ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ, ଜୁନ ୧୭ରେ ଖୋଲିବ ଶିକ୍ଷାନୁଷ୍ଠାନ !
Advertisement

ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ, ଜୁନ ୧୭ରେ ଖୋଲିବ ଶିକ୍ଷାନୁଷ୍ଠାନ !

ସମାଜର ହିତ ପାଇଁ ଏହି ନିଷ୍ପତ୍ତି

ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ, ଜୁନ ୧୭ରେ ଖୋଲିବ ଶିକ୍ଷାନୁଷ୍ଠାନ !

ଭୁବନେଶ୍ୱର: କୋରୋନାର ସ୍ଥିତି ରାଜ୍ୟରେ ଦିନକୁ ଦିନ ଗୁରୁତର ରୂପ ନେବାରେ ଲାଗିଛି। ଫଳରେ ଏଥିରୁ ବର୍ତ୍ତିବା ପାଇଁ ଆଜି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଦେଶରୁ ଲକଡାଉନ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିବା ପୂର୍ବରୁ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନର ଅବଧିକୁ ବୃଦ୍ଧି କରିଛନ୍ତି। ସେପଟେ ଦେଶରୁ ଆସନ୍ତା ୧୪ ତାରିଖରେ ଲକଡାଉନ ଅପସାରଣ ନେଇ କୌଣସି ସ୍ପଷ୍ଟ ଚିତ୍ର ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିନାହିଁ। 

ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ହେବା ପରେ ଲକଡାଉନ ଅବଧି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲକଡାଉନର ଅବଧିକୁ ବୃଦ୍ଧି କରିଛନ୍ତି। ଏହା ସହିତ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସହିତ ହେବାକୁ ଥିବା ବୈଠକରେ ଦେଶରେ ମଧ୍ୟ ଲକଡାଉନକୁ ବୃଦ୍ଧି କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏପରିକି ବର୍ତ୍ତମାନର ସଂକଟ ସମୟରେ ରେଳ କିମ୍ବା ବିମାନ ଚଳାଚଳ ନ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି।

ସେହିପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ ୧୭ ତାରିଖ ପର୍ଯ୍ୟନ୍ତ କୌଣସି ଶିକ୍ଷାନୁଷ୍ଠାନ ଯଥା ସ୍କୁଲ, କଲେଜ ପ୍ରମୁଖ ବନ୍ଦ ରହିବ। ସେହିପରି ଜରୁରୀକାଳୀନ ସେବା ପୂର୍ବଭଳି ଅବ୍ୟାହତି ରହିବ। ମାତ୍ର ଏହି ସବୁ କ୍ଷେତ୍ରରେ ସୋସିଆଲ ଡିଷ୍ଟାନସିଂ ବା ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯିବ। ଏଥିରେ ହେଳା କଲେ ଦଣ୍ଡିତ କରାଯିବ। ସେହିଭଳି ମାଲ ପରିବହନ ପୂର୍ବଭଳି ଚାଲୁ ରହିବ। 

କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି, କୋରୋନା ଭାଇରସ ସମାଜ ପାଇଁ ଏକ ବୃହତ ସମସ୍ୟା। ବର୍ତ୍ତମାନ ଏହା ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇ ସାରିଛି। ଏହି ସମସ୍ୟାକୁ ଆମ ସମସ୍ତଙ୍କୁ ସଠିକ ଢଙ୍ଗରେ ବୁଝିବାରେ ଅଛି। ଏହା ସହିତ ଆମକୁ ସାହସିକତାର ସହିତ ଲଢିବାରେ ଅଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।