ଜୀବନ ବନାମ ଭବିଷ୍ୟତ; କୋରୋନା ସଂକଟ କାଳରେ ହେବ Offline NEET Exam
କୋଭିଡ୍୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।
ଭୁବନେଶ୍ୱର: ତୃତୀୟ ଲହରରେ ପରୀକ୍ଷା ! ଚଳିତ ବର୍ଷ ନିଟ୍ ୟୁଜି ପରୀକ୍ଷା ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଅଫଲାଇନରେ ପରୀକ୍ଷା ହେବାକୁ ଥିବା ବେଳେ ଜୁଲାଇ ୧୩ ତାରିଖ ମଙ୍ଗଳବାର ସନ୍ଧ୍ୟା ୫ଟାରୁ ଏନଟିଏ ଓ୍ବେବସାଇଟ୍ ଜରିଆରେ ପଞ୍ଜୀକରଣ ଆରମ୍ଭ ହୋଇଛି। ସାରା ଦେଶରେ କୋଭିଡ କଟକଣା ଏବଂ ଗାଇଡଲାଇନ ଭିତରେ ପରୀକ୍ଷା କରିବାକୁ ଯୋଜନା ହୋଇଛି।
ପ୍ରଥମତଃ ଅଫଲାଇନ ପରୀକ୍ଷା ଆଉ ତାହା ପୁଣି ସେପ୍ଟେମ୍ବର ମାସରେ, କାରଣ ଆସନ୍ତା ଦୁଇ ମାସ ଭିତରେ ଦେଶରେ କୋରାନାର ତୃତୀୟ ଲହର ଆସିବା ନେଇ ସମ୍ଭାବନା ଦେଖାଦେଇଛି। ତଥାପି ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
Also Raed: Online Teaching ପରେ ଏବେ ଘର ଘର ବୁଲି ଆରମ୍ଭ ହେବ ଶିକ୍ଷାଦାନ
ଜୀବନ ବନାମ ଭବିଷ୍ୟତ। କୋରୋନା କାଳରେ ଅଫଲାଇନ ପରୀକ୍ଷା! ୨୦୨୧ ଶିକ୍ଷାବର୍ଷର (Academic Year 2021) ମେଡିକାଲ ପାଠ୍ୟକ୍ରମରେ ନାମଲେଖା (Medical Courses) ଲାଗି ସେପ୍ଟେମ୍ବର ୧୨ ତାରିଖରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (National Eligibility cum Entrance Test) ନିଟ୍ ୟୁଜି ପରୀକ୍ଷା (NEET UG Exam) ଅନୁଷ୍ଠିତ ହେବ। କୋଭିଡ୍୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରେଣୀ ଗୃହରେ କିଭଳି କମ ଛାତ୍ରଛାତ୍ରୀ ବସିବେ ତାହା ଉପରେ ଦୃଷ୍ଟି ଦିଆଯାଇଛି। ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବୃଦ୍ଧି କରାଯାଇ ପରୀକ୍ଷା କେନ୍ଦ୍ର ସଂଖ୍ୟା ପ୍ରାୟତଃ ଦୁଇଗୁଣା ବୃଦ୍ଧି କରାଯାଇଛି।
ସେହିପରି ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ (Mask) ଯୋଗାଇ ଦିଆଯିବା ସହ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନ ହୁଏ, ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟାଇମ୍ ସ୍ଲଟ୍ (NEET Exam Time Slot) ପ୍ରଦାନ କରାଯିବ। ପରୀକ୍ଷା କେନ୍ଦ୍ରରେ ପଞ୍ଜୀକରଣ ସ୍ପର୍ଶବିହୀନ (Touchless NEET Registration) ରହିବ। ବିଶୋଧନ (Sanitization) ସହ ପରୀକ୍ଷାର୍ଥୀଙ୍କ ବସିବା ସମୟରେ ସାମାଜିକ ଦୂରତାକୁ (Social Distance) କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ତୃତୀୟ ଲହର ଆସିବା ନେଇ ଆକଳନ କରାଯାଉଥିବା ବେଳେ ତାହା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତ ସହ ଛାତ୍ରଛାତ୍ରୀ ନିର୍ଦ୍ବନ୍ଦ୍ବରେ ପାଠପଢି ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ଇଷ୍ଟ ଜୋନ୍ ନିଟ୍ ସଂଯୋଜିକା (East Zone NEET Coordinator)।
Also Read: Deal with Corona: ପରୀକ୍ଷା ପଦ୍ଧତି ବଦଳାଇଲା CBSE
କୋଭିଡ୍୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ (Education Ministry) ପକ୍ଷରୁ ନିଟ୍ ପରୀକ୍ଷାକୁ (NEET Exam) ସ୍ଥଗିତ ରଖାଯାଇଥିଲା। ପ୍ରତିବର୍ଷ ପ୍ରାୟ ୧୪-୧୫ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ତାହାକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ୪ ହଜାରରୁ ଅଧିକ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ନିୟମିତ ଭାବେ www.nta.ac.in ୱେବସାଇଟ୍ ପରିଦର୍ଶନ କରିବାକୁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (National Testing Agency) ଏନ୍ଟିଏ (NTA) ପକ୍ଷରୁ ପରାମର୍ଶ ଦିଆଯାଇଛି। ସେପଟେ କଟକଣା ଭିତରେ ପରୀକ୍ଷା ହେବାକୁ ନେଇ ସ୍ଥିର ହେତୁ ଛାତ୍ରଛାତ୍ରୀ ଆଶ୍ବସ୍ତ ହୋଇଛନ୍ତି।
ପରୀକ୍ଷା ଲାଗି ମଙ୍ଗଳବାର ସଂଧ୍ୟା ୫ଟା ପର ଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ହାତରେ ଆଉ ୨ ମାସ ସମୟ ଥିବାରୁ ଏବେ ଅପେକ୍ଷା ସମସ୍ତ ପ୍ରସ୍ତୁତି ସହ ସୁରୁଖୁରୁରେ ପରୀକ୍ଷା ସମ୍ପାଦନ ହେଉ। ନଚେତ ଅଣ୍ଟା ସଳଖି ଛିଡା ହେଉଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତରେ ପୁଣି ଥରେ କଣ୍ଟା ସାଜିବ କୋରୋନା