ଚଳିତ ସପ୍ତାହରେ ବାତ୍ୟା ଜୱାଦକୁ ନେଇ କରାଯାଇଥିବା ଆକଳନ ଯଦି ସତ ହୁଏ ତେବେ ଓଡିଶା ଏକ ଆଲୋଡା ରେକର୍ଡ ଅକ୍ତିଆର କରିବ। ତାଜା ଆକଳନ ମୁତାବକ ସମୁଦ୍ର ଗର୍ଭରେ ଏବେ ବଳ ଗୋଟାଉଥିବା ବେଳେ ୪ ଜିଲ୍ଲାରେ ଭୀଷଣା ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
Trending Photos
ଭୁବନେଶ୍ୱର: ଅଦିନିଆ ବାତ୍ୟାକୁ ନେଇ ରାଜ୍ୟବାସୀଙ୍କ ଛାତିରେ ଛନକା ପିଶିଲାଣି। ପ୍ରାକୃତିକ ବିପର୍ଯ୍ୟୟର ଅଲୋଡା ରେକର୍ଡ ରଚିବାକୁ ବାତ୍ୟା ଜୱାଦ୍ ଆସୁଛି। ବିଗତ ୧୦୦ ବର୍ଷର ତଥ୍ୟକୁ ଦେଖିଲେ ଡିସେମ୍ବରେ ବଙ୍ଗୋସଗରରେ ଘନୀଭୂତ ହୋଇଥିବା କୌଣସି ବାତ୍ୟା ଓଡିଶାରେ ମାଡ ହୋଇନାହିଁ। କିନ୍ତୁ ଚଳିତ ସପ୍ତାହରେ ବାତ୍ୟା ଜୱାଦକୁ ନେଇ କରାଯାଇଥିବା ଆକଳନ ଯଦି ସତ ହୁଏ ତେବେ ଓଡିଶା ଏକ ଆଲୋଡା ରେକର୍ଡ ଅକ୍ତିଆର କରିବ। ତାଜା ଆକଳନ ମୁତାବକ ସମୁଦ୍ର ଗର୍ଭରେ ଏବେ ବଳ ଗୋଟାଉଥିବା ବେଳେ ୪ ଜିଲ୍ଲାରେ ଭୀଷଣା ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ପବନର ବେଗ ୧୧୦ ଛୁଇଁବ ବୋଲି ଆକଳନ ହୋଇଥିବା ବେଳେ ଏବେ ବି ନିର୍ଦ୍ଧିଷ୍ଟ ଲ୍ୟାଣ୍ଡଫଲ୍ ସ୍ପଟ ଅସ୍ପଷ୍ଟ ରହିଛି।
ବଳ ଗୋଟାଉଛି ବାତ୍ୟା, ୧୧୦ ପ୍ରତି କିଲୋମିଟର ପବନ ଛୁଇଁବ। ୪ ଜିଲ୍ଲାରେ ଭୀଷଣ ବର୍ଷିବ, ୧୧ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଦକ୍ଷିଣ ଥାଇଲାଣ୍ଡରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଂଚଳରେ ସକ୍ରିୟ ରହିଛି। ଯାହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଗୁରୁବାର ସୁଦ୍ଧା ଏକ ଅବପାତ ରୂପ ନେବ। ସମୁଦ୍ର ଗର୍ଭରେ ରହି ଶକ୍ତି ଜୁଟାଇବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାରେ ପରିଣତ ହେବ। ଏହାପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ତୀବ୍ର ହୋଇ ୪ ତାରିଖ ସକାଳ ସମୟରେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି।
Also Read: ଆଜି ଲଘୁଚାପ! ଏବେ ବି ବାତ୍ୟା ଅସ୍ପଷ୍ଟ, ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍
ତେବେ ବାତ୍ୟାର ପ୍ରାଥମିକ ସ୍ତର ଅବପାତରେ ପରିଣତ ହେବା ପରେ ନିର୍ଦ୍ଧିଷ୍ଟ ଭାବେ କେଉଁଠି ସ୍ଥଳଭାଗ ଛୁଇଁବ ତାହା ଜଣାପଡିବ। ବାତ୍ୟା ନେଇ ଯଦି ଆକଳନ ସତ ହୁଏ ତେବେ ଓଡିଶା ବିଗତ ଶହେ ବର୍ଷର ରେକର୍ଡ ଭାଙ୍ଗି ସମ୍ଭାବ୍ୟ ବାତ୍ୟା 'ଜୱାଦ୍' ଏକ ଅଲୋଡା ରେକର୍ଡ ହାତେଇବ। ବାତ୍ୟା ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ ୫ ତାରିଖ ଯାଏଁ ବର୍ଷା ଲାଗି ରହିବ। ୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ସର୍ବାଧିକ ପ୍ରଭାବ ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା ଓ କୋରାପୁଟକୁ ଅରେଂଜ ଏବଂ ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର।
➡️ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କେନ୍ଦ୍ରୀଭୂତ
➡️ଆଜି ଅବପାତରେ ରୂପାନ୍ତରିତ ହେବା ସମ୍ଭାବନା
➡️୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ "ବାତ୍ୟା" ରୂପ ନେଇପାରେ
➡️୪ ରେ ଉପକୂଳ ଓଡିଶାରେ ସର୍ବାଧିକ ପ୍ରଭାବ ସମ୍ଭାବନା
➡️୩ ରୁ ୫ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ଉପକୂଳ ଓଡିଶାର ସମୁଦ୍ର ମନା pic.twitter.com/SOFNBDPM60— Meteorological Centre, Bhubaneswar (@mcbbsr) December 2, 2021
ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲାରେ କଚ୍ଚା ଘର ଓ ରାସ୍ତା ଭୁସୁଡିବା ସହ କୃତ୍ରିମ ଜଳମଗ୍ନ ସ୍ଥିତି, ଆକସ୍ମିକ ବନ୍ୟା, ଭୂସ୍ଖଳନ ସହ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ? ଏହାର ତୀବ୍ରତା କେତେ ରହିବ? କେତେ କ୍ଷୟକ୍ଷତି କରି ଏସବୁ ଗୁରୁବାର ସ୍ପଷ୍ଟ ହେବ। ଏବେ ପାଗ ଅନୁକୂଳ ଥିବାରୁ ଚାଷୀମାନେ ଫସଲ କୁ ସୁରକ୍ଷିତ ଭାବେ ଅମଳ କରି ରଖିବା ସହ ଧୀବରମାନଙ୍କୁ ଉପକୂଳ ଫେରିଆସିବାକୁ କୁହାଯାଇଛି।