ଉତ୍କଳ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହେବ ବ୍ରେନ୍ ଷ୍ଟ୍ରୋକ୍ ହେଲପ୍ ଲାଇନ୍
Advertisement

ଉତ୍କଳ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହେବ ବ୍ରେନ୍ ଷ୍ଟ୍ରୋକ୍ ହେଲପ୍ ଲାଇନ୍

ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲ ପକ୍ଷରୁ ଆରମ୍ଭ ହେବ ବ୍ରେନ୍ ଷ୍ଟ୍ରୋକ୍ ହେଲପ୍ ଲାଇନ୍।

 

ଉତ୍କଳ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହେବ ବ୍ରେନ୍ ଷ୍ଟ୍ରୋକ୍ ହେଲପ୍ ଲାଇନ୍

ଭୁବନେଶ୍ୱର ସ୍ଥିତ ନୀଳାଦ୍ରିବିହାର ସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ବ୍ରେନ୍ ଷ୍ଟ୍ରୋକ୍ ହେଲପ୍ ଲାଇନ୍। ଆଜିକାଲି ବହୁଳ ଭାବରେ ଘଟୁଥିବା ମସ୍ତିଷ୍କ ପକ୍ଷଘାତ ଅର୍ଥାତ ବ୍ରେନ୍ ଷ୍ଟ୍ରୋକ ସମସ୍ୟାର ତୁରନ୍ତ ଏବଂ ଦକ୍ଷ ଚିକିତ୍ସା ଉପଲବ୍ଧ କରାଇବା ହେଉଛି ଏହାର ଲକ୍ଷ୍ୟ। ଏଠାରେ ଗୋଟିଏ ଛାତ ତଳେ ଥ୍ରୋମ୍ବୋଲିସିସ୍, ନ୍ୟୁରୋ ସର୍ଜରୀ ଏବଂ ନ୍ୟୁରା ସମ୍ପକିତ ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ଉପଲବ୍ଧ ରହିବ। 

ସଫଳ ଚିକିତ୍ସା ସୁବିଧା ଉତ୍କଳ ହସ୍ପିଟାଲ ପକ୍ଷରୁ ଯୋଗାଇ ଦିଆଯିବ। ମସ୍ତିଷ୍କ ପକ୍ଷାଘାତ କାରଣରୁ ଜୀବନ ଚାଲି ଯାଇପାରେ। ଠିକ୍ ସମୟରେ ଚିକିତ୍ସା ଦ୍ୱାରା ଏହାର ନିରାକରଣ କରାଯାଇ ପାରିବ। ଏହାର ଗୁରୁତ୍ୱ ଉପଲବ୍ଧ କରି ଉତ୍କଳ ହସ୍ପିଟାଲ ସ୍ନାୟୁ ରୋଗ ବିଶେଷଜ୍ଞଙ୍କୁ ଏକତ୍ରୀତ କରିଛି। ନ୍ୟୁରୋଲୋଜି ଏବଂ ନ୍ୟୁରୋ ସର୍ଜରୀ ଭଳି ରୋଗର ଅନେକ ବିଶେଷଜ୍ଞ ଏହି ଦଳରେ ସାମିଲ ହୋଇଛନ୍ତି। ଏହା ସହିତ ଉନ୍ନତମାନର ଜ୍ଞାନକୌଶଳ ବ୍ୟବହାର ପାଇଁ ବ୍ୟବସ୍ଥା ରହିଛି। ବ୍ରେନ୍ ଷ୍ଟ୍ରୋକ ରୋଗୀଙ୍କ ପାଇ ଏହି ଟିମ୍ ସପ୍ତାହରେ ୭ ଦିନ ୨୪ ଘଣ୍ଟା ପାଇଁ ଉପଲବ୍ଧ ରହିବ। ଉତ୍କଳ ହସ୍ପିଟାଲ ବ୍ରେନ୍ ଷ୍ଟ୍ରୋକ ହେଲପ୍ ଲାଇନ କେବଳ ରୋଗୀଙ୍କ ଚିକିତ୍ସା କରିବ ନାହିଁ ବରଂ ସ୍ନାୟବିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜନସାଧାରଣଙ୍କୁ ସୃଷ୍ଟି କରିବ। ସମୟ ଥାଉ ଥାଉ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଗଲେ ବ୍ରେନ୍ ଷ୍ଟ୍ରୋକ୍ ସମ୍ପର୍କିତ କ୍ଷୟକ୍ଷତିକୁ ହ୍ରାସ କରାଯାଇ ପାରିବ।

ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ଉତ୍କଳ ହସ୍ପିଟାଲ। ଯାହାର ବ୍ରେନ୍ ଷ୍ଟ୍ରୋକ ଭଳି ସମସ୍ୟା ରହିଛି ସେମାନଙ୍କ ଉତ୍କଳ ହସ୍ପିଟାଲ ବ୍ରେନ୍ ଷ୍ଟ୍ରୋକ ଟିମ୍ ପକ୍ଷରୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଯେଉଁ ବ୍ୟକ୍ତି ନିଜ୍ ମଧ୍ୟରେ ବ୍ରେନ ଷ୍ଟ୍ରୋକ୍ ସହ ଜଡ଼ିତ କୌଣସି ଲକ୍ଷଣ ଦେଖିବାକୁ ପାଉଛନ୍ତି କିମ୍ବା ଏଭଳି ରୋଗ ଲାଗି ତୁରନ୍ତ ଚିକିତ୍ସା ଆବଶ୍ୟକ ସେମାନେ ଉତ୍କଳ ହସ୍ପିଟାଲ ବ୍ରେନ୍ ଷ୍ଟ୍ରୋକ ହେଲପ ଲାଇନ ନମ୍ବର ୭୦୭୭୭୭୩୩୧୩ ସହ ଯୋଗାଯୋଗ କରିପାରିବେ। ଭବନେଶ୍ୱର ଠାରୁ ୧୫ କିମି ଦୂରତା ମଧ୍ୟରେ ବ୍ରେନ ଷ୍ଟ୍ରୋକ ପୀଡିତଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବ ଉତ୍କଳ ହସ୍ପିଟାଲ।