Covid19 Vaccination: 45 Plus ପରେ ଏବେ ନଜରରେ 18 Plus
Advertisement

Covid19 Vaccination: 45 Plus ପରେ ଏବେ ନଜରରେ 18 Plus

ଜୁନ ୭ ତାରିଖ ସୋମବାର ଠାରୁ ଆରମ୍ଭ ହୋଇଛି ପଞ୍ଜୀକରଣ ପ୍ରକ୍ରିୟା।

Covid19 Vaccination: 45 Plus ପରେ ଏବେ ନଜରରେ 18 Plus

ଭୁବନେଶ୍ବର: ପୁଣି ଧାଇଁଲା ଟିକାକରଣ। ତୃତୀୟ ପର୍ଯ୍ୟାୟ ଟିକାକରଣରେ ଯୁବ ବର୍ଗ ସାମିଲ ହେବା ପରେ ରାଜ୍ୟରେ ଟିକାର ଅଭାବ ସ୍ଥିତି ଦେଖାଦେଇଥିଲା। ଏବେ ଉଭୟ କୋଭିସିଲ୍ଡ-କୋଭାକ୍ସିନ୍ କୋରୋନା ଟିକା ଆସିବା ପରେ ଜୁନ ୭ ତାରିଖ ସୋମବାର ଠାରୁ ଗଣ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ୧୮-୪୪ ବର୍ଷର ପ୍ରଥମ ଡୋଜ ନେଇ ଦ୍ଵିତୀୟ ଡୋଜ ଅପେକ୍ଷାରେ ଥିବା ହିତାଧିକାରୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି।

ବର୍ତ୍ତମାନ ରାଜ୍ୟର ୨୨ ଜିଲ୍ଲା ମୁଖ୍ୟାଳୟ (District Head Quarter) ଠାରେ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଥିବା ସ୍ବାସ୍ଥ୍ୟ ବିଭାଗ (Odisha Health Department) ପକ୍ଷରୁ କୁହାଯାଇଛି। ସେପଟେ ରାଜଧାନୀ ଭୁବନେଶ୍ବରରେ (Bhubaneswar) ଏକମାତ୍ର କୋଭାକ୍ସିନ (Covaxin) ଟିକା ଦିଆଯାଉଥିବା ବେଳେ ସୋମବାର ଠାରୁ ବିନା ସ୍ଲଟ୍ ବୁକିଂରେ (Slot Booking) ଦ୍ବିତୀୟ ଡୋଜ୍ ଦିଆଯାଇଛି। ଏହା ସହ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଞ୍ଜୀକରଣ କରି କୋଭିସିଲ୍ଡ (Covishield) ଟିକା ଦେବାକୁ ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC)।

Also Read: ରାଜ୍ୟରେ ଟିକା ସଂକଟ; ଆସନ୍ତାକାଲି କାଲି ଠାରୁ ୧୮-୪୪ ବର୍ଗଙ୍କ ଟିକାଦାନ ସ୍ଥଗିତ

 

ରାଜ୍ୟରେ ଯୁବ ବର୍ଗଙ୍କୁ କୋଭିଡ୧୯ ଟିକାକରଣ (Covid19 Vaccination) ପ୍ରକ୍ରିୟାରେ ସାମିଲ କରିବା ପରେ ମନ୍ଥର ଗତିରେ ଚାଲୁଥିବା ବେଳେ ସୋମବାର ଠାରୁ ଏହାକୁ ଜୋରଦାର କାର୍ଯ୍ୟକାରୀ କରାଯାଇଛି। ୧୮-୪୪ ବର୍ଷ ବର୍ଗର ହିତାଧିକାରୀଙ୍କୁ ନଜରରେ ରଖି ଏବେ ସେମାନଙ୍କ ଦ୍ବିତୀୟ ଡୋଜ୍ ଟିକା ପ୍ରଦାନକୁ ଗୁରୁତ୍ବ ଦିଆଯାଉଛି। ସ୍ବାସ୍ଥ୍ୟ ବିଭାଗ ସୂଚନା ମୁତାବକ ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଆଗାମୀ ସପ୍ତାହେ କିମ୍ବା ୧୦ ଦିନ ମଧ୍ୟରେ ଆହୁରି କମିବାର ସମ୍ଭାବନା ରହିଛି। 

ବର୍ତ୍ତମାନ ଚାଲିଥିବା ଟିକାକରଣ ପ୍ରକ୍ରିୟାରେ ଦ୍ଵିତୀୟ ଡୋଜକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ୧୮-୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ ନେଇ ଦ୍ଵିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି।  ପ୍ରାୟ ୨୨ ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଯେତିକି ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ଟିକାକରଣ ପାଇଁ ଯୋଜନା କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

Also Read: BMC ପକ୍ଷରୁ Vaccine Drive ସେବା ଆରମ୍ଭ; ଗାଡିରେ ମିଳିଲା ଟୀକା, No Waiting No Halting

ସେପଟେ ରାଜ୍ୟ ରାଜଧାନୀରେ ସୋମବାର ଗଣ ଟିକାକରଣ ଆରମ୍ଭ ହୋଇଛି। ୧୮-୪୪ ବର୍ଗର ପ୍ରଥମ ଡୋଜ୍ ନେଇଥିବା ହିତାଧିକାରୀଙ୍କ ଡ୍ୟୁ ଡେଟ୍ ମୁତାବକ ସୋମବାରଠୁ ଦ୍ବିତୀୟ ଡୋଜ୍ ପ୍ରଦାନକୁ ସରଳୀକରଣ କରି ବିନା ସ୍ଲଟ୍ ବୁକିଂ ମାଧ୍ୟମରେ ପ୍ରଥମ ଡୋଜ ସାର୍ଟିଫିକେଟ ଦେଖାଇ ସମାନ ଟିକାଦାନ କେନ୍ଦ୍ରରେ ନିର୍ଦ୍ଧାରିତ ତାରିଖରେ ଟିକା ଦିଆଯାଉଛ। ଏହାସହ ବିଦେଶରେ ପାଠ ପଢିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କୋଭିସିଲ୍ଡ ଟିକା ଦେବାକୁ ବ୍ୟବସ୍ଥା କରୁଛି ବିଏମସି।

Also Read: ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ପ୍ରଭାବିତ

ଏନେଇ ଜୁନ ୭ ତାରିଖ ସୋମବାର ଠାରୁ ଆରମ୍ଭ ହୋଇଛି ପଞ୍ଜୀକରଣ ପ୍ରକ୍ରିୟା। ବିଦେଶରେ ଅବସ୍ଥିତ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରୁ ପାଠପଢିବା ପାଇଁ କନଫର୍ମେସନ (Confirmation) ପାଇଥିଲେ ହିଁ ଟିକାକରଣ ପାଇଁ ଆବେଦନ କରିପାରିବେ। ୧୯୨୯ ଜରିଆରେ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଥିରେ ୬୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧୬ ଜଣ ନିଜର ସମସ୍ତ ତଥ୍ୟ ଡକ୍ୟୁମେଣ୍ଟ ପ୍ରଦାନ କରିଛନ୍ତି। ଏବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାକୁ ନେଇ ଅଭିଭାବକଙ୍କ ଛାତ୍ରଛାତ୍ରୀ ପ୍ରଂଶସା କରିଛନ୍ତି।

Also Read: କୋରୋନା ମୁକାବିଲା: ଆସନ୍ତା ଏପ୍ରିଲ ପହିଲାରୁ ହେବ ବ୍ୟାପକ ଟୀକାକରଣ

ଯେଉଁ ଛାତ୍ରଛାତ୍ରୀ କୋଭାକ୍ସିନ ଟିକାର ଗୋଟିଏ ଡୋଜ ନେଇସାରିଛନ୍ତି ସେମାନଙ୍କ ପାଇଁ ଦ୍ଵିତୀୟ ଡୋଜର ବ୍ୟବସ୍ଥା କରାଯିବ। ଟିକା ବଦଳା ଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛି ବିଏମସି। କୋଭାକ୍ସିନ ନେଇଥିବା ଛାତ୍ରଛାତ୍ରୀ କେମିତି ବିଦେଶ ଯିବେ ତାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଳ୍ୟୁଏଚଓ (World Health Organization-WHO) ସ୍ପଷ୍ଟ କରିବାକୁ ଆଶାୟୀ ନିବେଦନ କରିଛନ୍ତି ।