ବିଦେଶୀ ନୁହେଁ ଦେଶୀ ଷ୍ଟେନ ହେବ ଭୟଙ୍କର:ବିଶେଷଜ୍ଞ
କେଉଁ ପ୍ରକାରର ଷ୍ଟ୍ରେନ ଦ୍ବାରା ଓଡିଶାବାସୀ ସଂକ୍ରମିତ ହୋଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଭୁବନେଶ୍ବର: ବିଦେଶୀ ନୁହଁ ଦେଶୀ ଷ୍ଟ୍ରେନ ହେବ ଭୟଙ୍କର। ଏହା ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରି ଦେଉଛି। ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଭଳି ଦେଶରେ ଷ୍ଟ୍ରେନ ବିରୋଧରେ ଭାରତୀୟ ଭ୍ୟାକସିନ ସମ୍ପୂର୍ଣ୍ଣ କାମ କରୁନାହିଁ। ସତର୍କ ରହିବା ସହ ଭ୍ୟାକସିନ ନେବା ଦରକାର। ରାଜ୍ୟରେ କୋରୋନା ମହାମାରୀର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି।
ଆଗକୁ ଆହୁରି ସଂକ୍ରମଣ ବଢ଼ିପାରେ। ସୁରତ ଏହା ମଧ୍ଯରେ ହଟସ୍ପଟ ହୋଇସାରିଛି। ସେଠାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ ଆବଶ୍ୟକ ହୋଇପଡିଛି। ସଂକ୍ରମଣରୁ ଦୂରରେ ରହିବା ପାଇଁ ଡବଲ ମାସ୍କ ପିନ୍ଧିବା ଜରୁରୀ ହୋଇପଡିଲାଣି। ସାନିଟାଇଜର (Sanitizer) ବ୍ୟବହାର ଅପେକ୍ଷା ଗ୍ଲୋଭସ (Gloves), ସାବୁନ (Soap) ବ୍ୟବହାରକୁ ଅଧିକ ଧ୍ୟାନ ଦିଆଯିବା ଦରକାର ବୋଲି ମତ ଦେଇଛନ୍ତି ବିଶେଷଜ୍ଞ।
Also Read: Lockdown Returns: ଜାଣନ୍ତୁ କେଉଁ ଜିଲ୍ଲାରେ ହେଲା ତାଲାବନ୍ଦ
ପୂର୍ବରୁ ପଞ୍ଜାବ ଷ୍ଟ୍ରେନ ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ। କରୋନାକୁ ନେଇ ଦିନକୁ ଦିନ ବିଭିନ୍ନ ପ୍ରକାର ମତ ପ୍ରକାଶ ପାଇବାରେ ଲାଗିଛି। କେତେ ବେଳେ ବ୍ରିଟେନ (Britain), ଦକ୍ଷିଣ ଆଫ୍ରିକା (South Africa) ଆଉ କେତେବେଳେ ଅନ୍ୟ କୌଣସି ଦେଶରେ ପ୍ରକୋପ ଦେଖାଉଥିବା ଅନ୍ୟ କୋରୋନା ଷ୍ଟ୍ରେନକୁ (Corona Strain) ନେଇ ଚର୍ଚ୍ଚା ଜୋର ଧରିଛି। ଓଡିଶାରେ କେଉଁ ବେଶୀ ବ୍ଯାପୁଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବିଦେଶୀ ନୁହେଁ ଭାରତୀୟ ଷ୍ଟ୍ରେନ (Indian Strain) ସଂକ୍ରମଣ ବଢାଇବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ।
Also Read: Fights with Corona: Vaccine ନୁହେଁ Tablet କରିବ ଆରୋଗ୍ୟ
ଗତ ୩-୪ ଦିନ ହେବ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ସରକାର, ସ୍ବାସ୍ଥ୍ୟ ବିଭାଗ ସମସ୍ତେ ଚିନ୍ତାରେ ରହିଥିଲେ। କଟକ, ଭୁବନେଶ୍ବର, ସୁନ୍ଦରଗଡ, ନୂଆପଡା ଜିଲ୍ଲାରେ ପ୍ରତିଦିନ ବୃଦ୍ଧି ପାଉଥିବା ସଂକ୍ରମଣ ଆଗକୁ ଆହୁରି ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ରାଜଧାନୀ ଭୁବନେଶ୍ବର ଏବେ ରାଜ୍ୟର ହଟସ୍ପଟ ହେବାକୁ ଯାଉଥିବା ବେଳେ ୪ର୍ଥ ଦିନ ମଧ୍ୟ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଶହ ପାର କରିଛି।
ଭୁବନେଶ୍ବରର ପୋଖରୀପୁଟ ଅଞ୍ଚଳର କୋକିଳା ଗ୍ରୀନ ଆପାର୍ଟମେଣ୍ଟରେ ମାଆ ପୁଅ କରୋନା ପଜିଟିଭ ହେବା ପରେ ସେହି ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ଆରଟି ପିସିଆର ଟେଷ୍ଟ (RT PCR Test) କରିବାକୁ ନିଷ୍ପତ୍ତି ନେଇଛି ବିଏମସି।
Also Read: ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant
ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବା ପାଇଁ ଏହି ଟେଷ୍ଟ ସଂଖ୍ୟା ୮ ହଜାରରୁ ୧୧ ହଜାରକୁ ବୃଦ୍ଧି କରାଯାଇଛି। ହେଲେ ମଧ୍ୟ ଆସନ୍ତା କାଲି ୨୨୨ ଜଣଙ୍କ ରିପୋର୍ଟ ଆସିବା ପରେ କେଉଁ ପ୍ରକାରର ଷ୍ଟ୍ରେନ ଦ୍ବାରା ଓଡିଶାବାସୀ ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ପାରିବ। ଏହାକୁ ନଜରରେ ରଖି ନୂଆ ରଣନୀତି ଆଧାରରେ କୋରୋନା ବିରୋଧରେ ଲଢେଇ କରିବାକୁ ଯୋଜନା ରଖିଛି ପ୍ରଶାସନ।