NRCକୁ ସମର୍ଥନ କରୁନାହୁଁ : ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha611774

NRCକୁ ସମର୍ଥନ କରୁନାହୁଁ : ମୁଖ୍ୟମନ୍ତ୍ରୀ

CABର ଭାରତୀୟଙ୍କ ସହ କିଛି ସମ୍ପର୍କ ନାହିଁ ।

 NRCକୁ ସମର୍ଥନ କରୁନାହୁଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : NRC କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି,“ NRC ସପକ୍ଷରେ ବିଜୁଜନତା ଦଳ ନୁହେଁ । ଉଭୟ ରାଜ୍ୟସଭା ଓ ଲୋକସଭାରେ ଆମର ସାଂସଦମନେ ବିରୋଧ କରିଛୁ । CAA କୌଣସି ଭାରତୀୟଙ୍କର କୌଣସି କ୍ଷତି ହେବାର ନାହିଁ । CABର ଭାରତୀୟଙ୍କ ସହ କିଛି ସମ୍ପର୍କ ନାହିଁ । କେବଳ ବିଦେଶୀଙ୍କ ସହ ସମ୍ପର୍କ ରହିଛି । ଏନେଇ ଆମ ଲୋକସଭା ଓ ରାଜ୍ୟସଭା ସାଂସଦ ମାନେ ସଂସଦରେ ସ୍ପଷ୍ଟ କରିଛନ୍ତି । ଆମେ NRCକୁ ବିରୋଧ କରୁଛୁ । ତେଣୁ ଲୋକମାନେ ଗୁଜବରେ ବିଶ୍ୱାସ କରନାହିଁ।

ସୂଚନାଯୋଗ୍ୟ,  ନାଗରିକତା ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବାପରେ ଏହାକୁ ନେଇ ବିରୋଧ ଦେଖାଦେଇଛି । ଆସାମ, ପଶ୍ଚିମବଙ୍ଗ ଏବଂ ଦେଶର ଅନ୍ୟ ପ୍ରାନ୍ତରେ ଜଳାପୋଡ଼ା ହେଉଛି ।