Lockdown Returns: ଜାଣନ୍ତୁ କେଉଁ ଜିଲ୍ଲାରେ ହେଲା ତାଲାବନ୍ଦ
Advertisement

Lockdown Returns: ଜାଣନ୍ତୁ କେଉଁ ଜିଲ୍ଲାରେ ହେଲା ତାଲାବନ୍ଦ

ଲକଡାଉନ ସମୟରେ ସମସ୍ତ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିବ।

Lockdown Returns: ଜାଣନ୍ତୁ କେଉଁ ଜିଲ୍ଲାରେ ହେଲା ତାଲାବନ୍ଦ

ନୂଆଦିଲ୍ଲୀ: ପ୍ରଥମେ ଷ୍ଟ୍ରେନ ଆଉ ଏବେ ଦେଶରେ ଆତଙ୍କ ଖେଳାଇଛି କୋରୋନା ଭ୍ୟାରିଏଣ୍ଟ। ଅନ୍ୟପଟେ ଏହି ମହାମାରୀର ମୁକାବିଲା ପାଇଁ ଟୀକାକରଣ ଜାରି ରହିବା ସହ କେତେକ ସ୍ଥାନରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲଗାଗଲାଣି। ହେଲେ ଗତ ବର୍ଷ ଭଳି ଚଳିତ ବର୍ଷ ଲକଡାଉନ ଲାଗୁ ହେବ କି ନାହିଁ ସେ ନେଇ ଚର୍ଚ୍ଚା ଜୋରସୋରରେ 

ଏହି ନିଷ୍ପତ୍ତିକୁ ବିଦ ଠାରେ କାର୍ଯ୍ୟକାରୀ କରାଯାଇଥିବା ଜଣାପଡିଛି। କୋରୋନ ସଂକ୍ରମଣ ଜନିତ ମାମଲା ବଢିବା ପରେ ମହାରାଷ୍ଟ୍ରର ଏହି ଜିଲ୍ଲାରେ ମାର୍ଚ୍ଚ ୨୬ ତାରିଖ ଶୁକ୍ରବାର ଠାରୁ ଅପ୍ରେଲ ୪ ତାରିଖ ପର୍ଯ୍ୟନ୍ତ   ଲକ ଡାଉନ ଲାଗୁ କରାଯାଇଛି। ଜିଲ୍ଲାରେ କୋରାନା ମହାମାରୀର ମୁକାବିଲା କରିବାକୁ ଯାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।                  

ଲକଡାଉନ ସମୟରେ ସମସ୍ତ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିବ। ଏହି ସମୟରେ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକଡାଉନ ବେଳେ ସମସ୍ତ ଜରୁରୀକାଳୀନ ସେବା ପୂର୍ବବତ୍ ଜାରି ରହିବ।

Also Read: ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant

କୋରୋନା ମହାମାରୀର ଦ୍ୱିତୀୟ ଲହର ଆସିବା ପରେ ମହାରାଷ୍ଟ୍ରରେ ଗତକାଲି ରେକର୍ଡ ସଂଖ୍ୟକ ୨୮ ହଜାର କୋରୋନାସଂକ୍ରମିତ ଚିହ୍ନଟ ହେବା ସହ ୧୩୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରାଜ୍ୟରେ ୨୫ ଲକ୍ଷ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ୫୩,୫୮୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି ରାଜଧାନୀ ମୁମ୍ବାଇରେ ୩ ଲକ୍ଷ ୬୯ ହଜାର ୪୫୧  କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧,୬୦୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କୋରୋନା ଆରୋଗ୍ୟ ହାର ୮୯.୨୨ ପ୍ରତିଶତରୁ ହ୍ରାସ ପାଇ ୮୮.୭୩ ପ୍ରତିଶତରେ ପହଞ୍ଚିଛି।