Deal with Corona: ପରୀକ୍ଷା ପଦ୍ଧତି ବଦଳାଇଲା CBSE
Advertisement
Article Detail0/zeeodisha/odisha936425

Deal with Corona: ପରୀକ୍ଷା ପଦ୍ଧତି ବଦଳାଇଲା CBSE

ଉଭୟ ପରୀକ୍ଷାରେ ୫୦ ପ୍ରତିଶତ ପାଠ୍ୟକ୍ରମରୁ ହେବେ ପରୀକ୍ଷା। 

s

ଭୁବନେଶ୍ୱର: ଏଥର ଦୁଇଟି ଟର୍ମରେ ହେବ ପରୀକ୍ଷା। ଚଳିତ ଶିକ୍ଷା ବର୍ଷ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ସିବିଏସଇ ବୋର୍ଡ ପକ୍ଷରୁ ଏପରି ନୂଆ ପଦ୍ଧତି ଘୋଷଣା କରିବା ପରେ ଆଶ୍ବସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଆଗକୁ କିପରି ପାଠପଢା ଓ ପରୀକ୍ଷା ହେବ ସେନେଇ ଖସଡା ପ୍ରସ୍ତୁତ ହୋଇଛି। କୋଭିଡ ମହାମାରୀ ହେତୁ ଦୁଇଟି ଶିକ୍ଷାବର୍ଷର ବାର୍ଷିକ ପରୀକ୍ଷା ବାତିଲ ପରେ ଏହି ପନ୍ଥା ଆପଣାଇଛି ବୋର୍ଡ। ଦୁଇ ଥର ବୋର୍ଡ଼ ପରୀକ୍ଷା ପିଲାଙ୍କୁ ସହଜ ହେବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନମ୍ବର ଦେବାରେ ମଧ୍ୟ ସହାୟକ ହେବ। 

ସ୍କୁଲରେ ହେବ ସେମିଷ୍ଟର ପରୀକ୍ଷା (CBSE School Semester Exam)। ବାର୍ଷିକ ପରୀକ୍ଷା ଦେବା ଲାଗି ଚଳିତ ବର୍ଷ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା ଦୁଇଟି ଟର୍ମରେ ପରୀକ୍ଷା ଦେବେ। ଉଭୟ ଶ୍ରେଣୀରେ ବର୍ଷକୁ ୨ ଥର ବୋର୍ଡ଼ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ-ସିବିଏସଇ (Central Board of Secondary Education-CBSE)। ଆସନ୍ତା ନଭେମ୍ବର-ଡିସେମ୍ବର ମାସରେ ପ୍ରଥମ ବୋର୍ଡ଼ ପରୀକ୍ଷା ୯୦ ମିନିଟ ଏବଂ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ୧୨୦ ମିନିଟ ଅବଧି ବିଶିଷ୍ଟ ହେବ ଦ୍ଵିତୀୟ ବୋର୍ଡ଼ (CBSE Board Exam) ପରୀକ୍ଷା।

Also Read: ମାଟ୍ରିକ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗ; ଉନ୍ନତି ପରୀକ୍ଷା ହିଁ ମାର୍କ ବଢାଇବାର ବିକଳ୍ପ, ଜୁଲାଇ ୫ରୁ ଫର୍ମ ପୂରଣ

ଉଭୟ ପରୀକ୍ଷାରେ ୫୦ ପ୍ରତିଶତ ପାଠ୍ୟକ୍ରମରୁ (CBSE Syllabus) ହେବେ ପରୀକ୍ଷା। ହେଲେ ନଭେମ୍ବର ମାସରେ କେବଳ ଅବଜେକ୍ଟିଭ (Objective) ଅର୍ଥାତ ଏମସିକ୍ୟୁ ପ୍ରଶ୍ନପତ୍ର ବିଶିଷ୍ଟ ପରୀକ୍ଷା (CBSE MCQ Exam) ହେବ କିନ୍ତୁ ସ୍ଥିତି ଭଲ ଥିଲେ ଅଫଲାଇନ ପରୀକ୍ଷା (CBSE Off Line Exam) କରିପାରିବେ ସ୍କୁଲ କର୍ତ୍ତୃପକ୍ଷ। ଯେଉଁଥିପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ରହିବେ। ନଚେତ ଅନଲାଇନ (CBSE On Line Exam) ମାଧ୍ୟମରେ ପରୀକ୍ଷା ହେବ। ସେହିଭଳି ପ୍ରୋଜେକ୍ଟ (Project), ପ୍ରାକ୍ଟିକାଲ ରେକର୍ଡ (Practical) ରଖିବାକୁ ସ୍କୁଲକୁ ନିର୍ଦ୍ଦେଶ ଦେଇଛି ସିବିଏସଇ।  

କୋରୋନା ମହାମାରୀ ସମୟରେ ପରୀକ୍ଷାକୁ ସହଜ ଓ ସରଳୀକରଣ କରିବା ସହ କୌଣସି ପରିସ୍ଥିତିରେ ପରୀକ୍ଷା ବାତିଲ ହେଲେ ବିକଳ୍ପ ଭାବେ ମାର୍କ ଦେବା ଲାଗି ଏହି ବ୍ୟବସ୍ଥା ଲାଗୁ ହୋଇଛି। ଚଳିତ ବର୍ଷ କୋରୋନା ମହାମାରୀର ଭୟାବହତାକୁ ଲକ୍ଷ ରଖି ବୋର୍ଡ଼ ପରୀକ୍ଷାକୁ ବାତିଲ କରାଯାଇଥିଲା। ଯାହା ଦ୍ୱାରା ଛାତ୍ରଛାତ୍ରୀ ଅନେକ କ୍ଷତି ସହିଥିଲେ। ଏପରିକି ଅନେକ ରାଜ୍ୟରେ ଆଦୌ ପରୀକ୍ଷା ହୋଇନଥିବାରୁ ବିଗତ ବର୍ଷ ପରୀକ୍ଷାକୁ ଆଧାର କରି ମୂଲ୍ୟାୟନ କରିବାକୁ ପଡିଥିଲା। ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ଏଭଳି ନିଷ୍ପତ୍ତି ନେଇଛି ସିବିଏସଇ। ପ୍ରଥମରୁ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ଦୁଇଟି ପରୀକ୍ଷା ଦ୍ବାରା ବୋର୍ଡ ପରୀକ୍ଷାର ପାଠପଢା ବୋଝ ହାଲୁକା ହେବ ବୋଲି କୁହାଯାଇଛି।  

Also Read: ମାଟ୍ରିକ ରେଜଲ୍ଟ ବିଭ୍ରାଟ; ସରକାରଙ୍କୁ ଏହି ପରାମର୍ଶ ଦେଲେ ଓଡ଼ିଶା ଅଭିଭାବକ ମହାସଂଘ

ବିଗତ ଦୁଇ ବର୍ଷର ଅଭିଜ୍ଞତାକୁ ନେଇ ସିବିଏସଇ ଆରମ୍ଭରୁ ଏହି ପଦକ୍ଷେପ ନେଇଛି। ଏସବୁ ଭିତରେ ଏବେ ନଜର ରାଜ୍ୟ ବୋର୍ଡ଼ ପରୀକ୍ଷା ଉପରେ। ସିବିଏସଇ ଭଳି ରାଜ୍ୟ ବୋର୍ଡ଼ ତଥା ଗଣଶିକ୍ଷା ବିଭାଗ ଏ ଦିଗରେ କେଉଁ ନିଷ୍ପତ୍ତି ନେବ ନା ପୂର୍ବ ପଦ୍ଧତି ଅପରିବର୍ତ୍ତିତ ରହିବ ତାହା ଉପରେ ରହିଛି ନଜର।