ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant
Advertisement

ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant

ଏବେ ଦେଶରେ ନୂଆ କୋରୋନା ଭ୍ୟାରିଏଣ୍ଟ ଦେଖିବାକୁ ମିଳିଲାଣି।

ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ଦେଖିବାକୁ ମିଳିଲାଣି କୋରୋନା ମହାମାରୀର କରାଳ ରୂପ। ଦିନକୁ ଦିନ ବିଭିନ୍ନ ରାଜ୍ୟରେ କୋରୋନା ସଂକ୍ରମଣ ଜନିତ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି। ପୂର୍ବ ବର୍ଷ ଭଳି   ଚଳିତ ବର୍ଷ ମାର୍ଚ୍ଚ ମାସରୁ ଅଚାନକ କୋଭିଡ୧୯ ମାମଲା ବଢିଚାଲିବା ବର୍ତ୍ତମାନ ଦେଶ ଲାଗି ଏକ ସତର୍କ ଘଣ୍ଟି ଭାବେ ଉଭାହୋଇଛି। 

ଏବେ ଦେଶରେ କୋରୋନାର ନୂଆ ନୂଆ ଭ୍ୟାରିଏଣ୍ଟ (New Corona Variant) ଦେଖିବାକୁ ମିଳିଲାଣି। ଏପରି ଧରଣର ପ୍ରାୟ ୭୭୧ ନୂଆ ଭ୍ୟାରିଏଣ୍ଟ ଦେଶର ବିଭିନ୍ନ ଭାଗରେ ଦୃଶ୍ୟମାନ ହେଲାଣି। ଯାହର ଫଳ ସ୍ୱରୂପ ଦେଶରେ କୋଭିଡ୧୯ ସଂକ୍ରମଣ ଜନିତ ମାମଲା ଦିନକୁ ଦିନ ବଢିଚାଲିଛି। ସ୍ଥିତି ଏପରି ହୋଇଛି କୋରୋନା କବଳରୁ ଶରୀରକୁ ରକ୍ଷା କରିବାରେ ଅସମର୍ଥ ହୋଇପଡିଛି ରୋଗ ପ୍ରତିରୋଧକ ଶକ୍ତି (Immunity)।

Also Read: China Vaccine ନେଇ ବିପଦରେ Pakistan PM Imran Khan

କୋଭିଡ୧୯ ମହାମାରୀ ମୁକାବିଲା କରିବାକୁ ଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୦ଟି ଜାତୀୟ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଥିଲା। ଯାହା ମାଧ୍ୟମରେ କୋରୋନା ଭାଇରସର ନୂଆ ନୂଆ ଲକ୍ଷଣ ଉପରେ  ଗବେଷଣା କରଯାଉଛି। ଏନେଇ ୧୦ ହଜାର ୭୮୭ କୋରୋନା ନମୁନା ପରୀକ୍ଷା କରିବାରୁ ଜଣାପଡିଲା ଦେଶରେ ୭୭୧ ପ୍ରକାର କୋରୋନା ଭ୍ୟାରିଏଣ୍ଟ ସକ୍ରିୟ ରହିଥିବାର ଜଣାପଡିଛି। 

Also Read: ଔକାତକୁ ଆସିଗଲା ପାକିସ୍ତାନ; ଭାରତରୁ ମାଗଣାରେ ନେବ କୋରୋନା ଟିକା!

 

ଚିହ୍ନଟ ହୋଇଥିବା ସମସ୍ତ ଭ୍ୟାରିଏଣ୍ଟ ମଧ୍ୟରୁ ୭୩୬ ବ୍ରିଟେନ, ୩୪ ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ନମୁନା ବ୍ରାଜିଲ ଠାରେ ଦୃଶ୍ୟମାନ ହୋଇସାରିଛି। ଯେଉଁ ଲୋକଙ୍କ ଠାରେ ଏହି ନମୁନା ରହିଥିବାର ଚିହ୍ନଟ ହୋଇଛି  ସେମାନେ ବିଦେଶ ଯାତ୍ରା କରିଛନ୍ତି କିମ୍ବା ସେମାନେ ଏପରି ନମୁନା ରହିଥିବା ଲୋକଙ୍କ ସଂଶ୍ପର୍ଷରେ ଆସିଛନ୍ତି। ଏହି ପରୀକ୍ଷାରୁ ଜଣାପଡିଛି ଗତ ବର୍ଷ ତୁଳନାରେ ଏ ବର୍ଷ କୋରୋନା ଭାଇରସ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ରହିଛି। ଭାରତରେ ଦୃଶ୍ୟମାନ ହେଉଥିବା ନୂଆ କୋରୋନା ଭ୍ୟାରିଏଣ୍ଟ ବିଶ୍ୱର ୧୬ଟି ଦେଶରେ ଦୃଶ୍ୟମାନ ହୋଇସାରିଛି।

Also Read: ବନ୍ଧୁଦେଶକୁ ମିଳିଲା ଟିକା; ବାଦ ପଡିଲା ଶତ୍ରୁ ଦେଶ ପାକିସ୍ତାନ

 

ଯାହାର ଫଳସ୍ୱରୂପ କୋଭିଡ୧୯ ସଂକ୍ରମଣ ବଢିଚାଲିଛି। ଏହାକୁ ନିୟନ୍ତ୍ରଣ କରିବାରେ ମଣିଷ ଶରୀରରେ ରହିଥିବା ରୋଗ ପ୍ରତିରୋଧକ ଶକ୍ତି ବିଫଳ ହୋଇଛି। କେରଳର ୧୧ ଜିଲ୍ଲାରେ ହୋଇଥିବା ୧୨୩ ନମୁନାର ହୋଇଥିବା କାରୋନା ପରୀକ୍ଷାରୁ ଜଣାପଡିଛ କେତେକ ଲୋକଙ୍କ ଶରୀରେ ନୂଆ ଭ୍ୟାରିଏଣ୍ଟ ପ୍ରଭାବ ଏପରି ସ୍ଥିତିରେ ରହିଛି ଯେଉଁଠି ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବଶୂନ୍ୟ ହୋଇଛି। ଆନ୍ଧ୍ର ପ୍ରଦେଶର ୩୩ ପ୍ରତିଶଥ ଏବଂ ତେଲେଙ୍ଗାନାରେ ୫୩ଟି ନମୁନା କ୍ଷେତ୍ରରେ ଏପରି ନୂଆ ଭ୍ୟାରିଏଣ୍ଟ ଦେଖିବାକୁ ମିଳିଛି।