ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେସନ ପାଠ୍ୟକ୍ରମର ୨ ବର୍ଷରେ ପଢୁଥିବା ମୋଟ ୧୦ ହଜାର ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ କ୍ଳାସ ମୁତାବକ ବିଭିନ୍ନ ସ୍କୁଲରେ ପାଠ ପଢାନ୍ତି।
Trending Photos
ଭୁବନେଶ୍ୱର: ଗାଁରେ ପହଞ୍ଚିବ ପାଠ। ଘର ଘର ବୁଲି ଆରମ୍ଭ ହେବ ଶିକ୍ଷାଦାନ। କୋଭିଡ କଟକଣାରେ ଏକମାତ୍ର ବିକଳ୍ପ ଭାବେ ଅନଲାଇନ ପାଠପଢା ଜାରି ରହିଥିବା ବେଳେ ମାତ୍ରାଧିକ ପିଲା ଏହା ଠାରୁ ଦୂରରେ ଅଛନ୍ତି। ସେମାନଙ୍କ ପାଖରେ ପାଠ ପହଞ୍ଚାଇବା ଲାଗି ନୂଆ ଯୋଜନା ସ୍ବରୂପ ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେସନରେ ଶିକ୍ଷକତା ଲାଗି ଅଧ୍ୟୟନ କରୁଥିବା ମୋଟ ୧୦ ହଜାର ଛାତ୍ରଛାତ୍ରୀ ଇଣ୍ଟର୍ନସିପ ପ୍ରୋଗ୍ରାମ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ଘରକୁ ଘର ବୁଲି ପାଠ ପଢ଼ାଇବେ। ସେପଟେ ଶିକ୍ଷାବିତ ଏହାକୁ ନେଇ ନାପସନ୍ଦ କରିଥିବା ବେଳେ ମହାମାରୀର ସ୍ଥାୟୀ ବିକଳ୍ପ ଭାବେ ଇଣ୍ଟରନେଟ୍ ବ୍ୟବସ୍ଥା କରିବାକୁ କହିଛନ୍ତି।
ଘରେ ଘରେ ପହଞ୍ଚିବ ପାଠ। ସ୍କୁଲ ପିଲାଙ୍କୁ ଶିକ୍ଷାଦାନ କରିବେ ଶିକ୍ଷକତା କରୁଥିବା ଛାତ୍ରଛାତ୍ରୀ କୋଭିଡ କାଳରେ ଅନଲାଇନ ପାଠପଢାରୁ (Online Teaching) ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ଗଣ ଶିକ୍ଷା ବିଭାଗ (Odisha Mass Educaton Department) ଏପରି ନୂଆ ଯୋଜନା କରିଛି। ଉପାନ୍ତ ଅଞ୍ଚଳକୁ ଧ୍ୟାନରେ ରଖି ଘର ଘର ବୁଲି ପିଲାଙ୍କୁ ପାଠ ପଢ଼ାଇବେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ। ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେସନ (Diploma Elementary Education) ପାଠ୍ୟକ୍ରମର ୨ ବର୍ଷରେ ପଢୁଥିବା ମୋଟ ୧୦ ହଜାର ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ କ୍ଳାସ (Practical Class) ମୁତାବକ ବିଭିନ୍ନ ସ୍କୁଲରେ ପାଠ ପଢାନ୍ତି।
Also Read: Deal with Corona: ପରୀକ୍ଷା ପଦ୍ଧତି ବଦଳାଇଲା CBSE
ହେଲେ ଏବେ ସ୍କୁଲ ବନ୍ଦ ହେତୁ ଗାଁ କୁ ଯାଇ ପାଠ ପଢାଇବାକୁ ରାଜ୍ୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (State Council Of Educational Research & Training) ଏସସିଇଆରଟି (SCERT) ପକ୍ଷରୁ ବିଧିବିଦ୍ଧ ନିଷ୍ପତ୍ତି ହୋଇଛି। ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ୧୦ ହଜାର ଗ୍ରାମକୁ ଯାଇ ଜଣେ ଛାତ୍ର ୧୦ ଜଣ ଭାବେ ୧୦ ଲକ୍ଷ ପିଲାଙ୍କୁ ପାଠ ପଢ଼ାଇବେ। ଯେଉଁମାନଙ୍କୁ ଟିଚର ଏଜୁକେଟର (Teacher Educator) ଦିଗଦର୍ଶନ (Guide) ଦେବେ। ଆଉ ବାକି ପିଲାଙ୍କ ପାଇଁ କଣ ବ୍ୟବସ୍ଥା କରାଯିବ ସେନେଇ ସମୀକ୍ଷା ଚାଲିଛି ବେଲେ ମଧୂ ଆପ୍ (Madhu App), ୟୁଟ୍ୟବ୍ (Youtube), ରେଡିଓ (Radio) ଦ୍ଵାରା ମଧ୍ୟ ପାଠ ପଢ଼ାଯାଉଥିବା ରାଜ୍ୟ ଶିକ୍ଷା ମନ୍ତ୍ରୀ (Odisha Education Minister) କହିଛନ୍ତି।
ଗତ ୨୦୨୦-୨୧ ଶିକ୍ଷାବର୍ଷରେ (Academic Year) ବିଦ୍ୟାଳୟ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ସ୍କୁଲ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଛି। ଗତ ବର୍ଷ ଅନଲାଇନ ପାଠ୍ୟକ୍ରମ ସମେତ ଟିଭି, ରେଡ଼ିଓ, ଦୀକ୍ଷା (Deeksha App), ମଧୁ ଆପ ଯୋଗେ ପାଠ ପଢ଼ାଯିବା ସତ୍ତ୍ୱେ ମଧ୍ୟ ମାତ୍ର ୩୦ ପ୍ରତିଶତ ପିଲା ଏହି ବ୍ୟବସ୍ଥା ସହ ଯୋଡି ହୋଇପାରିଥିଲେ। ବାସ୍ତବରେ ଶିକ୍ଷକତା ଲାଗି ପ୍ରସ୍ତୁତ ଛାତ୍ରଛାତ୍ରୀ କୋଭିଡ ସମୟରେ ଉପାନ୍ତ ଅଞ୍ଚଳକୁ ଯାଇ ପାଠ ପଢ଼ାଇବା କେତେ ସମ୍ଭବ ହେବ ତାହା ଆଗାମୀ ଦିନରେ ଜଣାପଡିବ।
Also Read: Matric Results 2021: ପାସ୍ ବେଶି ଫେଲ୍ କମ, କଲେଜରେ ଆଡମିଶନ ନେଇ ଆଶଙ୍କାରେ ବିଦ୍ୟାର୍ଥୀ
ମହାମାରୀ ପରିସ୍ଥିତିକୁ ସରକାର ବୁଝି ଏହାର ସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ୍। ଏପରି ଅବାସ୍ତବ ଯୋଜନା ପ୍ରଣୟନ ନକରି ବିଗତ ବର୍ଷର ଅଭିଜ୍ଞତାକୁ ନେଇ ଗାଁ ଗାଁରେ ଇଣ୍ଟରନେଟର ସୁବିଧା ପହଞ୍ଚାଇବା ସହ ବିଦ୍ୟାଳୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ପିଲାଙ୍କ ପାଖରେ ପାଠ୍ୟ ଉପକରଣ ପହଞ୍ଚାଇବାକୁ କହିଛନ୍ତି।
ଏହା ଛଡ଼ା ରାଜ୍ୟର ବିଭିନ୍ନ ହାଇସ୍କୁଲରେ ହିନ୍ଦୀ ଏବଂ ସଂସ୍କୃତ ବିଭାଗରେ ଖାଲି ଥିବା ୪ ହଜାର ୫୫୮ ଶିକ୍ଷକ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ତୁରନ୍ତ ପରୀକ୍ଷା ହେବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ।