ଲକଡାଉନରେ ୭ ହଜାର କୋଟି କ୍ଷତି ସହିଛି ପୂର୍ବତଟ ରେଳବାଇ
Advertisement
Article Detail0/zeeodisha/odisha734361

ଲକଡାଉନରେ ୭ ହଜାର କୋଟି କ୍ଷତି ସହିଛି ପୂର୍ବତଟ ରେଳବାଇ

ଆର୍ଥିକ ସଙ୍କଟରେ ଭାରତୀୟ ରେଳ । ଲକ୍ ଡାଉନ ପିରିୟଡରେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଲାଣି ଭାରତର ଏହି ଲାଇଫ୍ ଲାଇନ୍ । ଗତ ଚାରି ମାସ ମଧ୍ୟରେ ଭାରତୀୟ ରେଳ ୭ ହଜାର ୬ ଶହ କୋଟି ଟଙ୍କାର ରାଜସ୍ୱ ହରାଇଛି । ଯଦି ଇଷ୍ଟ କୋଷ୍ଟ ରେଲୱେ(East Coast Railway) ଉପରେ ନଜର ପକାଇବା ତାହାଲେ ଗତ ୪ ମାସରେ ୧୭ ଶହ କୋଟି ଟଙ୍କାର କ୍ଷ

ଲକଡାଉନରେ ୭ ହଜାର କୋଟି କ୍ଷତି ସହିଛି ପୂର୍ବତଟ ରେଳବାଇ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ଆର୍ଥିକ ସଙ୍କଟରେ ଭାରତୀୟ ରେଳ । ଲକ୍ ଡାଉନ ପିରିୟଡରେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଲାଣି ଭାରତର ଏହି ଲାଇଫ୍ ଲାଇନ୍ । ଗତ ଚାରି ମାସ ମଧ୍ୟରେ ଭାରତୀୟ ରେଳ ୭ ହଜାର ୬ ଶହ କୋଟି ଟଙ୍କାର ରାଜସ୍ୱ ହରାଇଛି । ଯଦି ଇଷ୍ଟ କୋଷ୍ଟ ରେଲୱେ(East Coast Railway) ଉପରେ ନଜର ପକାଇବା ତାହାଲେ ଗତ ୪ ମାସରେ ୧୭ ଶହ କୋଟି ଟଙ୍କାର କ୍ଷତି ହୋଇଛି ବିଭାଗର  । ରେଳ ଟିକେଟ, ପ୍ଲାଟଫର୍ମ ଟିକେଟ, ଟ୍ୟାକ୍ସ, ରେଭେନ୍ୟୁ, କ୍ୟାନଲେସନ୍ ବାବଦରେ ଏହି ଟଙ୍କା ହରେଇଛି । 

ସେହିପରି ୫୦୮ କୋଟି ଟଙ୍କା ଟିକଟ୍ ବାତିଲ ବାବଦକୁ ଯାତ୍ରୀଙ୍କୁ ଫେରାଇଛି ଇଷ୍ଟକୋଷ୍ଟ ରେଲୱେ । ଏହା ସହ ବିଭିନ୍ନ ଶିଳ୍ପ ବନ୍ଦ ହୋଇ ପଡିଥିବାରୁ ମାଲ ପରିବହନ ବି ହୋଇ ପାରୁନାହିଁ । ଫଳରେ ଏ ବାବଦ ରାଜସ୍ୱ ବି ଆଦାୟ ହୋଇ ପାରୁ ନାହିଁ । ଏବେ ନଜର ପକାଇବା ଯାତ୍ରୀ ପରିବହନ ଉପରେ । ଇଷ୍ଟକୋଷ୍ଟ ରେଲୱେର ଲୋକ ସଂପର୍କ ଅଧିକାରୀ କହିଛନ୍ତି ଲକ୍ ଡାଉନ ପୂର୍ବରୁ ଓଡିଶାରେ ଦୈନିକ ଓ ସାପ୍ତାହିକ ମିଶାଇ ମୋଟ ୧୨୫ରୁ ୧୫୦ଟି ଟ୍ରେନ ଚାଲୁଥିଲା । କିନ୍ତୁ ଏବେ ମାତ୍ର ୧୦ରୁ ୨୦ଟି ଟ୍ରେନ୍ ଚାଲୁଛି । ୨ଟି କୋଲକାତା, ୨ଟି ଦିଲ୍ଲୀ, ୨ଟି ହାଉଡା ସିକନ୍ଦରାବାଦ୍, ସହ ହାଉଡ଼ା ବାଙ୍ଗାଲୋର ସ୍ପେଶାଲ ଟ୍ରେନ୍ ଚାଲୁଛି  । ଏଥିରେ ବି ଯଥେଷ୍ଟ ଯାତ୍ରୀ ହେଉ ନାହାନ୍ତି । ଟ୍ରେନ୍ ଫାଙ୍କା ଚାଲୁଛି ଯାହା ଫଳରେ ରାଜସ୍ବ ଆଦାୟ କରି ହେଉନାହିଁ ବୋଲି କିହଛନ୍ତି ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ଲୋକ ସଂପର୍କ ଅଧିକାରୀ କୌଶଳେନ୍ଦ୍ର କିଶୋର ଖାଡାଙ୍ଗା ।  

ଦୈନିକ ଟ୍ରେନ୍ ଚାଲୁ ନ ଥିବାରୁ ରକ୍ଷଣାବେକ୍ଷଣା ଆବଶ୍ୟକ କରୁଛି । ପ୍ରତ୍ୟକ ଷ୍ଟେସନରେ  ମରାମତି ଓ ନିର୍ମାଣ  କାମ ଚାଲିଛି । ଏଥି ପାଇଁ ଟଙ୍କା ଦରକାର ହେଉଛି । ଗୋଟିଏ ପଟେ ରାଜସ୍ୱ ଆଦାୟ ବନ୍ଦ ରହିଥିବା ବେଳେ ମେଣ୍ଟେନାନ୍ସ, ଷ୍ଟାଫ୍ ପେମେଣ୍ଟ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି  । ସେପଟେ ଟ୍ରେନ୍ ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ଭେଣ୍ଟର ସେମାନଙ୍କର ରୋଜଗାର ହରାଇଲେଣି । ବିଶେଷଜ୍ଞ କହିଛନ୍ତି ରେଳ ବିଭାଗ ଯେତିକି କ୍ଷତି ସହିଛି, ଏହାର ୫୦ ଭାଗ କ୍ଷତି ସହିଛନ୍ତି ଭେଣ୍ଡର, ଯାହାର ଆନୁମାନିକ ମୂଲ୍ୟ ସାଢେ ୩ ହଜାର କୋଟି ଟଙ୍କା ହେବ । କେବେ ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ହେବ ଓ ପୁଣି ଥରେ ଟ୍ରାକକୁ ଫେରିବ ରେଳ ତାହାକୁ ସବୁ ବର୍ଗର ଅପେକ୍ଷା ଟୁର୍ ଅପରେଟର ବେଞ୍ଜାମିନ୍ ସାଇମନ୍ କହିଛନ୍ତି । 

କୋରନା ମହାମାରୀ ପାଇଁ ସମଗ୍ର ବିଶ୍ୱରେ ଏବେ ଦେଖା ଦେଇଛି ଆର୍ଥିକ ମହାସଂକଟ । ଏପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାରତ ଯୁଝୁଛି । ସରକାରୀ ପ୍ରତିଷ୍ଠାନରୁ ନେଇ ବେସରକାରୀ ସମସ୍ତେ ଏବେ ରୋଜଗାର ହରାଇ ବସିଛନ୍ତି । ଗୋଟିଏ ପଟେ ଜୀବିକା ଆଉ ଗୋଟିଏ ପଟେ ଜୀବନ ଭିତରେ ଇଷ୍ଟ କୋଷ୍ଟ ରେଲୱେର ୫୧୩ ଜଣ କର୍ମଚାରୀ କୋରୋନା ପଜିଟିଭ୍ ବାହାରିଛନ୍ତି । ଏପରି ପ୍ରତିକୂଳ ପରିସ୍ଥିତିରେ ସେବାକୁ ସ୍ୱାଭାବିକ କରିବା ପାଇଁ ଇଷ୍ଟ କୋଷ୍ଟ ରେଲୱେ ସଦା ପ୍ରସ୍ତୁତ ରହିଛି ବୋଲି ଲୋକ ସଂପର୍କ ଅଧିକାରୀ କହିଛନ୍ତି ।