Cyclone Asani Live Updates: ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ, ବଢି଼ଲା ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha1180684

Cyclone Asani Live Updates: ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ, ବଢି଼ଲା ବର୍ଷା ସମ୍ଭାବନା

ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବାବେଳେ ପୁରୀ, ଚାନ୍ଦବାଲି/ ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । 

SRC Pradeep Jena (ସୌ- ଟ୍ୱିଟର @mcbbsr)
LIVE Blog

ଅସାନିକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସଙ୍କ ସୂଚନା:
- ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ନବରଙ୍ଗପୁର ରେ ବର୍ଷା ସମ୍ଭାବନା ରହିଛି
- ଗଜପତି, କେଉଁଝର, ମୟୁରଭଞ୍ଜ, ବାଲେଶ୍ଵର ଓ ପୁରୀରେ ମଧ୍ୟ ବର୍ଷା ସମ୍ଭାବନା ରହିଛି 
- ଅନ୍ୟ ପଟେ, ୧୨ ତାରିଖ (ଗୁରୁବାର) ରାତି ଯାଏଁ ସମୁଦ୍ର ଅଶାନ୍ତ ରହିବ
- ଆସନ୍ତା କିଛି ଘଣ୍ଟାରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଳା ଗୁଡିକରେ ୪୦ ରୁ ୫୦ କିମି ବେଗରେ ପବନ ବହିପାରେ
- ଏହା ସହିତ, ଉପକୂଳବର୍ତ୍ତୀ ଜିଲ୍ଳା ଗୁଡିକରେ ଘଣ୍ଟା ପ୍ରତି ୬୦ କିମି ବେଗରେ ଝଟକା ପବନ ବହିପାରେ
- ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି 
- ପୁରୀ, ଚାନ୍ଦବାଲି/ ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି 
- ଆସନ୍ତା ୧୩ ତାରିଖରୁ ରାଜ୍ୟରେ ପୁଣି ତାପମାତ୍ରା ବଢିବ

ଅସାନିକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସଙ୍କ ସୂଚନା:
- ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ
- ସେତେବେଳକୁ ଏହା ଅବପାତର ରୂପ ନେଇସାରିଥିବ
- ଆସନ୍ତା ୧୩ ତାରିଖରୁ ରାଜ୍ୟରେ ପାଗ ବଦଳିବ
- ତେବେ, ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା
- ବାତ୍ୟା ଦୁର୍ବଳ ହେଉଥିବାରୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ
- ହେଲେ ଏହାର ପ୍ରଭାବରେ ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି

ଅସାନିକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସଙ୍କ ସୂଚନା:
-- ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି
-- ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୬ କିମି ବେଗରେ ଗତି କରୁଛି 'ଅସାନି'
-- ଗୋପାଳପୁରଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୫୨୦ କିମି ଦୂରରେ କେନ୍ଦ୍ରୀଭୂତ ବାତ୍ୟା
-- ପୁରୀର ଦକ୍ଷିଣ-ପଶ୍ଚିମ ଦିଗରେ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ଅସାନି
-- ମଛଲିପଟ୍ଟନମଠାରୁ ୪୦ କିଲୋମିଟର ଓ କାକିନାଡାଠାରୁ ୧୪୦ କିଲୋମିଟର ଦୂରରେ ରହିଛି ବାତ୍ୟା 
-- ଗତ ୬ ଘଂଟା ହେବ ୬ କିଲୋମିଟର ବେଗରେ ଆଗକୁ ବଢୁଛି
--  ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରର ନର୍ସାପୁର, ୟନମ୍, କାକିନାଡ ଟୁନି ଓ ବିଶାଖାପାଟନମ୍ ଉପକୂଳ ଦେଇ ସମୁଦ୍ରରେ ଗତି କରିବ 

ବାତ୍ୟା ଅସାନି ସଂପର୍କ ରେ ଏସ୍ ଆର୍ ସି ପ୍ରଦୀପ ଜେନାଙ୍କ ସୂଚନା:
-- ଆସାନି ଘଣ୍ଟାଏରୁ ଦେଢଘଣ୍ଟା ମଧ୍ୟରେ କାକିନାଡା ଏବଂ ମଛଲିପଟ୍ଟନମ୍ ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା
-- ଏବେ ରିକର୍ଭ କରି ସମୁଦ୍ର ମଧ୍ୟରେ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି ବାତ୍ୟା
-- ମଧ୍ୟରାତ୍ରରେ ସମୁଦ୍ର ଭିତରକୁ ପ୍ରବେଶ କରାବା ପରେ ଦୁର୍ବଳ ହେବ ଆସାନି
-- ଝଡ଼ର ପ୍ରକୋପ କମିବା ସହିତ, ଓଡ଼ିଶାରେ ଥମିବ ପବନ ଓ କମିବ ବର୍ଷା

#CycloneUpdate
-- ଦୁର୍ବଳ ହେଉଛି ବାତ୍ୟା ଅସାନି: ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
-- ବୁଧବାର ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ, ଗୁରୁବାର ସକାଳୁ ଅବପାତରେ ପରିଣତ ହେବ
-- ଓଡ଼ିଶାରେ ବାତ୍ୟା ଅସାନିର ପ୍ରଭାବ ନାହିଁ, ଗୁରୁବାର ସକାଳ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା
-- ଏବେ ରିକର୍ଭ କରି ସମୁଦ୍ର ମଧ୍ୟରେ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି ବାତ୍ୟା
-- ଓଡି଼ଶା ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ   

#CycloneUpdate
-- ମାଲକାନଗିରି ଜିଲ୍ଲାରେ ବାତ୍ୟା ଅସାନି ପ୍ରଭାବରେ ସକାଳୁ ପାଗ ମେଘୁଆ ରହିବା ସହିତ ସ୍ୱଳ୍ପ ପରିମାଣର ବର୍ଷା ଆରମ୍ଭ 
-- ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଇଥିବା ବେଳେ ଆଜି ଜିଲ୍ଲାରେ ପହଞ୍ଚିଲା ଓଡ୍ରାଫ ଟିମ୍
-- ତଳିଆ ଅଞ୍ଚଳରେ ବାତ୍ୟା ପ୍ରକୋପରୁ ଲୋକଙ୍କୁ ଉଦ୍ଧାର କରିବା ସହ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳର ସୁ-ବନ୍ଦୋବସ୍ତ 
-- ସମସ୍ତ ବ୍ଲକରେ ଅଧିକାରୀମାନଙ୍କୁ ତତ୍ପର ରହିବା ସହ ବାତ୍ୟା ପରିସ୍ଥିତି ତଦାରଖ କରିବାକୁ ଜିଲ୍ଲାପାଳଙ୍କ ନିର୍ଦେଶ
-- ଅସୁରକ୍ଷିତ ଘରେ ରହୁଥିବା ବୃଦ୍ଧ-ବୃଦ୍ଧା, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି 
-- ପ୍ରକଳ୍ପ ନିର୍ଦେଶକ ବାଳ ମୁକୁନ୍ଦ ଭୂୟାଁଙ୍କୁ ଚିତ୍ରକୋଣ୍ଡା ବ୍ଲକ, ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନଙ୍କୁ କାଲିମେଳା ବ୍ଲକରେ ରହି ତଦାରଖ କରିବାକୁ ନିର୍ଦେଶ
Watch LIVE: https://www.youtube.com/watch?v=lFn1pc3Hdl4

 

-- ଅତିରିକ୍ତ ୧୨ ଟି ଅଗ୍ନିଶମ ଦଳକୁ ୫ଟି ଜିଲ୍ଲାକୁ ପଠାଯାଇଛି 
-- ବରିଷ୍ଠ ଅଧିକାରୀମାନଙ୍କୁ ୫ଟି ଜିଲ୍ଲା ଦାୟିତ୍ବ ଦିଆଯାଇଛି
୧. ଅଗ୍ନିଶମ ଅଧିକାରୀ ବରହମପୁର - ଗଜପତି, ରାୟାଗଡା଼ ଦାୟିତ୍ବ 
୨. CFO IC - ଗଞ୍ଜାମ
୩. DFO ଭବାନୀପାଟଣା- ମାଲକାନଗିରି
୪. DFO Koraput-କୋରାପୁଟ ଅଗ୍ନିସେବା ନିର୍ଦ୍ଦେଶାଳୟ 

 

-- ମଛଲିପଟନମ୍ ସମୁଦ୍ରକୂଳରେ ସାଇକ୍ଲୋନ୍ ଆସାନିର ଉଗ୍ରରୂପ
-- ପବନର ବେଗ ବଢି଼ବା ସହିତ ପୁରୀରେ ସମୁଦ୍ରର ଅଶାନ୍ତ ହେଉଛି

#AsaniCyclone #Asani #cyclone Scene at #Machilipatnam beach. Very fearsome and scary. Power of Nature #Andhrapradesh

ଆନ୍ଧ୍ରପ୍ରଦେଶରେ ସାଇକ୍ଲୋନ୍ ଅସାନି ପ୍ରଭାବ:
-- ସାଇକ୍ଲୋନ୍ ଆସାନି ମଛଲିପଟନମ୍ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୪୦ କିଲୋମିଟର ଦୂରରେ ଅଛି
-- ଆଜି ଏବଂ ଆସନ୍ତାକାଲି  ଆନ୍ଧ୍ରପ୍ରଦେଶର ଉତ୍ତର ଭାଗରେ ପବନ ସହ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି

 

ଆଗାମୀ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା।

 

 

 

ବିଦେଶରୁ ଭାସି ଆସିଲା ସ୍ୱର୍ଣ୍ୱ ରଥ

 

 

 

 

 

୧୨ ତାରିଖ ସକାଳ ସୁଦ୍ଧା ଦୁର୍ବଳ ହୋଇ ଗୋଟିଏ ଅବପାତର ରୂପ ନେବା ସମ୍ଭାବନା।

 

ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୫୩୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ  ୬୪୦ କିମି ଦୂରରେ କେନ୍ଦ୍ରୀଭୂତ ବାତ୍ୟା "ଅସାନି"। ବର୍ତ୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬କିମି ରହିଛି।

 

 

 

 

 

 

 

କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ବର୍ଷା ଆଶଙ୍କା।

 

ଅସାନି ମୁକାବିଲା ପାଇଁ ୫ ଜିଲ୍ଲାକୁ ପଠାଗଲା ଅଧିକ ୧୨ଟି ଅଗ୍ନିଶମ ଟିମ୍।

 

‘ଅସାନି’ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଆରମ୍ଭ।

 

ପାରାଦୀପ ବନ୍ଦରକୁ ଜାରି ହେଇଛି ୨ ନମ୍ବର ବିପଦ ସଙ୍କେତ। 

 

ବାତ୍ୟା ପ୍ରଭାବରୁ କାକିନାଡା ସମୁଦ୍ର କୂଳରେ ଉଠୁଛି ବଡ ବଡ ଜୁଆର।

 

ବାତ୍ୟା ପାଇଁ ଆଜି ମାଲକାନଗିରିରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି।

 

ବିଶାଖାପାଟଣାରୁ ଉଡାଣ ଭରିବାକୁ ଥିବା ୨୩ଟି ବିମାନ ବାତିଲ୍।

ଚେନ୍ନାଇ ବିମାନ ବନ୍ଦରରୁ ୧୦ଟି ବିମାନର ଉଡାଣ ବାତିଲ୍।

 

'ଅସାନି'କୁ ଦୃଷ୍ଟିରେ ରଖି ବିମାନସେବା ପ୍ରଭାବିତ ।

 

ଆନ୍ଧ୍ରରେ ପ୍ରବଳ ବର୍ଷା, ରେଡ୍ ୱାର୍ଣ୍ଣିଂ ଜାରି ।

 

ଆନ୍ଧ୍ର ପ୍ରଦେଶରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ

 

ଆନ୍ଧ୍ରପ୍ରଦେଶର କାକିନାଡ଼ା ପାଖରେ କରିପାରେ ଲ୍ୟାଣ୍ଡଫଲ୍।

 

ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରୁଛି।

 

ଗୋପାଳପୁରଠୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦କିମି ଦୂରରେ ‘ଅସାନି’।

 

ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେଲା ‘ଅସାନି’।

 

ଓଡିଶାକୁ ବାତ୍ୟା ବିପଦ ଟଳିଛି।