Trending Photos
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ‘ସାଇକେଲିଆଙ୍କୁ ଦିଅ ସମ୍ମାନ’- ଏହି ଉଦ୍ଦେଶ୍ୟ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି #Cyclegiri । ଭୁବନେଶ୍ୱର ମହାନଗର ନିଗମ(BMC) ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (BSCL) ପକ୍ଷରୁ ଆଜି ଆରମ୍ଭ ହୋଇଛି ସାଇକେଲ ଫର୍ ଚେଞ୍ଜ୍ ଚ୍ୟାଲେଞ୍ଜ ଅଭିଯାନ ସହ ଶପଥ ନେଇଛନ୍ତି ଽ ବିଭିନ୍ନ ସ୍ବେଛାସେବୀ ମାନଙ୍କ ଦ୍ବାରା ଭୁବନେଶ୍ୱର ଶିଶୁଭବନସ୍ଥିତ ଏକାମ୍ର ପ୍ଲାଜା ଠାରୁ ଧଉଳି (Dhauli) ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ସ୍ବତନ୍ତ୍ର ସାଇକେଲ ରାଲିର ଆୟୋଜନ କରାଯାଇଥିଲା ଽ ସହରରେ ସାଇକେଲ ଚାଳନା କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ପ୍ରୟାସ କରାଯାଇଛି ଽ ତେବେ ପ୍ରଶାସନ ପକ୍ଷରୁ ପୂର୍ବରୁ ବାରମ୍ବାର ଏପରି ଅନେକ ଅଭିଯାନ ଓ ଯୋଜନା ହାତକୁ ନିଆଯାଉଥିବା ବେଳେ ପରେ ଯେସାକୁ ତେସା ଽ
ସାଇକେଲ ଚାଳନା, ଚାଳକଙ୍କୁ ସମ୍ମାନ ଦେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାଇକେଲଗିରି ଽ ବିଏମସି ଓ ବିଏସସିଏଲ୍ ପକ୍ଷରୁ ମିଳିତ ଭାବେ ସ୍ୱତନ୍ତ୍ର ସାଇକେଲ ରାଲିର ଆୟୋଜନ କରାଯାଇଥିଲା ଽ ଭୁବନେଶ୍ୱର ଶିଶୁଭବନସ୍ଥିତ ଏକାମ୍ର ପ୍ଲାଜା ଠାରୁ ଧଉଳି ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ସାଇକେଲ ରାଲିରେ ବିଭିନ୍ନ ବର୍ଗର ଚାଳକ ଅଂଶଗ୍ରହଣ କରିଥିଲେ ଽ ସେହିପରି ସାଇକେଲଗିରି ସଙ୍ଗୀତରେ ଚାଳକ ଓ କୋରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରି ଶପଥ ନେବା ସହ ସାଇକେଲ୍ ଦିବସ ଘୋଷଣା କରାଯାଇଥିଲା ଽ ତେବେ ଏହାଦ୍ୱାରା ସହରବାସୀଙ୍କୁ ସାଇକେଲ୍ ଚଳାଇବାକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ବିଏମସି କମିଶନର ଽ ଏହି ଅବସରରେ କୋଭିଡ ଯୁଦ୍ଧରେ ସାମିଲ ହୋଇ ସଚେତନ କରୁଥିବା ବିଭନ୍ନ ବସ୍ତିର ୨୫ ଜଣ ପିଅର ଲିଡରଙ୍କୁ ସାଇକେଲ୍ ଉପହାର ପ୍ରଦାନ କରାଯାଇଥିଲା ଽ
ତେବେ ରାହାଗିରି, ମୋ ସାଇକେଲ, ପଥୋସ୍ତ୍ରବ, ଫ୍ରାଇଡେ ଇଜ୍ ନୋ ଭେହିକିଲ୍ ଡେ’ ର ବିଫଳତା ପରେ ଏବେ ପୁଣି ଽ ବାରମ୍ବାର ଏପରି ଅନେକ ଯୋଜନା ଓ ଅଭିଯାନ ଆରମ୍ଭ କରାଯାଉଛି, ହେଲେ ପରେ ଫସର ଫାଟିଯାଉଛି ଽ ରାହାଗିରି ଓ ପଥୋସ୍ତ୍ରବ ସମୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ହଜାର ହଜାର ସାଇକେଲ ଓ ଟ୍ରାକ୍ ପ୍ରସ୍ତୁତ କରି ସହରବାସୀଙ୍କୁ ଭେଟି ଦିଆଯାଇଥିଲା, ଏପରିକି ବିଡିଏ, ବିଏମସି ଓ ବି.ଏସ.ସି.ଏଲ୍ ପକ୍ଷରୁ ଶୁକ୍ରବାରକୁ ନୋ ଭେଇକିଲ୍ ଡେ’ ଘୋଷଣା କରାଯାଇଥିଲା ତାହା ବି ଏବେ ଅନତୀ ଦୂରରେ ଽ ଏସବୁ ଭିତରେ କ୍ରୁଟ୍ ପକ୍ଷରୁ ବିଏମସି ଓ ବିଏସସିଏଲ୍ ଅଧୀନକୁ ମୋ ସାଇକେଲ ଅଣାଯାଇଥିବା ବେଳେ ନୂଆ ନୂଆ ପଦକ୍ଷେପ ଦ୍ୱାରା ସହରବାସୀଙ୍କ ଭିତରେ ସାଇକେଲ ଚାଳନାକୁ ଉଜ୍ଜିବିତ କରାଯିବ ବୋଲି କହିଛନ୍ତି କମିଶନର ଽ
ଆସନ୍ତା ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସାଇକେଲଗିରି ଅଭିଯାନ ଚାଲିବ ଽ ସପ୍ତାହକୁ ସର୍ବନିମ୍ନ ଗୋଟିଏ ଦିନ ସାଇକେଲ ଚାଳନା କରିବାକୁ ଲୋକ ମାନଙ୍କୁ ନିବେଦନ କରାଯାଇଛି ଽ ତେବେ ଗୋଟିଏ ପରେ ଗୋଟିଏ ଯୋଜନାରେ ସୀମିତି ନରଖି ପ୍ରଶାସନ ଓ ସହରବାସୀଙ୍କ ମଧ୍ୟରେ ସଚେତନ ହେବା ଆବଶ୍ୟକ ଽ ବାସ୍ତବିକ ସହରିଆ ସାଇକେଲ ଚାଳନା ମିଶନ କେବେ ବାସ୍ତବ ରୂପ ନେଉଛି ତାହାକୁ ଅପେକ୍ଷା ଽ