Deal with Corona: ଆର ପାର ଜାରି ରହିଛି ଲଢେଇ
ଜୁଲାଇ ୧୦ ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ଶେଷ ହେବାକୁ ଯୋଜନା ରଖିଛି ବିଏମସି।
ଭୁବନେଶ୍ୱର: ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ସରିବ ରାଜ୍ୟର ସମସ୍ତ ଅକ୍ସିଜେନ ପ୍ଳାଣ୍ଟ ନିର୍ମାଣ କାମ। ଗତ ୨ ସପ୍ତାହରେ ରାଜ୍ୟର ୩୦ ଜିଲ୍ଲାରେ ଏଲଓମୋ ପ୍ଳାଣ୍ଟ ଶୁଭ ଦିଆସରିଥିବା ବେଳେ ୨୨ ପିଏସ ପ୍ଳାଣ୍ଟ ମଧ୍ୟ ଶୁଭ ଦିଆଯାଇଛି। ଏଥିରେ ବିଦ୍ୟୁତ୍ ଏବଂ ମେଡିକାଲ ଗ୍ୟାସ୍ ସପ୍ଳାଏ ସିଷ୍ଟମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ କହିଛନ୍ତି।
ସେପଟେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୪ ଲକ୍ଷ କୋରୋନା ଟିକା ଦିଆଯାଇ ରେକର୍ଡ ହୋଇଥିବା ବେଳେ ଏବେ ଅଭାବ ରହିଛି। ଏବେ ୨୮ ଲକ୍ଷ ଲୋକ ଦ୍ବିତୀୟ ଡ଼ୋଜ୍ ନେବା ପାଇଁ ଅପେକ୍ଷା କରିଛନ୍ତି। ସେମାନଙ୍କୁ ଚଳିତ ମାସରେ ଦେବାକୁ ପ୍ରାଥମିକତା ଦିଆଯାଉଛି। ଅପରପଟେ ଗର୍ଭବତୀ ମହିଳାଙ୍କ ପାଇଁ ଯେଉଁ ଗାଇଡ଼ ଲାଇନ୍ ଆସିଛି ଟ୍ରେନିଂ ସରିଲେ ଦିଆହେବ ବୋଲି ସଚିବ କହିଛନ୍ତି। ଏହା ସହ ରାଜ୍ୟରେ ସରକାରୀ ଏବଂ ବେସରକାରୀ କୋଭିଡ଼ କେୟାର ସେଣ୍ଟର ବନ୍ଦ ହେବା ନେଇ ଜିଲ୍ଲାପାଳ, ମୁନସିପାଲ କମିସନରଙ୍କୁ ଚିଠି ଲେଖାଯାଇଛି। କୋଭିଡ଼ ଟେକ୍ନିକାଲ କମିଟି (Covid Technical Committee) ସୁପାରିସ ଆଧାରରେ ଏହି ନିଷ୍ପତ୍ତି ହୋଇଛି। ଯଦି ଏଠାରେ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବେ ସେ ଡିସଚାର୍ଯ ହେବା ପର୍ଯ୍ୟନ୍ତ ଏହା ଖୋଲା ରହିବ।
Also Read: Covid19 Vaccination: 45 Plus ପରେ ଏବେ ନଜରରେ 18 Plus
ଗତ ମଙ୍ଗଳବାର ଠାରୁ ରାଜଧାନୀରେ ଆରମ୍ଭ ହୋଇଯାଇଛି "ଓ୍ବାକ୍ ଇନ ଭାକ୍ସିନେସନ" (Walk in Vaccination)। ଏହି ଅଭିଯାନ ମାଧ୍ୟମରେ ସ୍ଲଟ ବୁକିଂ (Slot Booking for Vaccination) କରିନଥିବା ଲୋକଙ୍କୁ ଦିଆଯାଉଛି ଟିକା। ରାଜଧାନୀର ୧୫ଟି ହସ୍ପିଟାଲରେ ଏହି ପ୍ରକ୍ରିୟାରେ ଟିକାକରଣ ହୋଇଛି। ହିତାଧିକାରୀ ଟିକାକରଣ କେନ୍ଦ୍ରରେ (Bhubaneswar Vaccination Centre) ପଞ୍ଜୀକରଣ କରି ଟିକା ନେଉଛନ୍ତି। ରାଜଧାନୀ ଭୁବନେଶ୍ୱରକୁ ଦେଶର (First Indian Vaccinated City) ପ୍ରଥମ ସମ୍ପୂର୍ଣ୍ଣ ଟିକାକରଣ ସହର (Vaccinated City Bhubaneswar) କରିବା ଲକ୍ଷ୍ୟରେ ଏପରି ପଦକ୍ଷେପ ନିଆଯାଉଛି।
Also Read: BMC ପକ୍ଷରୁ Vaccine Drive ସେବା ଆରମ୍ଭ; ଗାଡିରେ ମିଳିଲା ଟୀକା, No Waiting No Halting
ଜୁଲାଇ ୧୦ ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ଶେଷ ହେବାକୁ ଯୋଜନା ରଖିଛି ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC)। ଯେଉଁମାନେ ଦ୍ଵିତୀୟ ଡୋଜ୍ ନେବାକୁ ବାକି ରହିବେ ସେମାନଙ୍କ ଟିକାକରଣ ଜୁଲାଇ ମାସ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗତ ମଙ୍ଗଳବାର ପର୍ଯ୍ୟନ୍ତ ୧୪ ଲକ୍ଷ ୮୩ ହଜାର ୭୦ ଜଣ ଲୋକ ଟିକା ନେଇସାରିଲେଣି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୫ ହଜାର ୯୭୩ ଜଣ ଦୁଇଟି ଟୀକା ନେଇଥିବା ବେଳେ ୯ ଲକ୍ଷ ୬୭ ହଜାର ୯୯ ଜଣ ପ୍ରଥମ ଟୀକା ନେଇଛନ୍ତି। ଆଉ ଯେଉଁମାନେ ପ୍ରଥମ ଟୀକା ନେବାକୁ ବାକି ରହିଲେ ସେମାନଙ୍କୁ ବିନା ସ୍ଲଟ ବୁକିଂ ପ୍ରକ୍ରିୟାରେ ଟିକା ଦିଆଯିବ।