BSE Odisha 10th Result 2022 Update: ବୁଧବାର ମାଟ୍ରିକ ପରୀକ୍ଷାଫଳ, ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ
Advertisement
Article Detail0/zeeodisha/odisha1243472

BSE Odisha 10th Result 2022 Update: ବୁଧବାର ମାଟ୍ରିକ ପରୀକ୍ଷାଫଳ, ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ

ବୁଧବାର ବାହାରିବ ପରୀକ୍ଷାଫଳ

ପ୍ରତିକାତ୍ମକ ଫଟୋ

BSE Odisha 10th Result 2022 Update: କଥା ଦେଇ କଥା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ଚଳିତ ମାସ ପ୍ରଥମ ସପ୍ତାହରେ ହିଁ ବାହାରିବ ମାଟ୍ରିକ ପରୀକ୍ଷାଫଳ। ଜୁନ ୬ ତାରିଖରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ଓ ଜୁଲାଇ ଶେଷ ସପ୍ତାହରେ ଯୁକ୍ତଦୁଇ ରେଜଲ୍ଟ ବାହାରିବ ବୋଲି ରବିବାର ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି। 

ଆସନ୍ତା ଜୁଲାଇ ୬ତାରିଖ ଦିନ ୧ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟ ପ୍ରକାଶ ନେଇ ବୋର୍ଡ କର୍ତ୍ତୃପକ୍ଷ ବିସୃତ ବିବରଣୀ ଦେବେ। ଏଥର ପରୀକ୍ଷାଫଳକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ବୋର୍ଡ (BSE) ଉଦ୍ୟମ କରୁଛି। ଏଥିପାଇଁ ମାର୍କ ମିସ ମ୍ୟାଚକୁ ମଧ୍ୟ ସଂଶୋଧନ କରାଯାଇଛି। ଚଳିତବର୍ଷ ଏପ୍ରିଲ ୨୯ରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ପରୀକ୍ଷା ହୋଇଥିଲା। ମୋଟ ୫ ଲକ୍ଷ ୩୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମାଟ୍ରିକ୍‌ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ମେ ୨୧ରୁ ଜୁନ ୨ ପର୍ଯ୍ୟନ୍ତ ମୋଟ ୫୩ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହୋଇଛି। 

କେମିତି ଦେଖିବେ ଦଶମ ପରୀକ୍ଷା ଫଳ?

ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ: bseodisha.ac କିମ୍ବା orissaresults.nic.in ।
ମେନପେଜରେ ଲେଖା ହୋଇଥିବା ‘Odisha 10th result 2022 HSC'  ଉପରେ କ୍ଲିକ୍ କରନ୍ତୁ।
ସେଠାରେ 10th result 2022 ପେଜ୍ ଦେଖାଯିବ।
ଏବେ ସଠିକ୍ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଲଗଇନ୍ କରନ୍ତୁ।
ତାପରେ 'Submit' ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ଦଶମ ଫଳାଫଳ ଦେଖାଯିବ।
ଭିବିଷ୍ୟତର ଆବଶ୍ୟକତା ପାଇଁ ଏହାକୁ ଡାଉନଲୋଡ କରି ଗୋଟିଏ କପି ପ୍ରିଣ୍ଟ୍ କରିନିଅନ୍ତୁ।