Odisha Budget 2023 Live: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ଜାଣନ୍ତୁ ଟିକନିକ ଖବର
Advertisement
Article Detail0/zeeodisha/odisha1584856

Odisha Budget 2023 Live: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ଜାଣନ୍ତୁ ଟିକନିକ ଖବର

Odisha Budget 2023 Live Updates: ୨୦୨୩-୨୪ ବର୍ଷ ପାଇଁ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ। ଆସନ୍ତା ବର୍ଷ ଏହି ନିର୍ବାଚନ ଥିବାରୁ ଏହି ବଜେଟର ଗୁରୁତ୍ତ୍ୱ ରହିଛି। ତେବେ ସରକାର ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ପ୍ରଗତି ଦିଗରେ ଆଗଉଥିବା ନେଇ ଦର୍ଶାଇଛନ୍ତି। ଆଗାମୀ ୨୦୨୩-୨୪ ବର୍ଷ ୮ ରୁ ୮.୫ ପ୍ରତିଶତ ଅଭିବୃଦ୍ଧି ଆଶା କରିଛନ୍ତି। 

Odisha Budget 2023 Live: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ଜାଣନ୍ତୁ ଟିକନିକ ଖବର
LIVE Blog

Odisha Budget 2023 Live Updates: ନମସ୍କାର ବନ୍ଧୁଗଣ। Zee Odisha Newsର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ବ୍ଲଗରେ ଆମେ ଆପଣଙ୍କୁ ହେବାକୁ ଥିବା ବଜେଟ ସମ୍ପର୍କିତ ଟିକନିକ ଖବର ଦେବୁ। ବଜେଟ ସମ୍ପର୍କିତ ଟିକନିକ ଖବର ପାଇବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।

24 February 2023
18:07 PM

ଏଥର ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ ବ୍ୟାପକ ବ୍ୟବସ୍ଥା
ଆରମ୍ଭ ହେବ ଆମ ହସ୍ପିଟାଲ ଯୋଜନା, ବ୍ୟୟବରାଦ ୭୫୦ କୋଟି। ଆମ ହସ୍ପିଟାଲ ଯୋଜନାରେ ବର୍ଷକରେ ରୂପାନ୍ତରିତ ହେବ ୧୪୭ ହସ୍ପିଟାଲ। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ୩୩୦୦ କୋଟିର ବ୍ୟୟବରାଦ। SCBର ପୁନଃବିକାଶ ପାଇଁ ବଜେଟରେ ୧୪୦୦ କୋଟି। ୧୦୮ ଆମ୍ବୁଲାନ୍ସ ସେବାରେ ଆଉ ୨୩୬ ଗାଡ଼ି ଅନ୍ତର୍ଭୁକ୍ତ କରାଯିବ। ୨୩୬ ନୂଆ ଆମ୍ବୁଲାନ୍ସ ପାଇଁ ୨୫୦ କୋଟି। କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୧୧ କୋଟି। ୨୩-୨୪ରେ ଆଉ ୫ ହଜାର ଡାକ୍ତର, ୯ ହଜାର ନର୍ସଙ୍କୁ ନିଯୁକ୍ତି ଲକ୍ଷ୍ୟ।

17:46 PM

ଏଥର ବଜେଟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ୟବସ୍ଥା
୩୪,୫୦୦ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର ଦିଆଯିବ। ୧୧୮ ଜଣଙ୍କୁ ନେତୃତ୍ୱ ପୁରସ୍କାର, ୨୦୦୦ ମେଧାବୀଙ୍କୁ ବୃତ୍ତି ଦିଆଯିବ।ମାଧ୍ୟମିକ ସ୍କୁଲର ୭୦୦ ଶିକ୍ଷକ, ୪୧୯ ପ୍ରଧାନ ଶିକ୍ଷକ ପୁରସ୍କୃତ ହେବେ। ମାଧ୍ୟମିକ ସ୍ତରରେ ୪୧୯ ଶ୍ରେଷ୍ଠ ସ୍କୁଲ ପରିଚାଳନା କମିଟିକୁ ପୁରସ୍କାର। ୪୧୯ ଶ୍ରେଷ୍ଠ ସ୍କୁଲ ପୁରାତନ ଛାତ୍ରଛାତ୍ରୀ କମିଟିକୁ ପୁରସ୍କାର ମିଳିବ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ୧୩୯ କୋଟି ବ୍ୟୟବରାଦ।

17:39 PM

ବଜେଟ ହାଇଲାଇଟସ
ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ କୋଚିଂ ପାଇଁ ବ୍ୟବସ୍ଥା
୨ ଶହ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସିଭିଲ ସର୍ଭିସ କୋଚିଂ ଦିଆଯିବ
ପ୍ରବେଶିକା ପରୀକ୍ଷା ଜରିଆରେ ଚୟନ କରାଯିବେ ଶିକ୍ଷାର୍ଥୀ
ମାଗଣା କୋଚିଂ ସହ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା

17:26 PM

ବଜେଟ ହାଇଲାଇଟସ
ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟି
୬ ହଜାର ୨୫ଟି ଏଲଟିଆର୍ ପଦବୀ ସୃଷ୍ଟି କରାଯିବ
ମାଧ୍ୟମିକ ସ୍କୁଲରେ ୭୫୪୦ ନିୟମିତ ଶିକ୍ଷକ ନିଯୁକ୍ତ ହେବେ
୧୭୯୯ କନିଷ୍ଠ ସହାୟକ, ୩୩୫ ପିଜିଟି ନିଯୁକ୍ତି ପାଇବେ
୧୦୬ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯିବ
‘ମୋ କଲେଜ’ ପାଇଁ ୧୭୦ କୋଟି, ଲାପଟପ ବଣ୍ଟନ ପାଇଁ ୫୦ କୋଟି
୨୦୨୩ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ
ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ବଜେଟରେ ୨୦ କୋଟି

17:23 PM

କେଉଁ ବିଭାଗକୁ କେତେ
ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦୦୩୦ କୋଟି। ଏସସି, ଏସଟି ବିକାଶ ପାଇଁ ୩୮୪୩୭ କୋଟି । ଇଲେକ୍ଟ୍ରୋନିକ୍ସ ଓ ଆଇଟି ପାଇଁ ୩୫୬ କୋଟି। ବୟନ ଶିଳ୍ପ ପାଇଁ ୨୧୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। 

17:19 PM

ଏଥର ବଜେଟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ୟବସ୍ଥା
୩୪,୫୦୦ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର ଦିଆଯିବ। ୧୧୮ ଜଣଙ୍କୁ ନେତୃତ୍ୱ ପୁରସ୍କାର, ୨୦୦୦ ମେଧାବୀଙ୍କୁ ବୃତ୍ତି ଦିଆଯିବ। ମାଧ୍ୟମିକ ସ୍କୁଲର ୭୦୦ ଶିକ୍ଷକ, ୪୧୯ ପ୍ରଧାନ ଶିକ୍ଷକ ପୁରସ୍କୃତ ହେବେ

17:13 PM

କେଉଁ ବିଭାଗକୁ କେତେ
କ୍ରୀଡ଼ ବିଭାଗକୁ ୧୨୧୭ କୋଟି
ମିଶନ ଶକ୍ତି ପାଇଁ ୨୫୫୪ କୋଟି
ଶକ୍ତି ବିଭାଗ ପାଇଁ ୫୯୫୪ କୋଟି
ଆଭ୍ୟନ୍ତରିଣ ବିଭାଗ - ୮୧୩୦ କୋଟି
ଏମଏସଏମଇ- ୧୩୮୫ କୋଟି
ପର୍ଯ୍ୟଟନ ବିଭାଗକୁ ୬୮୦ କୋଟି
ଗୃହ ବିଭାଗ ପାଇଁ ୫୯୫୪ କୋଟି
ଉଚ୍ଚଶିକ୍ଷା ପାଇଁ ୩୧୭୨ କୋଟି
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପାଇଁ ୩୭୬୪ କୋଟି
ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୨ ଶହ କୋଟି
ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬୦୪୮ କୋଟି ଟଙ୍କା 
ମତ୍ସ୍ୟ ଓ ପଶୁ ସମ୍ପଦ ପାଇଁ ୧୭୬୯ କୋଟି ଟଙ୍କା

17:01 PM

କେଉଁ ବିଭାଗକୁ କେତେ
ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୬,୦୪୮ କୋଟି
ପାଇପ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି
କୃଷି ବିଭାଗ ଲାଗି ୨୪, ୮୨୯ କୋଟି
ରାସ୍ତା-ବ୍ରିଜ୍-ରେଳ-ଏୟାରପୋର୍ଟ ବିକାଶ ପାଇଁ ୧୯, ୪୫୨ କୋଟି
ସହରାଞ୍ଚଳ ବିକାଶ ପାଇଁ ୭,୯୧୯ କୋଟିର ବ୍ୟୟ ବରାଦ

16:58 PM

ଏଥର ବଜେଟରେ ନୂଆ କଣ
ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ବୃଦ୍ଧି ନେଇ ବଜେଟରେ ଘୋଷଣା। ଗ୍ରାମାଞ୍ଚଳରେ ସହାୟତା ରାଶି ୨ ହଜାରରୁ ୩ ହଜାରକୁ ବୃଦ୍ଧି। ସହରାଞ୍ଚଳରେ ସହାୟତା ରାଶି ୩ ହଜାରରୁ ୪ ହଜାରକୁ ବୃଦ୍ଧି।

16:55 PM

ଏଥରର ବଜେଟରେ ନୂଆ ଯୋଜନା
ଆମ ବସଷ୍ଟାଣ୍ଡ ପାଇଁ ବଜେଟରେ ୧୫୦ କୋଟି। ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି। ବିଦେଶ ବିମାନ ଉଡ଼ାଣ ଯୋଜନା ପାଇଁ ୧୦୦ କୋଟି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି। ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି। ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟି। ରିଭଲଭିଂ ଫଣ୍ଡ ପାଇଁ ୨ ହଜାର କୋଟି। ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି। ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି। ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟିର ବ୍ୟୟବରାଦ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି।

16:47 PM

ଏଥରର ବଜେଟରେ ନୂଆ ଯୋଜନା
ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି
ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି

16:45 PM

କେଉଁ ବିଭାଗକୁ କେତେ
ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୬୭୦ କୋଟି । ଉଚ୍ଚଶିକ୍ଷା ପାଇଁ ୩ ହଜାର ୧୭୨ କୋଟି । ରାଜସ୍ୱ ଓ ବିପର୍ଯ୍ୟୟ ଓ ପ୍ରଶମନ ପାଇଁ ୩ ହଜାର ୭୬୪ କୋଟି ଟଙ୍କା । ଏମଏସଏମଇ ପାଇଁ ୬ ଶହ ୪୭ କୋଟି ବ୍ୟୟ ବରାଦ । ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ୨ ଶହ କୋଟି ଟଙ୍କା । ମିଶ୍ନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

16:44 PM

ଚଳିତ ଆର୍ଥିକ ବର୍ଷ ଠାରୁ ଆସନ୍ତା ଆର୍ଥିକ ବର୍ଷର ୧୫ ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬ଶହ କୋଟି। କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬ଶହ କୋଟି। ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ।

16:42 PM

ଚଳିତ ଆର୍ଥିକ ବର୍ଷ ଠାରୁ ଆସନ୍ତା ଆର୍ଥିକ ବର୍ଷର ୧୫ ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ। 

16:36 PM

ଆମ ସରକାର ଏକ ବିସ୍ତୃତ ଏବଂ ସାମଗ୍ରିକ “ସମୃଦ୍ଧି - କୃଷିନୀତି 2020” ଦ୍ଵାରା ବିଭିନ୍ନ ହସ୍ତେକ୍ଷପ ମାଧ୍ୟମରେ କୃଷିକ୍ଷେତ୍ରର ବିକାଶ ଉପେର ବିଶେଷ ଗୁରୁତ୍ଵ ପ୍ରଦାନ କରଛନ୍ତି। ଫସଲ ବିବିଧତା, ବଜାର ସଂଯୋଗୀକରଣ ଏବଂ ବୈଷୟିକ ଜ୍ଞାନ କୌଶଳ ଦ୍ଵାରା ଏହିକୃଷି ନୀତି ଚାଷୀଙ୍କୁ ଫସଲର ଉତ୍ତମ ମୂଲ୍ୟ ଯୋଗାଇ ଦେଇ ସେମାନଙ୍କ ଆୟେର ଦୃଷ୍ଟାନ୍ତମୂଳକ ଅଭିବୃଦ୍ଧି ଆଣିବ ବୋଲି ଆଶା କରାଯାଉଛି।

16:32 PM

ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ। କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬ଶହ କୋଟି। 

16:28 PM

Odisha Budget 2023 Live: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ 

ଆଉ ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ବ୍ୟୟବରାଦ। ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି

16:27 PM

ଆଉ ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ବ୍ୟୟବରାଦ। ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି। ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି। ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି। ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି

16:25 PM

ବଜେଟ୍ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି। ମିଶନ ଶକ୍ତି ପାଇଁ ୨୫୪୯ କୋଟି ବ୍ୟୟବରାଦ। ଶକ୍ତି ବିଭାଗ ପାଇଁ ୫୯୫୪ କୋଟି ଟଙ୍କା। ଗୃହ ବିଭାଗ ପାଇଁ ୭୩୧୩ କୋଟି ଟଙ୍କା ବ୍ୟୟବରାଦ। ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପାଇଁ ୫ ଶହ କୋଟି। 

16:17 PM

କୃଷି କ୍ଷେତ୍ରରେ SHG ଗୋଷ୍ଠୀଙ୍କୁ ପ୍ରୋତ୍ସାହନ। କୃଷି କ୍ଷେତ୍ରରେ SHG ଗୋଷ୍ଠୀଙ୍କ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୩୬୭ କୋଟି ଖର୍ଚ୍ଚ ହେବ। ଛତୁ ମିଶନ ଓ ଫୁଲ ଚାଷ ପାଇଁ ୧୦୦ କୋଟି ବ୍ୟୟବରାଦ। ନଦୀ ଉପରେ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ ପାଇଁ ୮୫୪ କୋଟି ଟଙ୍କା ଖର୍ଚ୍ଚ ହେବ। 

16:13 PM

ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ପ୍ରଥମେ ଉପସ୍ଥାପିତ ହେଲା କୃଷି ବଜେଟ। ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡ। କାଳିଆ ସହାୟତା ପାଇଁ ୧୮୭୯ କୋଟିର ବ୍ୟବରାଦ। ଓୟୁଏଟିରେ ଗବେଷଣା ପାଇଁ ୧୬୬ କୋଟି ଟଙ୍କାର ବ୍ୟୟବରାଦ। ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟିର ବ୍ୟୟବରାଦ। 

16:11 PM

ପ୍ରଥମେ ଉପସ୍ଥାପିତ ହେଲା କୃଷି ବଜେଟ। କୃଷି ପାଇଁ 24829 କୋଟି ଟଙ୍କା ବ୍ୟୟବରାଦ। 

15:37 PM

ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଦିନ ୪ଟାରୁ ବଜେଟ ଉପସ୍ଥାପନ କରୁଛନ୍ତି। 

15:16 PM

Odisha Budget 2023 Live Updates: ବିଧାନସଭାରେ ଦୁଇ ଗଣମାଧ୍ୟମ ନାଁରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ। ‘ଓଟିଭି’ ଏବଂ ‘ଦ ନିଉ ଇଣ୍ଡିଆନ ଏକ୍ସପ୍ରେସ୍‌’ ନାଁରେ ଆଣିଲେ ପ୍ରସ୍ତାବ।

15:08 PM

Odisha Budget 2023 Live Updates: ନମସ୍କାର ବନ୍ଧୁଗଣ। Zee Odisha Newsର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ବ୍ଲଗରେ ଆମେ ଆପଣଙ୍କୁ ହେବାକୁ ଥିବା ବଜେଟ ସମ୍ପର୍କିତ ଟିକନିକ ଖବର ଦେବୁ। ବଜେଟ ସମ୍ପର୍କିତ ଟିକନିକ ଖବର ପାଇବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।