ମୋବାଇଲକୁ ତକିଆ ତଳେ ରଖି ଶୋଉଛନ୍ତି କି, ଦେଖାଦେଇପାରେ ଏ ସବୁ ସମସ୍ୟା
Advertisement

ମୋବାଇଲକୁ ତକିଆ ତଳେ ରଖି ଶୋଉଛନ୍ତି କି, ଦେଖାଦେଇପାରେ ଏ ସବୁ ସମସ୍ୟା

ଯଦି ଆପଣଙ୍କର ମଧ୍ୟ ସେପରି ଅଭ୍ୟାସ ଅଛି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହି ଅଭ୍ୟାସ ଆପଣଙ୍କ ଜୀବନ ନେଇପାରେ ।

ମୋବାଇଲକୁ ତକିଆ ତଳେ ରଖି ଶୋଉଛନ୍ତି କି, ଦେଖାଦେଇପାରେ ଏ ସବୁ ସମସ୍ୟା

ଭୁବନେଶ୍ୱର: ଅଧିକାଂଶ ଲୋକେ ନିଜ ମୋବାଇଲକୁ ତକିଆ ତଳେ ରଖି ଶୋଇଥାନ୍ତି । ଯଦି ଆପଣଙ୍କର ମଧ୍ୟ ସେପରି ଅଭ୍ୟାସ ଅଛି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହି ଅଭ୍ୟାସ ଆପଣଙ୍କ ଜୀବନ ନେଇପାରେ । ତେବେ କେଉଁ କେଉଁ ସ୍ଥାନରେ ମୋବାଇଲ ରଖିବା ଜୀବନ ପାଇଁ ବିପଦ ହୋଇଥାଏ ଆସନ୍ତୁ ଜାଣିବା।

ପ୍ୟାଣ୍ଟ ପଛ ପକେଟ

ମୋବାଇଲରୁ ବାହାରୁଥିବା ବିକିରଣ  ଆମ ଶରୀରର କୋଷିକାଗୁଡ଼ିକୁ ଶୋଷିଥାନ୍ତି । ଏଥିଲାଗି  ପ୍ୟାଣ୍ଟ ପଛ ପକେଟରେ ସବୁବେଳେ  ମୋବାଇଲ ରଖିଲେ ନିତମ୍ବଠାରୁ ଯନ୍ତ୍ରଣା ଆରମ୍ଭ ହୋଇ ପାଦ ପର୍ଯ୍ୟନ୍ତ ଯନ୍ତ୍ରଣା ବଢିଥାଏ । 

ପ୍ୟାଣ୍ଟ ଆଗ ପକେଟ

ପ୍ୟାଣ୍ଟ ଆଗ ପକେଟରେ ଫୋନ ରଖିବା ବିପଦ କାରଣ ଏହା  ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ ।

ସାର୍ଟ ପକେଟ୍‌
ଗବେଷଣାରୁ ଜଣାପଡିଛି ସାର୍ଟ ପକେଟରେ ମୋବାଇଲ ଫୋନ ରଖିବା ଦ୍ୱାରା ହୃଦଘାତ  ହେବାର ଆଶଙ୍କା ଅଧିକ ରହିଛି । ପକେଟରେ  ମୋବାଇଲ ରିଙ୍ଗ୍ ହେଲେ  ବ୍ୟକ୍ତିଜଣକର ହୃଦସ୍ପନ୍ଦନ ବଢ଼ିଯାଏ । ଏହାଛଡ଼ା ରକ୍ତରେ ଅଚାନକ କୋଲେଷ୍ଟ୍ରଲର ମାତ୍ରା ବି ବଢିଥାଏ  । ଯାହାଫଳରେ ହୃଦଘାତ  ହେବାର ଆଶଙ୍କା ରହିଛି ।

ତକିଆ ତଳେ
ତକିଆ ତଳେ ମୋବାଇଲ ରଖିଲେ ଏଥିରୁ ବାହାରୁଥିବା ନୀଳ ଆଲୋକ ନିଦ ପାଇଁ ଜରୁରୀ ହରମୋନ ମେଲାଟୋନିନର କାର୍ଯ୍ୟକାରିତାକୁ ପ୍ରଭାବିତ କରିଥାଏ । ଫଳରେ ଭଲ ଭାବେ ନିଦ ହୋଇନଥାଏ । ଏହା ସହ ମୋବାଇଲ ଚାପି ହୋଇ ରହିଲେ ଏଥିରେ ନିଆଁ ଲାଗିବାର  ଆଶଙ୍କା ରହିଛି ।