ରେଡ୍ ଜୋନରେ ୪ ଜିଲ୍ଲା: ସଂକ୍ରମଣ ବଢିଲା, ୪୦ ଉପରେ ମୃତ୍ୟୁ ସଂଖ୍ୟା
Advertisement
Article Detail0/zeeodisha/odisha929962

ରେଡ୍ ଜୋନରେ ୪ ଜିଲ୍ଲା: ସଂକ୍ରମଣ ବଢିଲା, ୪୦ ଉପରେ ମୃତ୍ୟୁ ସଂଖ୍ୟା

୨୫ ଜୁନରେ ୨୯୨୧ ଜଣ ପଜିଟିଭ୍ ବାହାରି ଥିବା ବେଳେ ୨୬ ଓ ୨୭ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ୩ ହଜାର ପାର କରିଛି।

ରେଡ୍ ଜୋନରେ ୪ ଜିଲ୍ଲା: ସଂକ୍ରମଣ ବଢିଲା, ୪୦ ଉପରେ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଗତ ଦୁଇ ଦିନ ହେବ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏବେ ରାଜ୍ୟର ୪ ଜିଲ୍ଲା ରେଡ୍ ଜୋନରେ ଅଛନ୍ତି। ୨୫ ଜୁନରେ ୨୯୨୧ ଜଣ ପଜିଟିଭ୍ ବାହାରି ଥିବା ବେଳେ ୨୬ ଓ ୨୭ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ୩ ହଜାର ପାର କରିଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ପୂର୍ବଭଳି ସ୍ଥିର ରହିଛି। ଏହା ୪୦ ତଳକୁ ଖସୁନଥିବା ଦେଖିବାକୁ ମିଳିଛି।

ରାଜ୍ୟରେ ଦିନକରେ ଆଉ ୩ ହଜାର ୩୧୯ କୋରୋନା (Coronavirus) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୮୯୬ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨୩ ରୋଗୀ ବାହାରିଛନ୍ତି। ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯କୁ ବୃଦ୍ଧି ହୋଇଥିବା ବେଳେ ୮ ଲକ୍ଷ ୬୭ ହଜାର ୪୦୨ ଜଣ ଏଯାଏ ସୁସ୍ଥ ହେଲେଣି। 

Also Read: ଖୁସି ଖବର! ୧୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଏହି କୋରୋନା ଟିକା

ଅନ୍ୟପଟେ ଗତ ୨୪ ଘଣ୍ଟାରେ ୪୩ ଜୀବନ ନେଇଛି ମହାମାରୀ କୋରୋନା। ଭୁବନେଶ୍ବର (Bhubaneswar) ରେ ୫ ସମେତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କ ମୃତ ହୋଇଛି। ବରଗଡ଼, ନୟାଗଡ଼ ଓ ପୁରୀରୁ ୫ ଜଣ ଲେଖାଏଁ କୋଭିଡରେ ମୃତ ବରଣ କରିଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୯୩୦କୁ ବୃଦ୍ଧି। 

ବର୍ତ୍ତମାନ ମଧ୍ୟ ରାଜ୍ୟର ୩ଟି ଜିଲ୍ଲା- ଖୋର୍ଦ୍ଧା, କଟକ, ଯାଜପୁର ଓ ବାଲେଶ୍ୱର ସକ୍ରିୟ ମାମଲାରେ ରେଡ୍ ଜୋନ (Red Zone) ରେ ଅଛନ୍ତି। ସେହିପରି ମୟୂରଭଞ୍ଜ, ଭଦ୍ରକ, ପୁରୀ, ଜଗତସିଂହପୁର ଓ ନୟାଗଡ ୟେଲୋଜୋନରେ ଅଛନ୍ତି। ତେବେ ଗତ ମେ ୨୪ ତାରିଖ ଠାରୁ ରାଜ୍ୟରେ କୋରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୦ ଉପରେ ରହୁଛି। 

Also Read: ଚୁମ୍ବନ ନେଲା ଚାକିରି! ପ୍ରେମିକା ପାଇଁ ପରିବାର ଛାଡିବେ କି ବ୍ରିଟେନର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ?

ଅନ୍ୟପଟେ କୋରୋନା ପ୍ରଭାବିତ ୨୨୨ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି। ଆମେରିକାରେ କୋରୋନାରେ ୬ ଲକ୍ଷ ୧୯ ହଜାର ୪୨୪ ଜଣ ଜୀବନ ହରାଇଛନ୍ତି। ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ଦ୍ବିତୀୟ ଓ ବ୍ରାଜିଲ ତୃତୀୟ ସ୍ଥାନରେ ଅଛନ୍ତି। ବିଶ୍ବରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୩୮ ହଜାର ୮୧୭କୁ ବୃଦ୍ଧି ପାଇଥିବା ବେଳେ ଚିକିତ୍ସାଧୀନ ଥିବା ୧ କୋଟି ୧୫ ଲକ୍ଷ ୪୮ ହଜାର ୪୮୯ ଜଣଙ୍କ ମଧ୍ୟରୁ ୮୦ ହଜାର ୪୩୪ ଜଣ ଗୁରୁତର ଅଛନ୍ତି।