କୋରୋନା କଟକଣା ପାଇଁ ନିତ୍ୟ ବ୍ୟବହାର ସାମଗ୍ରୀର ଦରଦାମ୍ ବଢିଚାଲିଛି ।
Trending Photos
ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା କଟକଣା ପାଇଁ ନିତ୍ୟ ବ୍ୟବହାର ସାମଗ୍ରୀର ଦରଦାମ୍ ବଢିଚାଲିଛି । ଗ୍ରୋସେରୀ ହେଉ କିମ୍ବା ପନିପରିବା ନେବା ଆଣିବାରେ କଟକଣା ଥିବାରୁ ବ୍ୟବସାୟୀମାନେ ସାମଗ୍ରୀ ଆଣିବାରେ ଅସୁବିଧା ଭୋଗୁଛନ୍ତି । ଚାହିଦା ଅନୁସାରେ ସପ୍ଲାଇ କମୁଥିବାରୁ ଦର ବି ବଢ଼ିଚାଲିଛି । ଟମୋଟା ହେଉ କି ଆଳୁ, କିମ୍ବା ପନିପରିବା ବଜାର ଦର ଏବେ ସମାନ୍ୟଠାରୁ ଅଧିକା ରହୁଛି ।
ସରକାର ବଜାର ଉପରେ ନଜର ରଖିଛନ୍ତି ଏବଂ ବଳାବଜାରୀଙ୍କ ଉପରେ ଚଢାଉ ହେଉଛି ବୋଲି କହୁଥିଲେ ମଧ୍ୟ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଭିନ୍ନ । ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ସରକାର ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବା ଦରକାର ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଟାସ୍କଫୋର୍ସ ଗଠନ କରି ବଜାରର ସ୍ଥିତି ନିରୀକ୍ଷଣ କରିବା ସହିତ ବ୍ୟବସାୟୀ ସଂଘ ସହ ଆଲୋଚନା କରି ଦରଦାମକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।