ରାଜ୍ୟର ୨୪ଟି ସରକାରୀ ଉଦ୍ୟୋଗର ଅଧିକାରୀଙ୍କ ବିରୋଧରେ ଅନିୟମିତତା ଅଭିଯୋଗ
Advertisement

ରାଜ୍ୟର ୨୪ଟି ସରକାରୀ ଉଦ୍ୟୋଗର ଅଧିକାରୀଙ୍କ ବିରୋଧରେ ଅନିୟମିତତା ଅଭିଯୋଗ

ଶନିବାର ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ରାଜ୍ୟ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା ।

ରାଜ୍ୟର ୨୪ଟି ସରକାରୀ ଉଦ୍ୟୋଗର ଅଧିକାରୀଙ୍କ ବିରୋଧରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର: ସରକାରୀ ଉଦ୍ୟୋଗରେ ଦେଖାଦେଇଛି ଅନିୟମିତତା । ରାଜ୍ୟରେ ଥିବା ୩୬ ସରକାରୀ ଉଦ୍ୟୋଗ ମଧ୍ୟରୁ ୨୪ଟିରେ ଅନିୟମିତତା ଦେଖାଦେଇଛି । ଏହି ୨୪ଟି ଉଦ୍ୟୋଗର ୧୭୨ ଜଣ ଅଧିକାରୀଙ୍କ ବିରୋଧରେ ଆସିଛି ଅନିୟମିତତା ଅଭିଯୋଗ । 

ଶନିବାର ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ରାଜ୍ୟ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା । ଯୋଗାଣ ନିଗମରେ ସର୍ବାଧିକ ୩୪ ଜଣଙ୍କ ବିରୋଧରେ ଅଭିଯୋଗ ଆସିଥିବା ବେଳେ ଉଠା ଜଳସେଚନ ନିଗମରେ ୨୬, ଶକ୍ତି ସଂଚାରଣ ନିଗମରେ ୨୪, ବନ ଉନ୍ନୟନ ନିଗମରେ ୧୭, କୃଷି ଶିଳ୍ପ ନିଗମରେ ୧୨, ଗ୍ରାମ୍ୟ ଗୃହ ନିର୍ମାଣ ନିଗମରେ ୧୦ ଜଣ ଅଧିକାରୀଙ୍କ ବିରୋଧରେ ଆସିଛି ଅନିୟମିତତା ଅଭିଯୋଗ ।

କିଛି ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି । କିଛି ମାମଲାରେ ତଦନ୍ତ ଚାଲିଥିବା ବେଳେ ଆଉ କିଛି  ମାମଲା ହାଇକୋର୍ଟ ଓ ଭିଜିଲାନ୍ସ କୋର୍ଟରେ ବିଚରାଧୀନ ଅଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।