କମୁଛି ଭୂତଳ ଜଳସ୍ତର, ସଙ୍କଟରେ ଓଡ଼ିଶା!
Advertisement
Article Detail0/zeeodisha/odisha607540

କମୁଛି ଭୂତଳ ଜଳସ୍ତର, ସଙ୍କଟରେ ଓଡ଼ିଶା!

କକ୍ରିଂଟ ରାସ୍ତା ସହ କମୁଥିବା ବୃକ୍ଷ ଓ ନଦୀ ଜଳ ସିଧାସଳଖ ସମୁଦ୍ରରେ ମିଶିବା ଏବେ ଚିନ୍ତାର କାରଣ ପାଲଟିଛି । ଭୂତଳ ଜଳକୁ ନେଇ ରାଜ୍ୟ ସରକାର କରିଛନ୍ତି ଯୋଜନା । ନଦୀରେ ଚେକଡ୍ୟାମ ନିର୍ମାଣ ସହ ବର୍ଷା ଜଳ ସଂରକ୍ଷଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

କମୁଛି ଭୂତଳ ଜଳସ୍ତର, ସଙ୍କଟରେ ଓଡ଼ିଶା!

ଚନ୍ଦନ ପାଇକରାୟ, ଭୁବନେଶ୍ୱର: କମୁଛି ଭୂତଳ ଜଳସ୍ତର । ଦିନକୁ ଦିନ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି ରାଜ୍ୟର ଅନେକ ଅଞ୍ଚଳ । ସଂରକ୍ଷଣ ହୋଇ ପାରୁନି ବର୍ଷା ଜଳ । ପୁନଃ ତିଆରି ହୋଇପାରୁନି ଭୂତଳ ଜଳ । ରାଜ୍ୟର 4 ଜିଲ୍ଲାର ଏକାଧିକ ବ୍ଲକର ଅବସ୍ଥା ସଙ୍କଟରେ । ୨୦୨୧ ସୁଦ୍ଧା ରାଜ୍ୟର ଏକାଧିକ ଅଞ୍ଚଳରେ ବୋରୱେଲ କାମ କରିବା ନେଇ ସନ୍ଦେହ । ସଙ୍କଟରେ ବାଲେଶ୍ୱର,  ଯାଜପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧା । ଭୂତଳ ଜଳ ସ୍ତର ହ୍ରାସ ନେଇ ଚିନ୍ତାରେ ପରିବେଶବିତ ଓ ରାଜ୍ୟ ସରକାର ।

କକ୍ରିଂଟ ରାସ୍ତା ସହ କମୁଥିବା ବୃକ୍ଷ ଓ ନଦୀ ଜଳ ସିଧାସଳଖ ସମୁଦ୍ରରେ ମିଶିବା ଏବେ ଚିନ୍ତାର କାରଣ ପାଲଟିଛି । ଭୂତଳ ଜଳକୁ ନେଇ ରାଜ୍ୟ ସରକାର କରିଛନ୍ତି ଯୋଜନା । ନଦୀରେ ଚେକଡ୍ୟାମ ନିର୍ମାଣ ସହ ବର୍ଷା ଜଳ ସଂରକ୍ଷଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ମହାରାଷ୍ଟ୍ର ଢାଞ୍ଚାରେ ଏବେ ଭୂତଳ ଜଳ ସଂରକ୍ଷଣ କରିବା ନେଇ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଉଛି । "ଜଳ ପାଇଁ ହା ହା କାର । ଜଳ ପାଇଁ ହେବ ଯୁଦ୍ଧ । ପାଣି ବୁନ୍ଦାଏ ପାଣି ଛଟପଟ ହେବେ ପ୍ରାଣୀ । ଚାରିଆଡ ହୋଇଯିବ ମରୁଭୂମି " ପୁରାଣ ଶାସ୍ତ୍ରରେ ଏ କଥା ବର୍ଣ୍ଣିତ ହୋଇଥିବା ବେଳେ ତାହା ଏବେ ବାସ୍ତବ ସ୍ଥିତିରି ।

ଜଳ ପାଇଁ ଏ ଭଳି ସମସ୍ତ ଅବସ୍ଥା ହେବା ଆଉ ବେଶୀ ଦୂର ନୁହେଁ । କାରଣ ମାଟି ତଳେ ଖସୁଛି ପାଣି । ନା ବର୍ଷା ଜଳ ଆଉ ମାଟିରେ ଭେଦୁଛି ନା ଭୂତଳ ଜଳସ୍ତର ବଢୁଛି । ଧିରେ ଧିରେ ଗୋଟିଏ ପରେ ଗୋଟିଏ ଅଞ୍ଚଳର ଭୂତଳ ଜଳସ୍ତର କମିବାରେ ଲାଗିଛି । ୨୦୨୧ ସୁଦ୍ଧା ରାଜ୍ୟର ଏକାଧିକ ଅଞ୍ଚଳର ଭୂତଳ ଜଳସ୍ତର ପାତାଳି ହୋଇଯାଇଥିବ ବୋଲି ଆକଳନ କରିଛନ୍ତି ପରିବେଶବିତ । ରାଜ୍ୟରେ ୪ ଜିଲ୍ଲାର ବିଭିନ୍ନ ବ୍ଲକରେ ଭୂତଳ ଜଳସ୍ତର ଏବେ ସଂକାଟାପନ୍ନ ଅବସ୍ଥାରେ ରହିଛି । ବାଲେଶ୍ୱରର ବାହାନଗା ଓ ବାଲିଆପାଳ, ଯାଯପୁରର କୋରେଇ, କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ଓ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଲକରେ ଭୂତଳ ଜଳସ୍ତର ଦିନକୁ ଦିନ ସଂକଟାପନ୍ନ ହେବାରେ ଲାଗିଛି । ଏହି ଅଞ୍ଚଳରେ ୭୦ରୁ ୯୦ ପ୍ରତିଶତ ଜଳସ୍ତର ବ୍ୟବହାର ହୋଇ ସାରିଛି । ହେଲେ ଆଉ ବଢୁନି ଭୁତଳ ଜଳସ୍ତର ।

ସେହିପରି ରାଜ୍ୟରେ ୩୧୭ ବ୍ଲକ ମଧ୍ୟରୁ ୬ଟି ବ୍ଲକରେ ଭୂତଳ ଜଳ ଲବଣାକ୍ତ ହୋଇଥିବା ବେଳେ ୪୪ଟି ବ୍ଲକରେ ଅର୍ଦ୍ଧ ସଂକଟ ଅବସ୍ଥାରେ ରହିଛି ଭୂତଳ ଜଳର ସ୍ଥିତି । ସେହିପରି ୨୫୯ଟି ବ୍ଲକରେ ୬୦ ପ୍ରତିଶତ ତଳକୁ ଖସି ଯାଇଛି ଭୂତଳ ଜଳର ସ୍ତର  । ସେପଟେ ଭୁତଳ ଜଳସ୍ତରକୁ ନେଇ ଚିନ୍ତାରେ ଥିବା ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଭୂତଳ ଜଳ ସଂରଣକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ନଦୀରେ ତିଆରି ହେବ ଚେକଡ୍ୟାମ । ବର୍ଷାଜଳକୁ କରାଯିବ ସରକ୍ଷଂଣ । ଏଣିକି ଆଉ ସବୁ ବର୍ଷା ଜଳ ବୋହି ଯିବନି ସମୁଦ୍ରକୁ । ପ୍ରଥମେ କେବଳ ଛୋଟ ଛୋଟ ନଦୀଗୁଡିକରେ ହୋଇଥିବା ପୋଲ ନିର୍ମାଣ ସ୍ଥଳୀରେ ଜଳ ସଂରକ୍ଷଣ କରାଯିବ ।

ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଳସେଚନ ବିଭାଗର ମିଳିତ ଉଦ୍ୟମରେ ଏହାକୁ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି । ପଶ୍ଚିମ ଓଡିଶାରୁ ଆରମ୍ଭ ହେବ ଏହି ଯୋଜନା । ମହାରାଷ୍ଟ୍ର ଢାଞ୍ଚାରେ ହେବ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ସ୍ଥିର କରାଯାଇଛି । ସେହିପରି ସଂକଟାପନ୍ନ ଅବସ୍ଥାକୁ ଚାଲି ଆସିଥିବା ଅଞ୍ଚଳଗୁଡିକରେ ବର୍ଷା ଜଳ ସଂରକ୍ଷଣ ପାଇଁ ଜଳ ନିର୍ଦ୍ଦେଶାଳୟ ଦ୍ୱାରା ଯୋଜନା ପ୍ରସ୍ତୁତ ହୋଇଛି । ପ୍ରାୟ ୧୮୮୫ ସରକାରୀ କୋଠା ଓ ୨୯ ହଜାର ୫ ଶହ ବେସରକାରୀ କୋଠାର ଛାତ ଉପରୁ ବର୍ଷା ଜଳ ଅମଳ କରାଯିବ । ୩ ହଜାର ୩ ଶହ ଅକାମୀ ନଳକୂପ ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପ୍ରୟାସ କରାଯିବ ।