଛି କୋରୋନା। ବିଗତ ୨୪ ଘଣ୍ଚା ମଧ୍ୟରେ ୬୪୭ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। ଗଞ୍ଜାମରେ ନିୟନ୍ତ୍ରଣ ବାହାରକୁ

ରାଜ୍ୟରେ ବ୍ରେକ ଫେଲ କୋରୋନା, ପୁଣି ୬୪୭ ନୂଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସୀମା ଲଂଘୁଛି କୋରୋନା। ବିଗତ ୨୪ ଘଣ୍ଚା ମଧ୍ୟରେ ୬୪୭ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। ଗଞ୍ଜାମରେ ନିୟନ୍ତ୍ରଣ ବାହାରକୁ ଯାଉଛି କୋରୋନାର ସ୍ଥିତି। 

ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୬୪୭ଟି ମାମଲା ମଧ୍ୟରୁ ୪୩୧ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।  ସେହିଭଳି ସ୍ଥାନୀୟ ମାମଲା ୨୧୬ଟି ରହିଛି।  ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୭୫୭ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୨୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୫୭୧୫ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୫୭ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

ସେପଟେ ୨୩ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି।  ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆଜି ସର୍ବାଧିକ ୨୨୫ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। 

ସେହିପରି ଅନୁଗୋଳରୁ ୩୭ ଜଣ, ବାଲେଶ୍ୱରରୁ ୪୦ ଜଣ, ବରଗଡ଼ ଓ ନୟାଗଡ଼ରୁ ୪ ଜଣ, ଭଦ୍ରକରୁ ୧୨ ଜଣ, ବଲାଙ୍ଗୀର, କନ୍ଧମାଳରୁ ୫ ଜଣ ଲେଖାଏଁ, କଟକରୁ ୮୪ ଜଣ, ଢେଙ୍କାନାଳରୁ ୧୦ ଜଣ, ଜଗତସିଂହପୁରରରୁ ୭ ଜଣ, ଯାଜପୁରରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୩ ଜଣ, ଖୋର୍ଦ୍ଧାରୁ ୬୮ ଜଣ, କେନ୍ଦୁଝରରୁ ୮ ଜଣ, କୋରାପୁଟରୁ ୨୮ ଜଣ, ମାଲକାନଗିରିରୁ ୧୦ ଜଣ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୪ ଜଣ, ରାୟଗଡ଼ାରୁ ୪୭ ଜଣ, ସମ୍ବଲପୁରରୁ ୧୦ ଜଣ, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୨୨ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।