Odisha: ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ, କ୍ଷତିପୂରଣ ରାଶି ବୃଦ୍ଧି କଲେ ଓଡ଼ିଶା ସରକାର
Advertisement

Odisha: ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ, କ୍ଷତିପୂରଣ ରାଶି ବୃଦ୍ଧି କଲେ ଓଡ଼ିଶା ସରକାର

Human Wildlife Conflict: ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ କାରଣରୁ ପ୍ରଦାନ କରାଯାଉଥିବା ଆର୍ଥିକ ସହୟତାର ପରିମାଣକୁ ବୃଦ୍ଧି କରିଛନ୍ତି ଓଡ଼ିଶା ସକକାର।  

Odisha: ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ, କ୍ଷତିପୂରଣ ରାଶି ବୃଦ୍ଧି କଲେ ଓଡ଼ିଶା ସରକାର

Odisha Government: ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ କାରଣରୁ ପ୍ରାଣ ହରାଉଥିବା ମୃତକଙ୍କୁ ମିଳୁଥିବା କ୍ଷତିପୂରଣ ରାଶିର ପରିମାଣକୁ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ପୂର୍ବରୁ କ୍ଷତିପୂରଣ ରାଶିର ପରିମାଣ ୪ ଲକ୍ଷ ଟଙ୍କା ରହିଥିଲା। ଯାହାକୁ ବର୍ତ୍ତମାନ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ବନ୍ୟ ଜନ୍ତୁ ଆକ୍ରମଣରେ ଗୁରୁତର ଆଘାତ, ସାମାନ୍ୟ ଆଘାତ, ଫସଲ ନଷ୍ଟ ଏବଂ ସମ୍ପତ୍ତି ନଷ୍ଟ ଭଳି କ୍ଷତି ସହୁଥିବା ଲୋକଙ୍କୁ ମିଳୁଥିବା କ୍ଷତିପୂରଣ ରାଶିର ପରିମାଣ ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। 

ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (Odisha Chief Minister Office) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବନ୍ୟ ଜନ୍ତୁ ଆକ୍ରମଣ ଘଟଣାରେ (Wild Animal Attack Incidents) ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଭୋଗୁଥିବା ଜଣେ ବ୍ୟକ୍ତିଙ୍କୁ ୨.୫ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ସେହିଭଳି, ଯିଏ ୬୦ ପ୍ରତିଶତରୁ କମ୍ ଅକ୍ଷମତା ଭୋଗିବ ତାଙ୍କୁ ୧.୫ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯିବ। ଯାହାର ପରିମାଣ ପୂର୍ବରୁ ୧ ଲକ୍ଷ ଟଙ୍କା ରହିଥିଲା।

ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ (Human-Wildlife Conflict) କାରଣରୁ ଭାବରେ ଅସ୍ଥାୟୀ ଆଘାତ ହୋଇଥିବା ଲୋକଙ୍କୁ ୫୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉଥିବାବେଳେ ଡାକ୍ତରଖାନାରେ ଏକ ସପ୍ତାହରୁ ଅଧିକ ଚିକିତ୍ସା ଆବଶ୍ୟକ କରୁଥିବା ଲୋକଙ୍କୁ ମାଗଣା ଚିକିତ୍ସା ଏବଂ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେହି ବନ୍ୟ ଜନ୍ତୁ ଆକ୍ରମଣରେ ପଶୁଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ରାଶିରେ ମଧ୍ୟ ବୃଦ୍ଧି କରାଯାଇଛି। ଗାଈ କିମ୍ବା ମଇଁଷି ଭଳି ଗୃହପାଳିତ ପଶୁଙ୍କ ମୃତ୍ୟୁ ପାଇଁ ୩୭ ହଜାର ୫୦୦ ଟଙ୍କା ସହାୟତା ଯୋଗାଇ ଦିଆଯାଉଥିବାବେଳେ ବଳଦ ପାଇଁ ଏହାର ପରିମାଣ ୫୦୦୦ ଟଙ୍କାରୁ ୩୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଶସ୍ୟ ଫସଲ ନଷ୍ଟ ପାଇଁ କ୍ଷତିପୂରଣ ଏକର ପିଛା ୧୦,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପଟେ ନଗଦ ଫସଲ ପାଇଁ ଏକର ପିଛା କ୍ଷତିପୂରଣ ରାଶିକୁ ୧୨,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହା ବ୍ୟତୀତ ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ଆର୍ଥିକ ସହାୟତା ପରିମାଣକୁ ୨୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘରର ମାଲିକଙ୍କୁ ବିଜୁ ପକ୍କା ଘର ଯୋଜନା ଅଧୀନରେ ଏକ ନୂତନ ଘର ଯୋଗାଇ ଦିଆଯିବ କିମ୍ବା ଏହି ଯୋଜନା ଅଧୀନରେ ଅନୁମୋଦିତ ରାଶି ସହିତ ଅତିରିକ୍ତ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।