କେଉଁ ଜିଲ୍ଲାରେ କୋହଳ ହେବ କୋରୋନା କଟକଣା? DMET ଦେଲେ ଏହି ସୂଚନା
Advertisement
Article Detail0/zeeodisha/odisha930117

କେଉଁ ଜିଲ୍ଲାରେ କୋହଳ ହେବ କୋରୋନା କଟକଣା? DMET ଦେଲେ ଏହି ସୂଚନା

ତ ଦୁଇ ଦିନ ହେଲା ରାଜ୍ୟରେ ୩ ହଜାର ଉପରେ ଦୈନିକ ସଂକ୍ରମିତ ବାହାରୁଛନ୍ତି। ଏଭଳି ସ୍ଥିତିରେ DMET, ସିବିକେ ମହାନ୍ତି ରାଜ୍ୟର କେଉଁ କେଉଁ ଜିଲ୍ଲାରେ କୋରୋନା କଟକଣା କୋହଳ ହେବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ କୋରୋନା ସଂକ୍ରମଣର ଗ୍ରାଫ୍ ଉପର ମୁହାଁ ହେଉଛି। ଗତ ଦୁଇ ଦିନ ହେଲା ରାଜ୍ୟରେ ୩ ହଜାର ଉପରେ ଦୈନିକ ସଂକ୍ରମିତ ବାହାରୁଛନ୍ତି। ଏଭଳି ସ୍ଥିତିରେ DMET, ସିବିକେ ମହାନ୍ତି ରାଜ୍ୟର କେଉଁ କେଉଁ ଜିଲ୍ଲାରେ କୋରୋନା କଟକଣା କୋହଳ ହେବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। 

DMET, ସିବିକେ ମହାନ୍ତି କହିଛନ୍ତି, 'କିଛି ଜିଲ୍ଲାରେ ସଂକ୍ରମଣ ବଢୁଛି ଅନ୍ଯ କିଛି ଜିଲ୍ଲାରେ କମୁଛି। ମହାମାରୀ (Coronavirus) ରେ ଏକା ସଙ୍ଗେ ସଂକ୍ରମଣ ଥମିବ ବୋଲି ଦେଖାଯାଇନାହିଁ। ଚାରି ପାଂଚଟି ଜିଲ୍ଲାରେ ସଂକ୍ରମଣ ବଢୁଥିବା ହେତୁ ସେହି ଜିଲ୍ଲା ଉପରେ ଧ୍ଯାନ ଦିଆଯାଉଛି। ସାମଗ୍ରିକ ଭାବେ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯିବା ଆସିବା ନିୟମିତ ହେଉଛି। ଫଳରେ ଏହିସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି।'

Also Read: ରେଡ୍ ଜୋନରେ ୩ ଜିଲ୍ଲା: ସଂକ୍ରମଣ ବଢିଲା, ୪୦ ଉପରେ ମୃତ୍ୟୁ ସଂଖ୍ୟା

ସେ ପୁଣି କହିଛନ୍ତି, 'ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ବୁଝାଶୁଝା କରାଯାଉଛି, ଅଧିକ ସଂକ୍ରମଣ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ କରାଯାଉଛି। ସଂକ୍ରମିତ ଲୋକଙ୍କୁ ସଂଗରୋଧ କରି ଚିକିତ୍ସା କରାଯାଉଛି। ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକଡାଉନ ଉଠିବ କି ନାହିଁ ନିଷ୍ପତ୍ତି ନିଆଯିବ। ୫% କମ ଥିବା ଜିଲ୍ଲାମାନଙ୍କରେ କଟକଣା କୋହଳ କରାଯାଇପାରେ। ଲୋକଙ୍କ ବ୍ଯବହାର, ଟିପିଆର, କେତେ ଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ ସେ ସବୁକୁ ନଜରରେ ରଖି କଟକଣା କୋହଳ ହେବକି ନାହିଁ ନିଷ୍ପତ୍ତି ନିଆଯିବ।'

'ଦେବଗଡ଼ ଯାଇଥିବା ଟିମ ଆସିବା ପରେ ସମ୍ପୃକ୍ତ ବ୍ଯକ୍ତିଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଜଣାପଡିବ। ଗତ ଏପ୍ରିଲରେ ସେ ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି। ଏଥିପାଇଁ ତାଙ୍କ ସଂଷ୍ପର୍ଶରେ ଆସିଥିବା ଲୋକଙ୍କ ଦେହରେ ଡେଲଟା ପ୍ଲସ ସଂକ୍ରମଣ ଅଛି ନା ନାହିଁ ତାହାର ତଦନ୍ତ କରାଯାଉଛି। ଦେବଗଡରେ ଟିପିଆର କମ ଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ଯ କମ ରହିଛି। ଏଥିପାଇଁ ବ୍ଯକ୍ତି ଜଣକ କାହାରିକୁ ସଂକ୍ରମିତ କରିଥିବେ ତାହା କହିହେଉ ନାହିଁ।' ବୋଲି DMET କହିଛନ୍ତି।