ବିଜେଡି ପାଳନ କରିବ ୨୩ତମ ପ୍ରତିଷ୍ଠା ଦିବସ
Advertisement

ବିଜେଡି ପାଳନ କରିବ ୨୩ତମ ପ୍ରତିଷ୍ଠା ଦିବସ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳର ସକ୍ରିୟ କର୍ମୀଙ୍କ ପାଇଁ ବୀମା ବ୍ୟବସ୍ଥା କରିବା ବିଷୟରେ ଘୋଷଣା କରିବାର ସମ୍ଭାବନା ରହିଛି । ଲଗାତାର ପଞ୍ଚମ  ପାଳି ସରକାର ପ୍ରତିଷ୍ଠାରେ ଦଳର ତୃଣମୂଳ କର୍ମୀଙ୍କ ଯୋଗଦାନ ଓ ପରିଶ୍ରମ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବିଜେଡ଼ି ପ୍ରଥମ ଦଳ ଭାବେ ସକ୍ରିୟ କର୍ମୀଙ୍କୁ ବୀମା ଉପହାର ଭେଟି ଦେବାକୁ ଯାଉଛି ।

  ବିଜେଡି ପାଳନ କରିବ ୨୩ତମ ପ୍ରତିଷ୍ଠା ଦିବସ

ଯଯାତି ମହାନ୍ତି, ଭୁବନେଶ୍ୱର: ୨୨ପୁରି ୨୩ ଚାଲିବ । ଆସନ୍ତାକାଲି ପାଳନ ହେବ ପ୍ରତିଷ୍ଠା ଉତ୍ସବ । କେବଳ ରାଜ୍ୟ ସ୍ତରରେ ନୁହେଁ, ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀ ସ୍ତରରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ କରିବାକୁ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତାଙ୍କୁ ଚିଠି ଲେଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳର ସକ୍ରିୟ କର୍ମୀଙ୍କ ପାଇଁ ବୀମା ବ୍ୟବସ୍ଥା କରିବା ବିଷୟରେ ଘୋଷଣା କରିବାର ସମ୍ଭାବନା ରହିଛି । ଲଗାତାର ପଞ୍ଚମ  ପାଳି ସରକାର ପ୍ରତିଷ୍ଠାରେ ଦଳର ତୃଣମୂଳ କର୍ମୀଙ୍କ ଯୋଗଦାନ ଓ ପରିଶ୍ରମ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବିଜେଡ଼ି ପ୍ରଥମ ଦଳ ଭାବେ ସକ୍ରିୟ କର୍ମୀଙ୍କୁ ବୀମା ଉପହାର ଭେଟି ଦେବାକୁ ଯାଉଛି । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁ ରାଜନୈତିକ ଦଳ ସେମାନଙ୍କ କର୍ମୀଙ୍କୁ ବୀମାଭୁକ୍ତ କଲେ ସରକାରୀ ରାଜକୋଷକୁ ରିହାତି ମିଳିବ ବୋଲି ସମୀକ୍ଷକ ମତ ଦେଇଛନ୍ତି ।

୧୯୯୭, ଡ଼ିସେମ୍ବର ୨୬  ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଦଳର ନେତୃତତ୍ୱ ନେଇଥିଲେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ । ଏହି ୨୨ବର୍ଷ ଭିତରେ ଦଳ ଭିତରେ ଅନେକ ସଂସ୍କାରମୂଳକ ପରିବର୍ତନ ହେଲାଣି । ବିଜେଡ଼ି ଏବେ ଏକ କ୍ୟାଡ଼ର ଭିତିକ ଦଳର ମାନ୍ୟତା ପାଇଲାଣି । ଦଳରେ ସଂଗଠନ ସମ୍ପାଦକ ଭାବେ ପ୍ରଣବ ପ୍ରକାଶ ଦାସ ଓ ମୁଖ୍ୟାଳୟ ସମ୍ପାଦକ ଭାବେ ସଞ୍ଜୟ ଦାସବର୍ମାଙ୍କୁ ପ୍ରଥମ ଥର ପାଇଁ ନିଯୁକ୍ତି ମିଳିଛି । ତୃଣମୂଳ ସ୍ତରରୁ ଦଳକୁ ଶୀର୍ଷରେ ପହଂଚାଇଥିବା କର୍ମୀଙ୍କ କଥା ବି ବୁଝୁଛି ବିଜେଡ଼ି । ୨୩ତମ ପ୍ରତିଷ୍ଠା ଦିବସରେ କର୍ମୀଙ୍କ ପାଇଁ ନବୀନ କିଛି ଉପହାର ଘୋଷଣା କରିବାର ସମ୍ଭାବନା ରହିଛି ।
ବିଜେଡ଼ି ରାଜ୍ୟବ୍ୟାପୀ ଲକ୍ଷାଧିକ ସକ୍ରୀୟ କର୍ମୀଙ୍କୁ ବୀମାଭୁକ୍ତ କରିବାକୁ ଚିନ୍ତା କରୁଛି । ବିଜେଡ଼ି ପ୍ରଥମ ରାଜନୈତିକ ଦଳ ଭାବେ ନିଜର କର୍ମୀଙ୍କ ପାଇଁ ବୀମା ବ୍ୟବସ୍ଥା କରିବାକୁ ଯାଉଛି । କର୍ମୀଙ୍କ ପରିଶ୍ରମର ଉପହାର ଦେବାକୁ ଯାଉଛି ବିଜେଡ଼ି । ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ନିଜ କର୍ମୀଙ୍କୁ ପରିବାର ସଦସ୍ୟ ଭଳି ଦେଖନ୍ତି ଏବଂ ତାଙ୍କ କଥା ଚିନ୍ତା କରନ୍ତି ବୋଲି ବିଧାୟକ କହିଛନ୍ତି । ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ରାଜନୈତିକ ସମୀକ୍ଷକ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ରାଜନୈତିକ ଦଳ ଗୁଡ଼ିକ ନିଜ କର୍ମୀଙ୍କ ପାଇଁ ବୀମା କଲେ ସରକାର ରାଜ୍ୟବାସୀଙ୍କ ପାଇଁ ଯେଉଁ ବୀମା ଯୋଜନା କରୁଛନ୍ତି, ଏହାଦ୍ୱାରା ରାଜକୋଷରୁ ମଧ୍ୟ କିଛି ଅର୍ଥ ସଞ୍ଚୟ ହୋଇପାରିବ । ଏଥର ପ୍ରାୟ ୬୫ଲକ୍ଷ ସଭ୍ୟ ସଂଗ୍ରହ ହୋଇସାରିଲାଣି । ୨୫ଜଣ ସାଧାରଣ ସଭ୍ୟ କରିଥିବା କର୍ମୀ ସକ୍ରିୟ ସଭ୍ୟର ମାନ୍ୟତା ପାଇବେ ଏବଂ ପ୍ରାୟ ଅଢେଇ ଲକ୍ଷ ସକ୍ରିୟ କର୍ମୀ ଏହି ଯୋଜନାରେ ସାମିଲ ହୋଇପାରନ୍ତି ।