ମଧ୍ୟାହ୍ନରେ ପିଟିହେବ `ଜୱାଦ`, ଏହି ସବୁ ଜିଲ୍ଲାରେ ପଡିବ ଅଧିକ ପ୍ରଭାବ
ଦୁର୍ବଳ ହେଲା ବାତ୍ୟା। ହେଲେ ବଢିବ ବର୍ଷା। ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ରବିବାର ମଧ୍ୟାହ୍ନରେ ପୁରୀ ପହଞ୍ଚିଲା ବେଳକୁ ଏହାର ତୀବ୍ରତା କମିଯିବ ବୋଲି ଆକଳନ କରାଯାଇଛି।
ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜୱାଦ। ଘଣ୍ଟାକୁ ୪ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା ଜୱାଦ। ରବିବାର ମଧ୍ୟାହ୍ନରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ସକାଳେ ଲଘୁଚାପ ଗଭୀର ଅବପାତର ରୂପ ନେବା ସହ ବାତ୍ୟାର ବେଗ ସର୍ବାଧିକ ୭୫ କିମି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରିବା ବେଳେ ଜୱାଦ ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଆଦି ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। ମାତ୍ରାଧିକ ବର୍ଷା ଯୋଗୁଁ ରାଜ୍ୟରେ ଚାଷ ଭିତ୍ତିଭୂମି କ୍ଷତି ହେବାର ସମ୍ଭାବନା କମ ତଥାପି ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ବତ୍ୟା ସରିବା ପରେ ଚାଷଜନିତ କ୍ଷତିକୁ ପ୍ରାଥମିକତା ଭିତ୍ତିରେ ସାତ ଦିନ ଭିତରେ ଆକଳନ କରାଯିବ ବୋଲି ଏସଆରସି କହିଛନ୍ତି।
ଦୁର୍ବଳ ହେଲା ବାତ୍ୟା। ହେଲେ ବଢିବ ବର୍ଷା। ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ରବିବାର ମଧ୍ୟାହ୍ନରେ ପୁରୀ ପହଞ୍ଚିଲା ବେଳକୁ ଏହାର ତୀବ୍ରତା କମିଯିବ ବୋଲି ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ। ଘଣ୍ଟାକୁ ୬ କିମି ବେଗରେ ବତ୍ୟା ଗତି କରୁଛି। ମଧ୍ୟରାତ୍ରରୁ ଉତ୍ତର ପଶ୍ଚିମ ଦିଗକୁ ବାତ୍ୟା ରିକ୍ରଭିଁ କରିବ। ରବିବାର ମଧ୍ୟାହ୍ନ ବେଳକୁ ବାତ୍ୟାର ପ୍ରଭାବ ପୁରୀ ଉପକୁଳରେ ପହଞ୍ଚିବ।
Also Read: ଶହେ ବର୍ଷର ରେକର୍ଡ ଭାଙ୍ଗିବ 'ଜୱାଦ୍'! ରାଜ୍ୟବାସୀଙ୍କ ଛାତିରେ ଛନକା, ଅର୍ଦ୍ଧାଧିକ ଜିଲ୍ଲାକୁ ସତର୍
ବାତ୍ୟାର ତୀବ୍ରତା ହ୍ରାସ ପାଉଛି ତଥାପି ପୁରୀରେରେ ପହଞ୍ଚିଲା ବେଳକୁ ଗଭୀର ଅବପାତରେ ପରିଣତ ହେବ। ସ୍ଥଳଭାଗର କିଛି ଅଂଚଳରେ ରହିବା ପରେ ପୁଣି ସମୁଦ୍ରକୁ ଚାଲିଯିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରିକର୍ଭିଂ କରିବା ଯୋଗୁଁ ବତ୍ୟାର ପ୍ରଭାବ କମ ହେବା ସହ ବେଗ କମିଛି। ହେଲେ ଅବପାତ ଯୋଗୁଁ ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଏଭଳି କି କେତେକ ସ୍ଥାନରେ ୨ ଶହ ମିମି ବର୍ଷା ହୋଇପାରେ।
ବାତ୍ୟା ତ କମିବ ହେଲେ ବର୍ଷାର ପ୍ରଭାବ ଜୋର ଧରିବ। ବର୍ଷା ଯୋଗୁଁ ଧାନ ଶୋଇଯିବା ଓ ଚାଷ ଅଧିକ କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି। କେବଳ ଯେ ଧାନ ଚାଷ କ୍ଷତି ହେବ ତାହା ନୁହଁ ପନିପରିବା ମଧ୍ୟ କ୍ଷତି ହେବ। ରବିବାର ମଧ୍ୟାହ୍ନରେ ବାତ୍ୟାର ପ୍ରଭାବ ଦେଖାଦେବ ହେଲେ ରାତି ସୁଦ୍ଧା ପ୍ରଭାବ କମି ଯିବ ବୋଲି ଆଶା କରାଯାଉଛି। ବର୍ଷା ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ୩୦୦ ଗର୍ଭବତୀଙ୍କ ସମେତ ୨୫ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ ୨ ଫୁଟ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ବତ୍ୟା ନ ଆସିଲେ ବି ମାତ୍ରାଧିକ ବର୍ଷା ଯୋଗୁଁ କେହି ଅସୁବିଧା ନ ପଡନ୍ତୁ ସେଥିପାଇଁ ଓଡ୍ରାଫ, ଏନଡିଆରଫ ଟିମକୁ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କଚ୍ଚା ଘର ଛାଡିବା ପାଇଁ କୁହାଯାଉଛି। ଗଛ ଭାଙ୍ଗିବା ସମ୍ଭାବନା ରହିଥିବାରୁ ପବନ କିମ୍ବା ବର୍ଷା ହେବା ସମୟରେ କେହି ଘରୁ ବାହାରକୁ ନ ବାହାରନ୍ତୁ ତାହା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି।
Also Read: ଆଜିର ରାଶିଫଳ: ବାକ୍ ସଂଯମତା ରକ୍ଷା ନ କଲେ ବିପଦ, ଦୂରଯାତ୍ରାରୁ ଦୂରେଇ ରୁହନ୍ତୁ
ବାତ୍ୟା ସରିବା ପରେ ଚାଷ ଜନିତ କ୍ଷତିକୁ ପ୍ରାଥମିକତା ଭିତ୍ତିରେ ସାତ ଦିନ ଭିତରେ ଆକଳନ କରାଯିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଓଡିଶା ଉପକୂଳକୁ ଡିସେମ୍ବର ମାସରେ ସେଭଳି କୌଣସି ବାତ୍ୟା ଛୁଇଁନାହିଁ। ଯଦି ଏହି ବାତ୍ୟା ଜୱାଦ, ଓଡିଶା ଉପକୂଳକୁ ଛୁଁଇଥିଲେ ଗତ ୧୨୯ ବର୍ଷର ରେକର୍ଡ ଭାଙ୍ଗିଥାନ୍ତା।