ବର୍ଷା ଧୋଇ ନେଲା ମେଲାଣି ମଜା
Advertisement
Article Detail0/zeeodisha/odisha589008

ବର୍ଷା ଧୋଇ ନେଲା ମେଲାଣି ମଜା

ବର୍ଷା ନେଇଗଲା ବସାଣି ମଜା

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଗଜଲକ୍ଷ୍ମୀପୂଜାର ଭଷାଣୀ ଫିକା ପଡ଼ିଯାଇଛି । ମାଙ୍କ ମେଲାଣି ଉଦ୍ଦେଶ୍ୟରେ ସମସ୍ତ ବଜାର କମିଟି ଶଙ୍ଖ, ଘଣ୍ଟ, ବାଜା ଓ ପାଟପଟୁଆର ସହିତ ପ୍ରସ୍ତୁତ ହୋଇଥିଲେ । ଅଦିନିଆ ଲଗାଣା ବର୍ଷା ସମସ୍ତ ପ୍ରସ୍ତୁତିକୁ ଫିକା ପକାଇ ଦେଇଥିଲା । ତେଣୁ ବଜାର କମିଟିମାନେ ନିରୁଶ୍ଚାହିତ ହୋଇଥିଲେ ମଧ୍ୟ ମାଆଙ୍କୁ ମେଲାଣୀ ଦେଇଛନ୍ତି...ଆଜିର ବର୍ଷା ପାଗ ଯୋଗୁଁ ମିଳିତ ପୂଜା ଭଷାଣିରେ ବ୍ୟତିକ୍ରମ ଦେଖାଦେଇଥିଲା...ବର୍ଷା ପାଗ ଯୋଗୁଁ କିଛି ବଜାର ଆସନ୍ତା କାଲି ଭସାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ମିଳିତ ବଜାର ପୂଜା କମିଟିର ନିଷ୍ପତ୍ତି ଅନୁଯାଇ ୨୦ଗୋଟି ବଜାରର ଆଜି ଭସାଣୀ ହୋଇଥିବା ବେଳେ ଆସନ୍ତାକାଲି ୧୨ଟି ବଜାରର ଭସାଣୀ ହେବ ।

ରାଜ୍ୟର ବିଭିନ୍ନ ସ୍ଥାନରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି...ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଗଜପତିରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି...ପୁରୀ କୃଷ୍ଣ ପ୍ରସାଦରେ ସର୍ବାଧିକ ୨୪୯ ମିଲିମିଟର ବର୍ଷା ରେକର୍ଡ କରା ହୋଇଛି...ତେବେ ଲଗାଣ ବର୍ଷା ଯୋଗୁଁ କଟକର ବିଭିନ୍ନ ସ୍ଥାନରେ ପାଣି ଜମିଥିବାର ଦେଖିବାକୁ ମିଳିଛି...ବର୍ଷାର ସ୍ଥିତି ଦେଖି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।