ସଂସାରରୁ ଆସିଲାଣି ବିତୃଷ୍ଣାଭାବ ! ବଜରଙ୍ଗବଲୀଙ୍କ ଶରଣରେ ଅନୁଭବ...
Advertisement

ସଂସାରରୁ ଆସିଲାଣି ବିତୃଷ୍ଣାଭାବ ! ବଜରଙ୍ଗବଲୀଙ୍କ ଶରଣରେ ଅନୁଭବ...


ଇନଷ୍ଟାଗ୍ରାମରେ ସେ ନିଜର ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ହନୁମାନ ଚାଳିଶା ପାଠ କରୁଛନ୍ତି । ଆଉ ଏହି ପୋଷ୍ଟ କରିବା ସହ ସେ ଚାଳିଶାର ଏକ ଦୋହା ମଧ୍ୟ ଲେଖିଛନ୍ତି।

ସଂସାରରୁ ଆସିଲାଣି ବିତୃଷ୍ଣାଭାବ ! ବଜରଙ୍ଗବଲୀଙ୍କ ଶରଣରେ ଅନୁଭବ...

ଭୁବନେଶ୍ୱର: ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସର୍ବଦା ଚର୍ଚ୍ଚାରେ ରୁହନ୍ତି । ତାହା ତାଙ୍କ ଫିଲ୍ମ ପାଇଁ ହେଉ ବା ପାରିବାରିକ ବିବାଦକୁ ନେଇ । ହେଲେ ଏବେ ସେ କୌଣସି ଚର୍ଚ୍ଚାରେ ନାହାଁନ୍ତି । କେବଳ ଗୋଟିଏ ଫଟୋକୁ ନେଇ ତାଙ୍କ ଫ୍ୟାନ୍ସ ହୁଅନ୍ତୁ ବା ଅନ୍ୟ କେହି ଏବେ ଏମିତି କିଛି କହିବାକୁ ଆରମ୍ଭ କରିଛନ୍ତି ଯେ, ଅନୁଭବ ବ୍ରହ୍ମଚାରୀ ହେବାକୁ ଯାଉଛନ୍ତି ! ଏକଥା ସତ ନୁହେଁ, ପ୍ରକୃତରେ ଅନୁଭବ ଏକ ଫଟୋ ସେୟାର କରିଛନ୍ତି । ଠାକୁର ପୂଜା ସମୟରେ ଇନଷ୍ଟାଗ୍ରାମରେ ସେ ନିଜର ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ହନୁମାନ ଚାଳିଶା ପାଠ କରୁଛନ୍ତି । ଆଉ ଏହି ପୋଷ୍ଟ କରିବା ସହ ସେ ଚାଳିଶାର ଏକ ଦୋହା ମଧ୍ୟ ଲେଖିଛନ୍ତି-: ସବ ସୁଖ ଲୈହି ତୁମହାରି ସରନା, ତୁମ ରକ୍ଷକ୍ କାହୁ କୋ ଡରନା... 

ସାଂସଦ (Anubhav Mohanty) ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ମଧ୍ୟରେ ହୋଇଥିବା ପାରିବାରିକ ବିବାଦ କାହାକୁ ବା ଅଛପା । ହେଲେ ଏହା ପରେ ପରେ ସାଂସଦ ଫଟୋକୁ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି । କିଛିଦିନ ତଳେ  ବିବାହ ବିଚ୍ଛେଦ ମାମଲାରେ ଛନ୍ଦି ରହିଥିବା ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କୁ (Jagruti Shukla) ସାଙ୍ଗରେ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା । ଅନୁଭବ ଜାଗୃତି ଶୁକ୍ଳା ନାମ୍ନୀ ନିଜ ବାନ୍ଧବୀଙ୍କ ସହ ରେସ୍ତୋରାଁରେ ବସି ଖାଉଥିବାର ଦୁଇଟି ଫଟୋ ଶେୟାର୍ କରିଥିଲେ। 

https://www.instagram.com/p/CWNph6ah-Kv/?utm_medium=share_sheet

 

fallback

Also Read: ପବିତ୍ର କାର୍ତ୍ତିକ ମାସରେ ଅଣ୍ଡା ବର୍ଷା!

କେବଳ ଫଟୋ ସେୟାର ନୁହେଁ ଜାଗୃତିଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିଲେ ଯେ “ତୁମ ପରି ଜଣେ ଆତ୍ମନିର୍ଭରଶୀଳ ଓ ସଶକ୍ତ ମହିଳାଙ୍କୁ ଭେଟିବା ସବୁ ବେଳେ ଏକ ସୁନ୍ଦର ଅନୁଭବ, ମୋ’ ପ୍ରିୟ ବାନ୍ଧବୀ । ଦୀର୍ଘ ବାଟ ଯିବାକୁ ଅଛି। ବାସ୍ ଏତିକି ଲେଖା ଓ ଫଟୋ ହୋଇଯାଇଥିଲା ଖୁବ ଭାଇରାଲ । କେବଳ ଯେ, ଅନୁଭବ ତାହା ନୁହେଁ, ଗତ ଡିସେମ୍ବର ୧୩ ତାରିଖରେ ଜାଗୃତି ଶୁକ୍ଳା ମଧ୍ୟ ନିଜକୁ ଅନୁଭବ ମହାନ୍ତିଙ୍କର ଜଣେ ‘‘ଭଲ ବନ୍ଧୁ’’ ଭାବରେ ପରିଚୟ ଦେଇ ଏକ ଫେସବୁକ୍ ପୋଷ୍ଟ ଲେଖିଥିଲେ । ସେହି ଫେସବୁକ୍ ପୋଷ୍ଟ (Facebook Post) ରେ ଜାଗୃତି କହିଥିଲେ ଯେ ଜଣେ ସାମ୍ବାଦିକା ଭାବେ ତାଙ୍କୁ ସାଂସଦମାନଙ୍କ ସହ କଥାବାର୍ତ୍ତା କରିବାକୁ ହୁଏ ଓ ଅନୁଭବଙ୍କ ସହ ତାଙ୍କର ଏକ ‘‘ଭଲ, ପେଶାଗତ ସମ୍ପର୍କ’’ ଅଛି ।