ବାୟୁ ପ୍ରଦୂଷଣ ପରେ ଚିନ୍ତା ବଢ଼ାଇଛି ଜଳ ପ୍ରଦୂଷଣ ; ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ
Advertisement

ବାୟୁ ପ୍ରଦୂଷଣ ପରେ ଚିନ୍ତା ବଢ଼ାଇଛି ଜଳ ପ୍ରଦୂଷଣ ; ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ

ରାଜ୍ୟର ୧୯ଟି ନଦୀ ଏବେ ପ୍ରଦୂଷିତ । ବିଧାନସଭାରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଏ ସଂପର୍କରେ ତଥ୍ୟ ଉପସ୍ଥାପନ କରିବା ପରେ ପରିବେଶବିତମାନେ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ବାୟୁ ପ୍ରଦୂଷଣ ପରେ ଚିନ୍ତା ବଢ଼ାଇଛି ଜଳ ପ୍ରଦୂଷଣ ; ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ

ମଳୟ ମହାନ୍ତି, ଭୁବନେଶ୍ୱର: ବାୟୁ ପ୍ରଦୂଷଣ ପରେ ଏବେ ମଣିଷର ସବୁଠାରୁ ଅଧିକ ଆବଶ୍ୟକ ଜଳ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି । ରାଜ୍ୟର ୧୯ଟି ନଦୀ ଏବେ ପ୍ରଦୂଷିତ । ବିଧାନସଭାରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଏ ସଂପର୍କରେ ତଥ୍ୟ ଉପସ୍ଥାପନ କରିବା ପରେ ପରିବେଶବିତମାନେ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ପ୍ରଦୂଷିତ ନଦୀଗୁଡିକ ମଧ୍ୟରେ  ଖୋଦ ରାଜଧାନୀ ଭୁବନେଶ୍ୱରର ଗଙ୍ଗୁଆ, ଦୟା ଏବଂ କୁଆଖାଇ ନଦୀ ରହିଛି । ଏଥିସହିତ କଟକର କାଠଯୋଡି, ବ୍ରାହ୍ମଣୀ, ନାଗାବଳୀ, ମହାନଦୀ, ଋଷିକୂଲ୍ୟା, ବୁଢାବଳଙ୍ଗ ଆଦି ପ୍ରମୁଖ ନଦୀ ଏବେ ପ୍ରଦୂଷିତ ।

ଏହି ସବୁ ପ୍ରମୁଖ ନଦୀ ସହିତ କିଛି ପ୍ରମୁଖ ନାଳ ଏବଂ ଅନ୍ୟ  କିଛି ନଦୀ ମୋଟ ୧୯ ଟି ନଦୀରେ ପ୍ରଦୂଷଣର ମାତ୍ରା ଏବେ ପ୍ରବଳ ବୋଲି କୁହାଯାଇଛି । ଶିଳ୍ପ ସଂସ୍ଥା ଏବଂ ସହର ଆବର୍ଜନା ନଦୀରେ ବିନା ଟ୍ରିଟମେଣ୍ଟରେ ମିଶୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ନଦୀ ସଂରକ୍ଷଣ ଦିଗରେ  କାର୍ଯ୍ୟ  କରିଥିବା ସଂସ୍ଥା ଏବଂ ଚୁକ୍ତିବିଶେଷମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିବାବେଳେ ଖୁବ ଶୀଘ୍ର ବର୍ଜ୍ୟ ଜଳର ଉଚିତ ଟ୍ରିଟମେଣ୍ଟ କରି ନଦୀ ନାଳରେ ଛାଡିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏପରିକି ସରକାରୀ ଡ୍ରେନେଜକୁ ସଠିକ ଢଙ୍ଗରେ ଗଢିବା ସହ ପୌରସଂସ୍ଥାଗୁଡିକ ନିଜ ଦାୟିତ୍ୱ ନିର୍ବାହ କରି ବର୍ଜ୍ୟ ଜଳକୁ ସଠିକ ଟ୍ରିଟମେଣ୍ଟ କରି ନଦୀ ନାଳକୁ ଛାଡିବାକୁ କୁହାଯାଇଛି । ରାଜ୍ୟରେ  ପ୍ରବାହିତ ନଦୀଗୁଡିକ ମଧ୍ୟରୁ ୧୯ଟି ନଦୀର ସହର ତଟବର୍ତ୍ତୀ ଅଂଚଳରେ ଏହି ପ୍ରଦୂଷଣ ମାତ୍ରା ଅଧିକ । ସହରାଞ୍ଚଳର ନର୍ଦ୍ଦମା  ଜଳ ନଦୀରେ ମିଶୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏପରିକି ଲୋକମାନେ ବାହାରେ ମଳତ୍ୟାଗ କରି ଆବର୍ଜନା ପକାଇବା  ମଧ୍ୟ ବହୁ ପରିମାଣରେ ଜଳ ପ୍ରଦୂଷିତ ହେଉଛି । ଏପରିକି ଏହି ପ୍ରଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା  ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ପଡୁଛନ୍ତି । ରାଜ୍ୟର ପ୍ରମୁଖ ସହର ଭୁବନେଶ୍ବର, କଟକ, ସମ୍ବଲପୁର, ତାଳଚେର ଏବଂ ରାଉରକେଲା ଆଦି ସହରରେ ବାୟୁ ଏବଂ ଜଳ ପ୍ରଦୂଷଣ ବଢି ଚାଲିଥିବା କୁହାଯାଇଛି । ଏଭଳି ସ୍ଥିତିରେ ପ୍ରମୁଖ ସହରଗୁଡିକରେ ସରକାରଙ୍କ ସମେତ ସାଧାରଣ ଲୋକ ଏବଂ ବିଭିନ୍ନ ସଂସ୍ଥା ମିଳିତ ଭାବେ ସଚେତନ ହୋଇ କାର୍ଯ୍ୟ  କଲେ ଏଭଳି ସଂକଟରୁ ମୁକ୍ତି ମିଳିବ ବୋଲି କୁହାଯାଇଛି ।