ଭୁବନେଶ୍ବର: ଦେଶରେ ହେଉବା ରାଜ୍ୟରେ କରୋନା ସଂକ୍ରମଣ ଏବେ ଏକ ପ୍ରକାର ସ୍ଥିର ସ୍ଥିତିରେ ରହିଛି। ଦିନକୁ ଯେତିକି ପରିମାଣର ସଂକ୍ରମିତଙ୍କ ସଂଖ୍ୟା ପୂର୍ବରୁ ଚିହ୍ନଟ ହେଉଥିଲେ ଏବେ ସେଥିରେ ହ୍ରାସ ପାଉଥିବା ଦେଖିବାକୁ  ମିଳୁନାହିଁ। ଦ୍ବିତୀୟ ଲହର ଏବେ ମଧ୍ୟ ସରି ନଥିବା ବେଳେ କେରଳ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଚିନ୍ତା ବଢାଇବା ଆରମ୍ଭ କରିଛନ୍ତି। ଦେଶରେ ଯେତିକି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଥିମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ସଂକ୍ରମିତ ଏହି ଦୁଇ ରାଜ୍ୟରୁ ବାହାରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ପ୍ରଥମେ ଡେଲଟା, ଡେଲଟା ପ୍ଲସ ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ଏବେ କାପ୍ପା, ଲାମ୍ବଡା ଭଳି ଭୂତାଣୁ ଭୟ ସୃଷ୍ଟି କଲେଣି। ଏଭଳି ପରିସ୍ଥିତିରେ କୋରୋନା କଟକଣାରେ ଢିଲା ହେଲେ ତୃତୀୟ ଲହରକୁ ଆମନ୍ତ୍ରଣ ଦେବା ଭଳି ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ସେପଟେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି ଦ୍ବିତୀୟ ଲହର ସରିବା ସହ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି। ଲୋକଙ୍କ ଜୀବନ ଜୀବିକା ପାଇଁ କରୋନା ସହ ଲଢି ତାହା ସହ ରହିବାକୁ ପଡିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।  


Also Read: ଟାର୍ଗେଟରୁ କମ୍ ମିଳୁଛି ଟିକା, ବନ୍ଦ ହୋଇଯିବ ଟିକାକରଣ !


ରାଜ୍ୟରେ ଏବେ କୋରୋନା ଦ୍ବିତୀୟ ଲହର ତାହାର ପ୍ରକୋପ ଜାରି ରଖିଛି। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନାହିଁ। ଏଭଳି ପରିସ୍ଥିତିରେ କେରଳ, ମହାରାଷ୍ଟ୍ର ଭଳି ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ଚିନ୍ତା ବଢାଇବାକୁ ଲାଗିଲାଣି। ଦେଶରେ ଯେତିକି ଲୋକ ଏବେ ସଂକ୍ରମିତ ହେଉଛନ୍ତି ତାହାର ୫୩ ପ୍ରତିଶତ ଲୋକ କେବଳ ଏହି ଦୁଇ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଡେଲଟା, ଡେଲଟା ପ୍ଲସ ଭଳି ଭୁତାଣୁ ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଥିବା ବେଳେ ଏବେ କାପ୍ପା, ଲାମ୍ବଡା ଭଳି ଭୂତାଣୁ ଲୋକଙ୍କୁ ସଂକ୍ରମିତ କରିବା ଆରମ୍ଭ କରିଛି।


ଦ୍ବିତୀୟ ଲହର ସରିନଥିବା ବେଳେ ଏବେ ପୁଣି କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାଜ୍ୟକୁ ମଧ୍ୟ ଏହି ତୃତୀୟ ଲହର ନିର୍ଦ୍ଧାରିତ ସମୟରୁ ଆଗୁଆ ଆସିବ ବୋଲି ଆଶାଙ୍କା କରାଯାଉଛି। ଏଥିପାଇଁ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଢିଲା ହେଲେ ଚଳିବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।   


Also Read: ମହାରାଷ୍ଟ୍ର ନୁହେଁ ଏହି ରାଜ୍ୟରୁ ମାଡ଼ି ଆସୁଛି Third Wave !


ଗତ ୧୦ ଦିନ ହେବ ରାଜ୍ୟର ପ୍ରାୟ ୨୬ ଜିଲ୍ଲା ଏବେ ଗ୍ରୀନ ଜୋନ ବର୍ଗକୁ ଆସିସାରିଛି। ଅନେକ ଦିନ ପରେ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଏହି ବର୍ଗକୁ ଆସିଛି। ହେଲେ ପଡୋଶୀ ନୟାଗଡ, କଟକ ଭଳି ଜିଲ୍ଲା ଏବେ ଯଥାକ୍ରମେ ରେଡ ଜୋନ ଏବଂ ୟେଲ୍ଲୋ ଜୋନ ବିଭାଗରେ ରହିଛନ୍ତି। ହେଲେ ଟିପିଆର ରିପୋର୍ଟ ଯାହା ଆସୁଛି ସେଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଏବେ ମଦ୍ୟ କୋରୋନା ମହାମାରୀ ରାଜ୍ୟର ପିଛା ଛାଡି ନାହିଁ। ହେଲେ ଲୋକଙ୍କ ଜୀବନ ଜୀବିକାକୁ ନଜରରେ ରଖି କଟକଣା କୋହଳ କରାଯାଇଛି। 


Also Read: Deal with Corona: ଆର ପାର ଜାରି ରହିଛି ଲଢେଇ


ଆଗକୁ ଆବଶ୍ୟକ ପଡିଲେ ପୁଣି କଟକଣା ଜୋରଦାର କରାଯାଇପାରେ। ହେଲେ ରାଜ୍ୟ ସରକାର ନିଜ ପ୍ରସ୍ତୁତିକୁ ନେଇ ଆଶ୍ବସ୍ତ ରହିଛନ୍ତି। ଶିଶୁଙ୍କ ଠାରୁ ଆରମ୍ଭ କରି ବଡଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି। କେରଳ, ମହାରାଷ୍ଟ୍ର ଭଳି ରାଜ୍ୟରେ ଦେଖା ଦେଇଥିବା ଭାଇରସ ନୂଆ ନୁହେଁ। ଡେସଟା ସହ ଏହି ଦୁଇ ଭାଇରସ ଚିହ୍ନଟ ହୋଇସାରିଛି। ଏଥିରେ ଅଧିକ ଲୋକ ଆକ୍ରାନ୍ତ ହେବେ ନାହିଁ ବୋଲି ଆଶା କରାଯାଉଛି। ରାଜ୍ୟରେ ପ୍ରତିଦିନ ଦୃଶ୍ୟମାନ ହେଉଥିବା କୋରୋନା ସଂକ୍ରମଣ ନିଶ୍ଚିତ ରୂପେ ଚିନ୍ତା ବଢାଉଥିବା ବେଳେ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ। ଏହି ମୃତ୍ୟୁ ସଂଖ୍ୟା ଅନେକ ଦିନ ପୁରୁଣା ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି। ଏହା ସତ୍ତ୍ୱେ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏହା ଯଥେଷ୍ଟ।