ମହାରାଷ୍ଟ୍ର ନୁହେଁ ଏହି ରାଜ୍ୟରୁ ମାଡ଼ି ଆସୁଛି Third Wave !
Advertisement
Article Detail0/zeeodisha/odisha937305

ମହାରାଷ୍ଟ୍ର ନୁହେଁ ଏହି ରାଜ୍ୟରୁ ମାଡ଼ି ଆସୁଛି Third Wave !

ଯେଉଁଠି କୋହଳ କଟକଣା ସେଇଠି ଭିଡ଼ । ମୁହଁରେ ମାସ୍କ ନାହିଁ, ନିଜ ଭିତରେ ସମାଜିକ ଦୂରତା ନାହିଁ । କିଛି ଜାଗାରେ ଯେଉଁଠି ଢିଲା ହୋଇଛି ସେଠି ଲୋକ ରିସୋର୍ଟ ଯିବା ଆରମ୍ଭ କଲେଣି, ଏନଜୟ କରିବା ଆରମ୍ଭ କଲେଣି ।

ମହାରାଷ୍ଟ୍ର ନୁହେଁ ଏହି ରାଜ୍ୟରୁ ମାଡ଼ି ଆସୁଛି Third Wave !

ନୂଆଦିଲ୍ଲୀ:  ଚିନ୍ତା ବଢ଼ାଇଲାଣି ଲୋକଙ୍କ ଭିଡ଼ । କଟକଣା ସାମାନ୍ୟ କୋହଳ ହେବା ମାତ୍ରେ କିଛି ଜାଗାରେ ଲୋକ ଟୁର୍ ରେ ଯିବା ଆରମ୍ଭ କଲେଣି । ମଉଜ କରିବା ଆରମ୍ଭ କଲେଣି । ଅଯଥା ଭିଡ଼ ହେଲେ ସଂକ୍ରମଣ ବଢିବ। ଅନେକ ସ୍ଥାନରେ ଲୋକଙ୍କ ଅସମ୍ଭବ ଭିଡ଼ ହେଉଛି । ତୃତୀୟ ଲହର ସେପ୍ଟେମ୍ବର ଆଡ଼କୁ ଆସିବ ବୋଲି ଅନୁମାନ କରାଯାଉଥିଲା, ହେଲେ ଯଦି ଏଭଳି ଅବସ୍ଥା ଲାଗି ରହେ, ତେବେ ନିର୍ଦ୍ଧାରିତ ସମୟ ଆଗରୁ ମଧ୍ୟ ତୃତୀୟ ଲହର ଆସିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ଚେତାଇ ଦେଇଛି।

ସେପଟେ ସବୁଠୁ ଚିନ୍ତାଜନକ ବିଷୟ ଏବେ କେରଳ (Kerala) ରୁ ଆସିଛି । ସେଠାରେ କେସ୍ ୧୪ ହଜାର ଟପି ଗଲାଣି । ଲୋକେ କୋଭିଡ୍ ନିୟମ ପାଳନ କରୁନାହାଁନ୍ତି, ଭ୍ୟାକ୍ସିନେସନ୍ ହେଇଥିଲେ ମଧ୍ୟ କୋଭିଡ୍ ନିୟମ ମାନିବାକୁ ପଡିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ମଧ୍ୟ କହି ସାରିଛି ବ୍ରିଟେନରେ ଭ୍ୟାକ୍ସିନେସନ୍ ପରେ ବି ତୃତୀୟ ଲହର ଆସିଥିଲା । ଇସ୍ରାଏଲରେ କେସ୍ ବଢ଼ିଛି । ଇଣ୍ଡୋନେସିଆରେ ଦିଲ୍ଲୀ ଭଳି ସ୍ଥିତି ସୃଷ୍ଟି ହେଲାଣି। 

Also Read: ମିଳୁନାହାଁନ୍ତି ଆବଶ୍ୟକୀୟ ଯାତ୍ରୀ; Berhampur Bus Statnd ଠାରେ ଅଟକି ରହିଛି OSRTC Bus

ଯେଉଁଠି କୋହଳ କଟକଣା ସେଇଠି ଭିଡ଼ । ମୁହଁରେ ମାସ୍କ ନାହିଁ, ନିଜ ଭିତରେ ସମାଜିକ ଦୂରତା ନାହିଁ । କିଛି ଜାଗାରେ ଯେଉଁଠି ଢିଲା ହୋଇଛି ସେଠି ଲୋକ ରିସୋର୍ଟ ଯିବା ଆରମ୍ଭ କଲେଣି, ଏନଜୟ କରିବା ଆରମ୍ଭ କଲେଣି । ପ୍ରଥମ ଦିନରୁ ଆକଳନ ହୋଇଛି ଯେ ଅଯଥା ଭିଡ଼ ହେଲେ ସଂକ୍ରମଣ (Corona Infection) ବଢିବ, ଜୀବନ ଜୀବିକା ପାଇଁ ଯେତିକି ଦରକାର ସେତିକି କରିବା, କୋଭିଡ୍ ନିୟମ ପାଳନ କରିବାକୁ ପଡିବ । ସପ୍ତାହକ ଭିତରେ ଅନେକ ଦୋକାନ, ହାଟ ବନ୍ଦ କରାଯାଇଛି । ଅନେକ ସ୍ଥାନରେ ଲୋକଙ୍କ ଅସମ୍ଭବ ଭିଡ଼ ହେଉଛି। 

Also Read: ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଶପଥ ନେଲେ ୩୬ ନୂଆ ମନ୍ତ୍ରୀ, ୭ ଜଣଙ୍କ ହେଲା ପଦୋନ୍ନତି

ପୂର୍ବରୁ ସେପ୍ଟେମ୍ବର ଆଡ଼କୁ ତୃତୀୟ ଲହର (Third Wave)ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଥିଲା । ତେବେ ଏପରି ଅବସ୍ଥା ଲାଗି ରହିଲେ ନିର୍ଦ୍ଧାରିତ ସମୟ ଆଗରୁ ମଧ୍ୟ ଆସିପାରେ ତୃତୀୟ ଲହର । ସେପଟେ ରାଜ୍ୟରେ ଆଜି ସଂକ୍ରମଣ କମିଛି । ଖୁବଶୀଘ୍ର ଏହା ନିୟନ୍ତ୍ରଣକୁ ଆସିବ, ହେଲେ ଲୋକେ ଅମାନିଆ ହେଲେ ସଂକ୍ରମଣ ବଢିବାର ଆଶଙ୍କା ଅଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।କେରଳରୁ ଆସିଛି ଉଦବେଗଜନକ ଖବର । ସେଠାରେ ଲୋକାଲ କେସ ୧୪ ହଜାର ଟପି ଗଲାଣି । ଇଂଲଣ୍ଡରେ ଟିକା ନେବା ପରେ ବି ତୃତୀୟ ଲହର ଆସିଲା । ଇସ୍ରାଏଲରେ କେସ ବଢ଼ିଛି, ଇଣ୍ଡୋନେସିଆରେ ଦିଲ୍ଲୀ ଭଳି ସ୍ଥିତି, ବିନା ଅକ୍ସିଜେନରେ ଲୋକଙ୍କ ମୃତ୍ୟୁ ହେଉଛି । ଟିକା ନେଇଥିବା  ଲୋକଙ୍କୁ ମଧ୍ୟ ବୁଷ୍ଟର୍ ଡୋଜର ଆବଶ୍ୟକତା ରହିଛି । ସର୍ଭେରୁ ଦେଖାଯାଇଛି କୋଭିସିଲ୍ଡ (Covishield Vaccine) ନେବା ପରେ ଭାରତରେ ୧୬ ପ୍ରତିଶତ ଲୋକଙ୍କ ଦେହରେ ମୂଳରୁ ଆଣ୍ଟିବଡି ଜେନେରେଟ୍ ହୋଇନାହିଁ ।