ଭୁବନେଶ୍ବର: ରାଜ୍ୟରେ କମିବାରେ ଲାଗିଛି କରୋନା ଗ୍ରାଫ। ୪ଟି ଜିଲ୍ଲା ରେଡ ଜୋନରେ ଥିବା ବେଳେ ଅନ୍ୟ ଜିଲ୍ଲା ଗ୍ରୀନ୍-ୟେଲ୍ଲୋ ଜୋନରେ ରହିଛନ୍ତି। ରାଜ୍ୟର ପ୍ରାୟ ୨୧ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ପ୍ରତିଶତରୁ କମିଯାଇଛି। ହେଲେ ଏଥିପାଇଁ ୨ ଦିନ ମଧ୍ୟରେ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା ବୃଦ୍ଧି ପାଇଛି। ଲୋକଙ୍କ ବ୍ୟବହାର, ଟେଷ୍ଟ ପଜିଟିଭ ରେଟ, କେତେ ଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ ସେ ସବୁକୁ ନଜରରେ ରଖି କଟକଣା କୋହଳ ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।


COMMERCIAL BREAK
SCROLL TO CONTINUE READING

ହେଲେ ଉପକୂଳବର୍ତ୍ତୀ ଜିଲ୍ଲା ଏବେ ମଧ୍ୟ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢାଇଦେଇଛି। ବାହାର ରାଜ୍ୟ ତଥ୍ୟ ଜିଲ୍ଲାରୁ ଲୋକଙ୍କ ଯିବା ଆସିବା ଥମୁ ନଥିବାରୁ ଏଠାରେ ପରିସ୍ଥିତି ସ୍ବଭାବିକ ହେବାରେ ବିଳମ୍ବ ହେଉଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ (Odisha Health Dept) ପକ୍ଷରୁ କୁହାଯାଇଛି। ଚଳିତ ମାସ କଟକଣା ହେବାକୁ କିଛି ଦିନ ବାକି ରହିଛି। ଖୋର୍ଦ୍ଧା, ନୟାଗଡ, ପୁରୀ ଏବଂ କଟକ ଆଦି ୪ ଜିଲ୍ଲାରେ ଟେଷ୍ଟ ପଜିଟିଭ ରେଟ ଯଥାକ୍ରମେ ୧୧.୦୮, ୧୦.୫, ୯, ୮.୨  ପ୍ରତିଶତ ରହିଛି। 


Also Read: କେଉଁ ଜିଲ୍ଲାରେ କୋହଳ ହେବ କୋରୋନା କଟକଣା? DMET ଦେଲେ ଏହି ସୂଚନା


ବାଲେଶ୍ବର ଏବଂ ଯାଜପୁର ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ (Odisha Coastal District) କୋରୋନା ସଂକ୍ରମଣ ଯଦିଓ କମିଛି ହେଲେ ସ୍ବାସ୍ଥ୍ୟ ବିଭାଗ ପାଇଁ ଏବେ ଏହି ଦୁଇ ଜିଲ୍ଲା ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଅନଲକ ପ୍ରକ୍ରିୟା (Odisha Unlock Process 2021) ଆରମ୍ଭ ହେବ କି ନାହିଁ ତାହା ଉପରେ ତର୍ଜମା ଆରମ୍ଭ ହୋଇଛି। ଲୋକଙ୍କ ବ୍ୟବହାର, ଟେଷ୍ଟ ପଜିଟିଭ ରେଟ, କେତେ ଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ ସେ ସବୁକୁ ନଜରରେ ରଖି କଟକଣା କୋହଳ ହେବ କି ନାହିଁ ସେ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। 


ରାଜ୍ୟର ସମସ୍ତ ଜିଲ୍ଲାରେ କୋରୋନା ସଂକ୍ରମଣ ହାରକୁ ଦେଖିଲେ ରାଜ୍ୟରେ ବର୍ତମାନ ଟେଷ୍ଟ ପଜିଟିଭ ରେଟ ୫ ପ୍ରତିଶତ ତଳକୁ ରହିଛି। ଅର୍ଥାତ ପ୍ରତି ୧୦୦ ଲୋକରେ ୫ ଜଣ ସଂକ୍ରମିତ ହେଉଛନ୍ତି। ଏଭଳି ପରିସ୍ଥିତିରେ କେଉଁ କେଉଁ ଜିଲ୍ଲାରେ କୋଭିଡ କଟକଣା ହଟିବ ତାହାକୁ ନେଇ ବିଚାର ବିମର୍ଷ ଆରମ୍ଭ ହୋଇଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।  


Also Read: କୋରୋନା ସଂକ୍ରମଣ ରୋକିବାକୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ '4T' ମନ୍ତ୍ର


ରାଜ୍ୟରେ ସଂକ୍ରମଣ ଅବସ୍ଥା ସ୍ଥିର ରହିଛି ଆଗକୁ ଆହୁରି ସୁଧାର ଆସିବ ବୋଲି ଆଶାବାଦୀ ଅଛି ସ୍ୱାସ୍ଥ୍ୟ ବିଭାଗ। ରୋଗୀଙ୍କ ସଂଖ୍ୟା କମିବା ସହ ସକ୍ରିୟ ପ୍ରତିଶତ ସଂଖ୍ୟା କମୁଛି। ପୂର୍ବ ଭଳି ଟେଷ୍ଟିଂ (Corona Testing), ଟ୍ରାକିଂ (Corona Tracking), ଟ୍ରିଟେମେଣ୍ଟ (Corona Treatment), ଟିକାକରଣ (Corona Vaccination) ଭଳି ରଣନୀତିକୁ ରେଡ ଜୋନ (Corona Strategy for Red Zone) ପାଇଁ ମଧ୍ୟ ଗ୍ରହଣ କରାଯାଇଛି। ଟିକା କରଣ ଅଧିକ କରି କୋରୋନା ଟ୍ରାନ୍ସମିସନ ଚେନ (Corona Transmission Chain) ଭାଙ୍ଗିବାକୁ କରିବାକୁ ଯୋଜନା ହୋଇଛି। ଅନଲକ ପ୍ରକ୍ରିୟା ଆରମ୍ଭ ହେଲେ ଲୋକଙ୍କ ଜୀବନ ଜୀବିକାକୁ ମଧ୍ୟ ନଜରରେ ରଖାଯିବ। ବିଶେଷ ରାଜ୍ୟର ପଶ୍ଚିମ-ଦକ୍ଷିଣ ଭାଗରେ ଅବସ୍ଥିତ କିଛି ଜିଲ୍ଲାରେ ସଂକ୍ରମଣ କମିଥିବାରୁ ଖୁବ ଶୀଘ୍ର ଅନ ଲକ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜନ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।


Also Read: ରେଡ୍ ଜୋନରେ ୪ ଜିଲ୍ଲା: ସଂକ୍ରମଣ ବଢିଲା, ୪୦ ଉପରେ ମୃତ୍ୟୁ ସଂଖ୍ୟା


ରାଜ୍ୟର ଅନେକ ଜିଲ୍ଲାରେ କୋରୋନା ମହାମାରୀର ବିଭିନ୍ନ ଷ୍ଟ୍ରେନ (Corona Strain) ଦେଖା ଦେଇଥିଲା। ବିଶେଷ କରି ଦେବଗଡ ଜିଲ୍ଲାରେ କୋଭିଡ୧୯ ଡେଲଟା ପ୍ଲସ ସଂକ୍ରମିତ (Covid19 Delta Plus Infected) ଚିହ୍ନଟ ହେବା ପରେ ଭୟ ଭଢିଥିଲା। ହେଲେ ଏହା ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତି ବାହାରକୁ ଯାଇନାହାନ୍ତି, ସ୍ଥାନୀୟ ସଂକ୍ରମଣ କାରଣରୁ ଏହା ବ୍ୟାପିନଥିବା ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ। ଡେଲଟା ଭ୍ୟାରିଏଣ୍ଟ (Corona Delta Variant) ଦ୍ୱାରା ଯେମିତି ସଂକ୍ରମଣ ବ୍ୟାପୁଥିଲା ଏ କ୍ଷେତ୍ରରେ ସେପରି ବ୍ୟାପୁନାହିଁ। ଦେବଗଡ ଜିଲ୍ଲାରେ ଡେଥ ରେଟ କମ ଥିବାରୁ ବିଚଳିତ ହେଲା ଭଳି କିଛି ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିବା ପରେ ସ୍ବଭାବିକ ପରିସ୍ଥିତି ଆସୁଥିବା ଜଣାପଡିଛି।