BMC ପକ୍ଷରୁ Vaccine Drive ସେବା ଆରମ୍ଭ; ଗାଡିରେ ମିଳିଲା ଟୀକା, No Waiting No Halting
Advertisement
Article Detail0/zeeodisha/odisha897891

BMC ପକ୍ଷରୁ Vaccine Drive ସେବା ଆରମ୍ଭ; ଗାଡିରେ ମିଳିଲା ଟୀକା, No Waiting No Halting

ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ଏପରି ଅଭିନବ ପନ୍ଥା ଆପଣାଯାଇଛି।

BMC ପକ୍ଷରୁ Vaccine Drive ସେବା ଆରମ୍ଭ; ଗାଡିରେ ମିଳିଲା ଟୀକା, No Waiting No Halting

ଭୁବନେଶ୍ବର: ଗାଡ଼ିରେ ମିଳିବ କୋରୋନା ଟୀକା। ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ଏପରି ଭ୍ୟାକ୍ସିନ ଡ୍ରାଇଭ ଆରମ୍ଭ ହୋଇଛି। ଭୁବନେଶ୍ବର ରସୁଲଗଡ ନିକଟରେ ଥିବା ଏସପ୍ଲାନେଡ୍ ୱାନ୍ ମଲ ଠାରେ ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରକଳ୍ପ ଭାବେ ୪୫ ବର୍ଷରୁ ଉର୍ଦ୍ଧ୍ବ ଦ୍ବିତୀୟ ଡୋଜ୍ ହିତାଧିକାରୀଙ୍କୁ ଏପରି ବ୍ୟବସ୍ଥାରେ କୋରୋନା ଟିକା ଦିଆଯାଇଛି। ସ୍ଲଟ୍ ବୁକିଂ ମେସେଜ୍ ସହ ଆଧାରକାର୍ଡ ପ୍ରମାଣପତ୍ର ଯାଞ୍ଚ ପରେ ଗାଡି ଭିତରେ ହିଁ ଟିକା ଦିଆଯାଇଛି।

ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ପକ୍ଷରୁ ଏପରି ଅଭିନବ ପନ୍ଥା ଆପଣାଯାଇଛି। ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ ଟିକାକରଣ (Second Dose Corona Vaccination) ଭ୍ୟାକସିନ ଡ୍ରାଇଭ (Vaccine Drive) ସେବା ମାଧ୍ୟମରେ କରାଯାଇଛି। ପାଇଲଟ ପ୍ରକଳ୍ପ ଭାବେ ରସୁଲଗଡ଼ (Rasulgarh) ନିକଟରେ ଥିବା ଏକ୍ସପ୍ଲାନେଡ଼ ମଲ (Esplanade Mall) ଠାର ରହିଥିବା ପାର୍କିଂ ସ୍ଥଳରେ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଟିକାକରଣ ବ୍ୟବସ୍ଥା (Mobile Vaccination System)।

Also Read: କୋରୋନା ମୁକାବିଲା: ଆସନ୍ତା ଏପ୍ରିଲ ପହିଲାରୁ ହେବ ବ୍ୟାପକ ଟୀକାକରଣ

ଯାହା ମାଧ୍ୟମରେ ହିତାଧିକାରୀଙ୍କୁ ଗାଡି ଭିତରେ ହିଁ କୋରୋନା ଟିକା (Corona Vaccine) ଦିଆଯାଇଛି। ପ୍ରଥମେ ସ୍ଲଟ୍ ବୁକିଂ (Slot Booking) ପ୍ରମାଣ, ଆଧାରକାର୍ଡ ସମେତ ମୋବାଇଲ ନମ୍ବର ଯାଞ୍ଚ କରି ଟିକା ଦିଆଯାଇଛି। ପ୍ରଥମ ଦିନରେ ୪ ଶହ ହିତାଧିକାରୀଙ୍କ ପାଇଁ ସ୍ଲଟ୍ ବୁକ୍ କରାଯାଇଥିଲା। ଏହାପରେ ଆସନ୍ତା ୧୦ ତାରିଖରୁ ଦୈନିକ ୫ ଶହ ଲେଖାଏଁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଥିବା ବିଏମସିର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଜଣାଇଛନ୍ତି।

ଟିକା ନେବାପାଇଁ ସମସ୍ତ ହିତାଧିକାରୀ ନିଜ ଗାଡିରେ ଆସିଥିଲେ। ଭିନ୍ନକ୍ଷମ, ବୟସ୍କ ନାଗରିକ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେବା ସହ କେଉଁଠି ଟିକା ଦାନ କେନ୍ଦ୍ରରେ ଗହଳିକୁ ଏଡାଇବା ପାଇଁ ଏପରି ଗାଡ଼ି ଭିତରେ ଫଟାଫଟା ଟିକା ଦେବା ପାଇଁ ହୋଇଥିବା ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ହିତାଧିକାରୀ। ଶୃଙ୍ଖଳିତ ଭାବେ ଟିକା ନେବା ପରେ ସେମାନଙ୍କୁ ଅଧଘଣ୍ଟା ପାଇଁ ବିଶ୍ରାମରେ ରଖାଯାଉଛି। ପୂର୍ବରୁ ଏଥିପାଇଁ ସେମାନେ ଅନଲାଇନ ମାଧ୍ୟମରେ ସ୍ଲଟ୍ ବୁକ୍ କରିଥିଲେ।

Also Read: ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ପ୍ରଭାବିତ

ଏହି ଭ୍ୟାକସିନ ଡ୍ରାଇଭ୍ ବ୍ୟବସ୍ଥାର ସଫଳତା ପରେ ବିଏମସି ପକ୍ଷରୁ ରାଜଧାନୀରେ ରହିଥିବା ମଲ ପାର୍କିଂ ପ୍ଲେସ (Mall Parking Place) ଠାରେ ଟିକା ଦେବା ପାଇଁ ଚିନ୍ତା କରାଯାଉଛି। ହେଲେ ଟିକା ନେବା ପାଇଁ ନିୟମ ମୁତାବକ ଦୁଇ ଚକିଆ ଯାନରେ ଜଣେ ଏବଂ କାରରେ ଡ୍ରାଇଭରଙ୍କୁ ମିଶାଇ ୨ ଜଣ ଆସିବାକୁ ନେଇ ଲାଗୁ ହୋଇଥିବା ନିୟମକୁ ଅନେକାଂଶରେ ଉଂଲଘନ କରାଯାଉଥିବାର ଦେଖିବାକୁ ମିଳିଥିଲା।