JEE-NEET ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
Advertisement

JEE-NEET ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଜେଇଇ ମେନ୍ ଏଣ୍ଟ୍ରାନ୍ସ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

JEE-NEET ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ରାଜେଶ ସାମନ୍ତରାୟ): ଜେଇଇ ମେନ୍ ଏଣ୍ଟ୍ରାନ୍ସ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି  ରାଜ୍ୟରେ ନିଟ୍ ପାଇଁ ୫୦ ହଜାର ଓ ଜେଇଇ ପାଇଁ ୪୦ ହଜାର ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇ ଅଛନ୍ତି ।  କରୋନା ମହାମାରୀ ସମୟରେ ୯୦ ହଜାର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିବାବକ ପରୀକ୍ଷା କେନ୍ଦ୍ରରେ ରୁଣ୍ଡ ହେଲେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । 

ଏହା ସହିତ ଲକଡାଉନ ପାଇଁ ଗାଡି ଚଳାଚଳ ସ୍ୱାଭାବିକ ହୋଇପାରିନି । ରାଜ୍ୟର ବିଭିନ୍ନ ଉପାନ୍ତ ଜିଲ୍ଲା ଓ ଅଞ୍ଚଳରେ ଥିବା ମେଧାବୀ ଛାତ୍ରଛାତ୍ରୀ ସୀମିତ ପରୀକ୍ଷା କେନ୍ଦ୍ରକୁ ଆସିବାରେ ଅନେକ ସମସ୍ୟା ସୃଷ୍ଟି ହେବ । ଏହା ବାଦ ରାଜ୍ୟର ପ୍ରମୁଖ ୭ଟି ସହରାଚଞ୍ଚରେ ମାତ୍ର ୭ଟି ପରୀକ୍ଷା କେନ୍ଦ୍ର କରିଛନ୍ତି ଏନଟିଏ ବା ଜାତୀୟ ପରୀକ୍ଷା ଏଜେନ୍ସି । ଫଳରେ ଏ ସବୁ କେନ୍ଦ୍ରରେ ଛାତ୍ରଛାତ୍ରୀ ସଠିକ୍ ସମୟରେ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶଙ୍କା କରିଛନ୍ତି। 

ସେ ଚିଠିରେ ଅନୁରୋଧ କରିଛନ୍ତି ଜେଇଇ ମେନ୍ ଏଣ୍ଟ୍ରାନ୍ସ ଓ ନେଟ୍ ପରୀକ୍ଷା ଘୁଞ୍ଚାଇବା ସହ ଓଡିଶାର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ । ଫଳରେ ବିନା ସମସ୍ୟାରେ ଉପାନ୍ତ ଅଞ୍ଚଳର ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ଯାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି । ଏନେଇ ସାଂସଦ ଅମର ପଟ୍ଟନାୟକ ଗତ ସପ୍ତାହରେ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଥିଲେ । ଏହା ପୂର୍ବରୁ ପରୀକ୍ଷା ଘୁଞ୍ଚାଇବା ପାଇଁ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ସରକାର କେନ୍ଦ୍ରକୁ ଚିଠି ଲେଖି ସମାନ ପ୍ରସଙ୍ଗ ଉପରେ ଅବଗତ କରାଇଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେପଟେମ୍ବର ପ୍ରଥମ ସପ୍ତାହରେ ଜାତୀୟ ଟେଷ୍ଟିଂ ଏଜେନ୍ସି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା କରିବ ବୋଲି ନିଷ୍ପତ୍ତି ନେଇଛି।