Bhubaneswar Market Building: ମାର୍କେଟ ବିଲଡିଂ ବ୍ୟବସାୟୀ ବୁଲା ବିକ୍ରେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି, ୯ ଦିନ ପରେ ସୁଧୁରନାହିଁ ସ୍ଥିତି
Advertisement

Bhubaneswar Market Building: ମାର୍କେଟ ବିଲଡିଂ ବ୍ୟବସାୟୀ ବୁଲା ବିକ୍ରେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି, ୯ ଦିନ ପରେ ସୁଧୁରନାହିଁ ସ୍ଥିତି

Bhubaneswar Market Building News: ଭୁବନେଶ୍ୱର ମାର୍କେଟ ବିଲ୍ଡ଼ିଂ ବ୍ୟବସାୟୀ ଏବଂ ବୁଲା ବିକ୍ରେତାଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା କ୍ରମାଗତ ଭାବରେ ଜାରି ରହିଛି। ଯାହା ଶୀଘ୍ର ଶେଷ ହେବା ଭଳି ମନେ ହେଉନାହିଁ।

 

Bhubaneswar Market Building: ମାର୍କେଟ ବିଲଡିଂ ବ୍ୟବସାୟୀ ବୁଲା ବିକ୍ରେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି, ୯ ଦିନ ପରେ ସୁଧୁରନାହିଁ ସ୍ଥିତି

Bhubaneswar Market Building Stalemate Latest Update: ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ୍-୯ ଠାରେ ଅବସ୍ଥିତ ମାର୍କେଟ୍ ବିଲଡିଂ ମଙ୍ଗଳବାର କ୍ରମାଗତ ନବମ ଦିନ ପାଇଁ ବନ୍ଦ ରହିଛି। ଯେଉଁ କାରଣରୁ  ୟେ ମାର୍କେଟ ବିଲ୍ଡ଼ିଂ ବ୍ୟବସାୟୀ ସଙ୍ଗଠନ ଏବଂ ବୁଲା ବିକ୍ରେତାଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଶୀଘ୍ର ଶେଷ ହେବା ଭଳି ମନେ ହେଉନାହିଁ।

ନିଜ ଦାବିରେ ଅଟଳ ରହିଥିବା ଉଭୟ ବ୍ୟବସାୟୀ ସଂଘ ଏବଂ ବୁଲା ବିକ୍ରେତା (Bhubaneswar Market Building Street Vendor) ସେମାନଙ୍କ ଦୋକାନ ବନ୍ଦ କରି ଗ୍ରାହକଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରିଥିଲେ। ମାର୍କେଟ ବିଲଡିଂ (Bhubaneswar Market Building) ପରିସରରରେ ରହିବାକୁ ଦାବି କରି ବୁଲା ବିକ୍ରେତା ଅତି କମରେ ଏକ ଶହ ଛୋଟ ବ୍ୟବସାୟୀ ସଙ୍ଗଠନର (Street Vendors Association Bhubaneswar) ସମର୍ଥନ ପାଇ ସାରିଛି।

ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୨୧୭ ବୁଲା ବିକ୍ରେତା ସଙ୍ଗଠନ ପଞ୍ଜୀକୃତ ହୋଇଛି। ତାହା ମଧ୍ୟରୁ ୧୦୦ ସଙ୍ଗଠନର ସଭାପତି ବୁଲା ବିକ୍ରେତାଙ୍କ ପକ୍ଷରୁ କରାଯାଉଥିବା ବିରୋଧରେ ସାମିଲ ହୋଇଛନ୍ତି। ଯଦି ଆବଶ୍ୟକ ହୁଏ, ତାହେଲେ ସମସ୍ତ  ୨୧୭ ବୁଲା ବିକ୍ରେତା ସଙ୍ଗଠନ ଏହି ବିରୋଧ ପ୍ରଦର୍ଶନରେ ଯୋଗଦେବେ। ସେମାନଙ୍କ ଦାବିକୁ ସମର୍ଥନ ଜଣାଇବେ ବୋଲି ବୁଲା ବିକ୍ରେତା ସଂଘର ଜଣେ ସଭାପତି କହିଛନ୍ତି। ଏନେଇ ବୁଲା ବିକ୍ରେତା ସଙ୍ଗଠନ ପକ୍ଷରୁ କୁହାଯାଇଛି ଆମର ଦାବି ହେଉଛି ହାଇକୋର୍ଟ (Odisha High Court) ଦେଇଥିବା ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ମାର୍କେଟ ବିଲଡିଂ ପରିସରରେ ବ୍ୟବସାୟ କରିବାକୁ ସରକାର ପଞ୍ଜିକୃତ ବୁଲା ବିକ୍ରେତାଙ୍କୁ ଅନୁମତି ପ୍ରଦାନ କରନ୍ତୁ।

ଅନ୍ୟପଟେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଙ୍ଗଠନ (Bhubaneswar Market Building Traders Association) ପକ୍ଷରୁ କୁହାଯାଇଛି ଯେ ବୁଲା ବିକ୍ରେତାଙ୍କ କାରଣରୁ ଅତିକ୍ରମଣ ବୃଦ୍ଧି ପାଉଛି। ଅତିକ୍ରମଣ କାରଣରୁ ମାର୍କେଟ ବିଲ୍ଡିଂ ପରିସରରୁ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ବ୍ୟବସାୟୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ ବୁଲା ବିକ୍ରେତା ବଜାର ଅଞ୍ଚଳର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛନ୍ତି। ସେମାନଙ୍କ କାରଣରୁ ମାର୍କେଟ ବିଲ୍ଡିଂ ପରିସରରେ ଭିଡ଼ ବଢୁଛି। ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମକୁ (Bhubaneswar Municipal Corporation) ଅନୁରୋଧ କରାଯାଇଥିଲା। ହେଲେ ଯେତେବେଳେ ବିଏମସି (BMC) ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ସେତେବେଳେ ବ୍ୟବସାୟୀ ସଙ୍ଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲଡିଂ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।