ଫାଇଜର ବୈଜ୍ଞାନିକ ଡୋଲଷ୍ଟେନ କହିଛନ୍ତି କୋରୋନା କବଳରୁ ରକ୍ଷା ପାଇବା ଲାଗି ଏବେ ଟିକାକରଣ କରାଯାଉଛି।
Trending Photos
ୱାଶିଂଟନ: ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ଦେଶ ପକ୍ଷରୁ ଜାରି ରହିଛି ପ୍ରୟାସ। ଜନସାଧରଣଙ୍କୁ ଟିକାକରଣ ଠାରୁ ଆରମ୍ଭ କରି ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ କାର୍ଯ୍ୟ କରୁଛନ୍ତି ବିଭିନ୍ନ ଦେଶ।
ଏହି କ୍ରମରେ ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ (American Pharma Company) ଫାଇଜର (Pfizer) ପକ୍ଷରୁ ଦାବି କରାଯାଇଛି ଏପରି ଏକ ବଟିକାର (Tablet) ମାନବ ପରୀକ୍ଷଣ (Human Trial) କରାଯାଉଛି ଯାହାକୁ କେହି ଜଣେ ବ୍ୟବହାର କଲେ ସେ କୋରୋନା (Corona) କବଳରୁ ମୁକ୍ତ ହୋଇପାରିବ।ଏନେଇ କମ୍ପାନୀର କହିବା କଥା ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କୋରୋନାର ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ ଯଦି କେହି ଏହି ବଟିକାକୁ ସେବନ କରନ୍ତି ତାହେଲେ ସେ ଅନେକ ଦୃଷ୍ଟିକୋଣରୁ କୋରୋନା କବଳରୁ ମୁକ୍ତ ହୋଇ ପାରିବ।
Also Read: Lockdown Returns: ଜାଣନ୍ତୁ କେଉଁ ଜିଲ୍ଲାରେ ହେଲା ତାଲାବନ୍ଦ
ଏନେଇ ଫାଇଜର ବୈଜ୍ଞାନିକ (Pfizer Scientist) ମିକା ଡୋଲଷ୍ଟେନ (Mika Dolsten) କହିଛନ୍ତି କୋରୋନା କବଳରୁ ରକ୍ଷା ପାଇବା ଲାଗି ଏବେ ଟିକାକରଣ କରାଯାଉଛି। ହେଲେ ନୂଆ କୋରୋନା ଷ୍ଟ୍ରେନ ଆସିବା ପରେ କୋରୋନା ସଂକ୍ରମଣର ପ୍ରକୋପ ପୁଣି ଥରେ ବ୍ୟାପିଲାଣି।
ଏ ପର୍ଯ୍ୟନ୍ତ କୋରୋନାର ପ୍ରାଥମିକ ଲକ୍ଷଣ ଥିବା ଲୋକଙ୍କ ଲାଗି ବିଭିନ୍ନ ସ୍ଥାନରେ ଆବଶ୍ୟକୀୟ ଚିକିତ୍ସା ସୁବିଧା ଉପଲବ୍ଧ ନାହିଁ। ଯଦି କମ୍ପାନୀ ଦ୍ୱାରା ବିକଶିତ କରାଯାଉଥିବା ବଟିକାର ମାନବ ପରୀକ୍ଷଣ ସଫଳ ହୁଏ ତାହେଲେ କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସଫଳତା ମିଳିପାରିବ। ଆସନ୍ତା ଏପ୍ରିଲ ମାସରେ ଏହି ବଟିକାର ଦ୍ୱିତୀୟ ତୃତୀୟ ପର୍ୟ୍ୟାୟ ମାନବ ପରୀକ୍ଷଣ କରାଯିବ। ପରୀକ୍ଷଣ ସରିବା ପରେ ଏହାକ ଆପାଦକାଳୀନ ସ୍ଥିତିରେ ବ୍ୟବହାର କରିବା ଲାଗି ଡ୍ରଗ୍ କଣ୍ଟ୍ରୋଲର ବିଭାଗ (Drug Controller Department) ଠାରେ ଆବେଦନ କରାଯିବ।
Also Read: ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant
ଫାଇଜର ବୈଜ୍ଞାନିକ ଡୋଲଷ୍ଟେନଙ୍କ କହିବା ଅନୁସାରେ ମାନବ ପରୀକ୍ଷଣ ଶେଷ ହେବା ପରେ କୌଣସି ବ୍ୟକ୍ତି ଦିନକୁ ୨ ଥର ଏହି ବଟିକାର ଖୋରାକ ନେବେ। ପ୍ରାୟ ୫ ଦିନ ପର୍ଯ୍ୟନ୍ତ ଏହି ବଟିକା ସେବନ କରିବାକୁ ହେବ। ଏହି ବଟିକାକୁ କୋରୋନାର ପ୍ରାଥମିକ ଲକ୍ଷଣ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ସର୍ବପ୍ରଥମେ ପ୍ରୟୋଗ କରାଯିବ। କୋରୋନା ମୁକାବିଲା କ୍ଷେତ୍ରରେ ଏହି ଔଷଧ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ ବୋଲି ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ ଆଶାବାଦୀ ରହିଛି।