ଯେତିକି କୋଭିସିଲ୍ଡ଼ ଟୀକା ଅଛି ଆଉ ଦୁଇଦିନ ଟୀକାକରଣ ଚାଲିବ । ତାପରେ ଅଧିକାଂଶ ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ ବୋଲି କହିଛି ପରିବାର କଲ୍ୟାଣ ବିଭାଗ । ବର୍ତ୍ତମାନ ରାଜ୍ୟରେ ଏକ ଲକ୍ଷ ୯୦ ହଜାର ୩୮୦ ଡୋଜ କୋଭିସିଲ୍ଡ଼ (Covishield) ଏବଂ ୨ ଲକ୍ଷ ୯୮ ହଜାର ୮୧୦ କୋଭାକ୍ସିନ (Covaxin) ମହଜୁଦ ଅଛି ।
Trending Photos
ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ରାଜ୍ୟରେ ପୁଣି ଟିକା ସଂକଟ । ଆଜି ୪ଟି ଜିଲ୍ଲାରେ ଟିକା ଅଭାବ କାରଣରୁ ବନ୍ଦ ରହିଛି ଟିକାକରଣ । ଜୁଲାଇ ମାସ ପାଇଁ ମାସିକ କୋଟାରୁ ବର୍ତ୍ତମାନ ସୁଦ୍ଧା ୪୫ ପ୍ରତିଶତ ମିଳିସାରିଛି । ହେଲେ ରାଜ୍ୟ ସରକାରଙ୍କ ଟାର୍ଗେଟ ହିସାବରେ ଯଥେଷ୍ଟ କମ ମିଳୁଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।
ସେପଟେ ତୃତୀୟ ଲହର (Third Wave) ପାଇଁ ସରକାର ୩ଟି ଦିଗ ଉପରେ ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି, ହେଲେ ଲୋକ ଅମାନିଆ ହେଉଥିବାରୁ ସଂକ୍ରମଣରେ ଦ୍ରୁତ ହ୍ରାସ ହେଉନାହିଁ । ସେପଟେ ଦେଶରେ ଲଗାତାର ୩ ଦିନ ହେଲାଣି ବଢୁଛି ସଂକ୍ରମଣ । ଭାରତର ୯୧ଟି ଜିଲ୍ଲାରେ ସଂକ୍ରମଣ ସେତେଟା କମୁନି । ତେଣୁ ତୃତୀୟ ଲହର ପାଇଁ ଏବେ ବି ଆଶଙ୍କା ଅଛି ।
Also Read: ଜାଣନ୍ତୁ କଣ ଏହି 'Sully App': ଯେଉଁଥିରେ ହେଉଥିଲା ମୁସଲିମ ମହିଳାଙ୍କ ନିଲାମୀ
ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୪ଲକ୍ଷ ଲୋକଙ୍କୁ ଟିକା ଦେବା ପରେ ଧିମେଇ ଯାଇଛି ଟିକାକରଣ (Vaccination) । ଯେତିକି କୋଭିସିଲଡ଼ ଟୀକା ଅଛି ଆଉ ଦୁଇଦିନ ଟୀକାକରଣ ଚାଲିବ । ତାପରେ ଅଧିକାଂଶ ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ ବୋଲି କହିଛି ପରିବାର କଲ୍ୟାଣ ବିଭାଗ । ବର୍ତ୍ତମାନ ରାଜ୍ୟରେ ଏକ ଲକ୍ଷ ୯୦ ହଜାର ୩୮୦ ଡୋଜ କୋଭିସିଲ୍ଡ଼ (Covishield) ଏବଂ ୨ ଲକ୍ଷ ୯୮ ହଜାର ୮୧୦ କୋଭାକ୍ସିନ (Covaxin) ମହଜୁଦ ଅଛି । ଯାହା ଆଗାମୀ ୨ ଦିନ ଯାଏ ଚାଲିବ । ଜୁଲାଇ ୧୫ ସୁଦ୍ଧା କେନ୍ଦ୍ର ସରକାର ଚଳିତ ମାସ କୋଟାରୁ ଆଉ ୩ ଲକ୍ଷ ୧୬ ହଜାର ୪୭୦ ଡୋଜ କୋଭିସିଲଡ଼ ଟୀକା ରାଜ୍ୟକୁ ଦେବେ ।
Also Read: ଅନୁଭବ କହିଲେ 'Privacy ରହୁନି'
କେନ୍ଦ୍ର ସରକାର ଘୋଷଣା କରିଥିବା ଜୁଲାଇ ମାସର ରାଜ୍ୟ ଟିକା କୋଟା ଅନୁସାରେ ୨୫ ଲକ୍ଷ ୩୧ ହଜାର ୮୦୦ ଡୋଜ କୋଭିସିଲଡ଼ ଏବଂ ୫ ଲକ୍ଷ ୧୯ ହଜାର ୧୧୦ ଡୋଜ କୋଭାକ୍ସିନ ଟିକା ଯୋଗାଇ ଦେବେ । ଏବେ ରାଜ୍ୟରେ ୨୮ ଲକ୍ଷ ଲୋକ କୋଭିସିଲଡ଼ର ଦ୍ବିତୀୟ ଡୋଜ ନେବାକୁ ଅପେକ୍ଷାରତ। ଟୀକା ଅଭାବ ଥିବାରୁ ଦ୍ବିତୀୟ ଡୋଜ ଟୀକା ନେବାକୁ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦେବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆ ଯାଇଥିବା ବିଭାଗ କହିଛି । ସେପଟେ ଗର୍ଭବତୀଙ୍କୁ ଟୀକା ଦେବା ପାଇଁ ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ କେତେ, ଶିଶୁଙ୍କ ଉପରେ କେତେ ବିପଦ ପଡିବ, ଟୀକା ନେଲେ କଣ ଭଲ ହେବ, ସେମାନେ ଗର୍ଭବତୀଙ୍କୁ ସଚେତନ କରାଇବେ ।
Also Read: ମଥାରେ ଦେଇ ସିନ୍ଦୂର ଯୁବତୀଙ୍କୁ ଠକୁଥିଲା ବିଲଡର୍
ଗର୍ଭବତୀଙ୍କ ପାଇଁ ଟିକାକେନ୍ଦ୍ରରେ ସ୍ବତନ୍ତ୍ର ପ୍ରତୀକ୍ଷା କକ୍ଷ ରହିବ । ଅଧିକ ଟିକା ପାଇଁ କେନ୍ଦ୍ରକୁ ଚାରି ଚାରିଥର ଚିଠି ଲେଖି ଅବଗତ କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ (Health Minister)। ତୃତୀୟ ଲହର ପାଇଁ ସାଧାରଣ ଭାବରେ ୩ଟି ଜିନିଷ ଉପରେ ଗୁରୁତ୍ବ ଦିଆଯାଉଛି । ପ୍ରଥମରେ, ଲୋକଙ୍କୁ ଟିକାକରଣ । ଦ୍ୱିତୀୟରେ ତୃତୀୟ ଲହର ପାଇଁ ତିନି ମାସିଆ ସର୍ଭେଲାନ୍ସ ଜାରି ରହିବ । ଏବଂ ତୃତୀୟରେ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । ତୃତୀୟ ଲହର (Third Wave) ରେ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ତୁରନ୍ତ ଟ୍ରେନିଂ ଆରମ୍ଭ କରାଯାଇଛି । କେନ୍ଦ୍ରୀୟ ଟିମ୍ ନିଜେ ଜିଲ୍ଲା ବୁଲି କୋରୋନା ପରିସ୍ଥିତି ଯାଞ୍ଚ କରୁଛନ୍ତି । ମୃତ୍ୟୁସଂଖ୍ୟାକୁ ନେଇ ଗତକାଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟୀକରଣ ଦେଇଛନ୍ତି ।
Also Read: ଜାଣନ୍ତୁ କଣ ଏହି 'Sully App': ଯେଉଁଥିରେ ହେଉଥିଲା ମୁସଲିମ ମହିଳାଙ୍କ ନିଲାମୀ
ହସ୍ପିଟାଲରେ ମୃତ୍ୟୁର କାରଣ ନେଇ ରିପୋର୍ଟ ଦିଆଯାଉଥିବା ସେ କହିଛନ୍ତି । ଏପରି ସ୍ଥିତିରେ ଭାରତର ୯୧ଟି ଜିଲ୍ଲାରେ ସଂକ୍ରମଣ ରେଟ୍ ଖସୁନି । ତୃତୀୟ ଲହର ଆଶଙ୍କା ଥିବାରୁ ସମସ୍ତେ ସଜାଗ ରହିବା ଗୁରୁତ୍ୱପୂର୍ଣ୍ଣ । ଦେଶରେ ଗତ ୩ ଦିନ ସଂକ୍ରମଣ ବଢିବା ଭଳି ପରିଲକ୍ଷିତ ହେଉଛି । ୬ ତାରିଖ ଦେଶରେ ୩୪ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମଣ କେସ୍ ଚିହ୍ନଟ ହୋଇଥିଲା । ଗତକାଲି ୪୩ ହଜାରୁ ଊର୍ଦ୍ଧ୍ୱ ଓ ଆଜି ୪୫ ହଜାର ପାର୍ କରି ସାରିଛି ସଂକ୍ରମଣ । ତେଣୁ ସାବଧାନ ନ ରହିଲେ ଆଗାମୀ ଏକ ମାସ ମଧ୍ୟରେ ଭାରତରେ ତୃତୀୟ ଲହର (Third Wave In India)କାୟାବିସ୍ତାର କରିବା ସୁନିଶ୍ଚିତ ।