କୋରୋନା ସଂକ୍ରମଣ ରୋକିବାକୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ '4T' ମନ୍ତ୍ର
Advertisement
Article Detail0/zeeodisha/odisha930130

କୋରୋନା ସଂକ୍ରମଣ ରୋକିବାକୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ '4T' ମନ୍ତ୍ର

ଯେଉଁ ଷ୍ଟ୍ରାଟେଜିରେ କାର୍ଯ୍ୟ ହେଉଥିଲା ସେହିପରି କିଛି ଷ୍ଟ୍ରାଟେଜି ଆପଣା ଯିବ। ୪ଟି ଦିଗ ଉପରେ ଗୁରୁତ୍ୱ ଦିଆଯିବ। ଟେଷ୍ଟିଂ, ଟ୍ରାକିଂ, ଟ୍ରିଟେମେଣ୍ଟ ଓ ଟିକା କରଣକୁ ଗୁରୁତ୍ୱ ଦିଆଯିବ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଅବସ୍ଥା ସ୍ଥିର ରହିଛି। ସଂକ୍ରମଣ ବଢୁ ନାହିଁ। ରୋଗୀ ସଂଖ୍ୟା କମୁଛି, ଆକ୍ଟିଭ ପେସେଣ୍ଟ ସଂଖ୍ୟା ବି କମୁଛି। ଯେଉଁ ଷ୍ଟ୍ରାଟେଜିରେ କାର୍ଯ୍ୟ ହେଉଥିଲା ସେହିପରି କିଛି ଷ୍ଟ୍ରାଟେଜି ଆପଣା ଯିବ। ୪ଟି ଦିଗ ଉପରେ ଗୁରୁତ୍ୱ ଦିଆଯିବ। ଟେଷ୍ଟିଂ, ଟ୍ରାକିଂ, ଟ୍ରିଟେମେଣ୍ଟ ଓ ଟିକା କରଣକୁ ଗୁରୁତ୍ୱ ଦିଆଯିବ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଟିକାକରଣ ଅଧିକ କରି ଟ୍ରାନ୍ସମିସନ ଚେନ୍ ବ୍ରେକ କରିବାକୁ ଯୋଜନା ହୋଇଛି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଆହୁରି କମିବା କଥା। ଯେହେତୁ ମୃତ୍ୟୁ ସଂଖ୍ୟା କମୁନାହିଁ ତେଣୁ ସେ ଦିଗରେ ବିଚାର ଚାଲିଛି। ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଥିଲା ଏହି ମାସ ସୁଦ୍ଧା ସଂକ୍ରମଣ ସଂଖ୍ୟା ଆହୁରି କମିଯିବ। ମାତ୍ର ଏହା କମି ନାହିଁ । ତେଣୁ ତାକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। 

Also Read: କେଉଁ ଜିଲ୍ଲାରେ କୋହଳ ହେବ କୋରୋନା କଟକଣା? DMET ଦେଲେ ଏହି ସୂଚନା

ସେ ପୁଣି କହିଛନ୍ତି, 'ସାମଗ୍ରିକ ଭାବେ ରାଜ୍ୟର ଚିତ୍ରକୁ ଦେଖିବା ସହ କେଉଁ କେଉଁ ଜିଲ୍ଲାରେ କେମିତି ସ୍ଥିତି ରହିଛି ତାକୁ ଆକଳନ କରାଯାଇ ନିଷ୍ପତ୍ତି ନିଆଯିବ। ଭାଇରସ ମାନେ ନାହିଁ କୌଣସି ଭୌଗଳିକ ସୀମାରେଖା। ଅନ୍ୟ ରାଜ୍ୟ ପରେ ଆମ ରାଜ୍ୟକୁ ସଂକ୍ରମଣ ଆସିଥିଲା। ସେହି ଅନୁଯାୟୀ ପଶ୍ଚିମ ଓଡିଶା ପରେ ଉପକୂଳ ଓଡ଼ିଶାରେ ଟିକିଏ ଅଧିକ ରହିଛି। ୪ରୁ ୫ ଜିଲ୍ଲାରେ ଟିକିଏ ଅଧିକ ରହୁଛି, ଏଠି ବି ମଧ୍ୟ ଆମେ ଟେଷ୍ଟ ଓ ଟ୍ରାକିଂ କରିବା ସହ ଯଦି ଲୋକମାନେ ସଚେତନ ହେବେ ଆମେ ତାକୁ ରୋକି ଦେଇ ପାରିବା।'

ସରକାର ଜୀବନ ଓ ଜୀବିକାକୁ ଦେଖି ନିଷ୍ପତ୍ତି ନିଅନ୍ତି। ସେହି ଅନୁଯାୟୀ ଯାହା ଲୋକମାନଙ୍କ ହିତ ହେବ ସେହି ପରି ନିଷ୍ପତ୍ତି ନିଆଯିବ। ଡେଲେଟା ପ୍ଲସ୍ ସଂକ୍ରମିତ ବାହାରକୁ କୁଆଡ଼େ ଯାଇ ନାହାନ୍ତି। ତେଣୁ ଏହା ଲୋକାଲ ସଂକ୍ରମଣ। ସେମିତି ବି ଏହା ସେଠାରେ ବ୍ୟାପୀନି। ଡେଲଟା ଭ୍ୟାରିଆଣ୍ଟ ରେ ଯେମିତି ସଂକ୍ରମଣ ବ୍ୟାପୁ ଥିଲା ଏଥିରେ ସେମିତି ବ୍ୟାପୁନାହିଁ। ସେ ଜିଲ୍ଲାରେ ଡେଥ ରେଟ ବି ଏତେ ନାହିଁ। ତେଣୁ ତାହା ପାଇଁ ଏତେ ଉଦବେଳିତ ହେଲା ଭଳି କିଛି ନାହିଁ ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।