ବାଇକ କିମ୍ୱା କାର ନେଇ ବାହାରକୁ ବାହାରୁଛନ୍ତି କି ? ଜାଣନ୍ତୁ ପୋଲିସ କମିଶନରଙ୍କ ଚେତାବନୀ
Advertisement

ବାଇକ କିମ୍ୱା କାର ନେଇ ବାହାରକୁ ବାହାରୁଛନ୍ତି କି ? ଜାଣନ୍ତୁ ପୋଲିସ କମିଶନରଙ୍କ ଚେତାବନୀ

ରାଜ୍ୟରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ କମିଶନର ସୁଧାଂଶୁ ସଡଙ୍ଗୀଙ୍କ କଡ଼ା ପଦକ୍ଷେପ 

Twin City Commissioner of Police: Sudhanshu Sarangi

ଭୁବନେଶ୍ୱର : ରାଜ୍ୟରେ ତଥା ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ କୋଠର ହୋଇଛନ୍ତି ସରକାର । ଗତକାଲି ୧୮ଜଣଙ୍କ ନମୂନା ପଜିଟିଭ ଆସିବା ପରେ ତତ୍ପରତା ପ୍ରକାଶ କରାଯାଇଛି । ରାଜ୍ୟରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସାମାଜିକ ଦୂରତ୍ୱ ନିୟମକୁ ଅବମାନନା କଲେ ସହ୍ୟ କରାଯିବ ନାହିଁ ଆଉ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ତେବେ କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ପୋଲିସ କମିଶନର ସୁଧାଂଶୁ ସଡଙ୍ଗୀ ମଧ୍ୟ ଏ ନେଇ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ।

ରାଜଧାନୀରେ ସଟ୍ ଡାଉନ ହଟିବା ପରେ ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଗ୍ରସରୀ, ମେଡିସିନ ଓ ପରିବା ଦୋକାନ । ଆଉ ଏହି ଦୋକାନକୁ ଯିବା ପାଇଁ ଯେଉଁମାନେ ବାଇକ ବା କାରର ବ୍ୟବହାର କରିବେ ସେମାନଙ୍କ ଗାଡ଼ିକୁ ସିଜ୍ କରାଯିବ ବୋଲି ଟ୍ୱିଟ ଜରିଆରେ କହିଛନ୍ତି ପୋଲିସ କମିଶନର । 

 

ତେବେ ଗାଡି ଚଳାଇବା ପାଇଁ ପାସ୍ ଥିଲେ ବି ଗାଡିକୁ ସିଜ୍ କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଚାଲିଚାଲି ଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କମିଶନର । ଆଉ ଆବଶ୍ୟକୀୟ ସ୍ଥଳେ ୧୦୦ ନମ୍ୱର ସହ ଯୋଗାଯୋଗ କରିବାକୁ ମଧ୍ୟ ନିବେଦନ କରିଛନ୍ତି । କମିଶନରଙ୍କ ନିର୍ଦ୍ଧେଶ ଭଙ୍ଗ କରି ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୬୩୭ଜଣଙ୍କର ଗାଡ଼ି ଜବତ କରାଯାଇଛି ।
ତେବେ କିଛିଦିନ ପାଇଁ ସରକାରଙ୍କ ନିୟମ ମାନିବା ସହ ସାମାଜିକ ଦୂରତା  ବଜାୟ ରଖିଲେ କୋରୋନା ପରି ଭୟଙ୍କର ଭୂତାଣୁର ମୁକାବିଲା କରାଯାଇ ପାରିବ ।