ଭୁବନେଶ୍ବର: ଆଉ ଦିନ କେଇଟା ପରେ ଦେବ ଦେବ ମହାଦେବଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ଢେର ପୂର୍ବରୁ ଆରମ୍ଭ ହୋଇଯାଇଛି ରଥ କାମ। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ କାର୍ଯ୍ୟ ସାରିବା ଲାଗି ଜୋରସୋର କାମରେ ମହାରଣା ସେବାୟତ ଲାଗି ପଡିଛନ୍ତି। ସେପଟେ କୋରୋନା ସଂକ୍ରମଣ ରଥଯାତ୍ରା ଉପରେ ସଙ୍କଟର କଳାବାଦଲ ପାଲଟିଛି।


COMMERCIAL BREAK
SCROLL TO CONTINUE READING

ଆସନ୍ତା ୨୦ ତାରିଖରେ  ରୁକୁଣା ରଥଯାତ୍ରା (Rukuna Ratha Yatra) ପଡୁଛି। ଗତବର୍ଷ ଭଳି ଏଥର ମଧ୍ୟ ମହାମାରୀ କୋରୋନା (Coronavirus) ପୁଣି ସଙ୍କଟ ହୋଇ ମୁଣ୍ଡ ଟେକିଛି। ଫଳରେ ଯାତ୍ରା ହେବା ନ ହେବା ନେଇ ଆଶା ଆଶଙ୍କା ଦେଖାଦେଇଛି। ତଥାପି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା କରି ଗତବର୍ଷର ନୀତି ନିର୍ଘଣ୍ଟ ଅନୁଯାଇ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏବେ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି।


Also Read: Coronavirus: ରାଜ୍ୟରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ, କାମ କରିବ ନାହିଁ ଟିକାକରଣ!


ଦୋଳପୂର୍ଣ୍ଣିମା (Dolo purnima) ର କିଛି ଦିନ ପୂର୍ବରୁ ଆରମ୍ଭ ହୋଇ ଏବେ ଜୋରସୋରରେ ଚାଲିଛି ମହାଦେବ ପ୍ରଭୁ ଲିଙ୍ଗରାଜ (Lord Lingaraj) ଙ୍କ ରଥ କାର୍ଯ୍ୟ। ଏବେ ଚକ କାମ ଚାଲିଛି। କମାର କାମ ସାଙ୍ଗକୁ ବଢେଇମାନେ କାଠ ଖୋଦେଇ କରି ଚକ ତିଆରି କରିବାରେ ନିମଗ୍ନ। ଏଥିପାଇଁ ମୋଟ ୫୦ ଜଣ ମିସ୍ତ୍ରୀ ଦିନରାତି ଏକ କରି କାମ ଜାରି ରଖିଛନ୍ତି। ଚକ ଛିଡା କରିବା ପରେ ନାହାକ ଉଠିବା ସହ ଅଖ କାମ ସହ ଅନ୍ୟାନ୍ୟ କାମ ହେବ। ବିଗତ ବର୍ଷ କୋରୋନା କଟକଣାରେ ସମସ୍ତ ପ୍ରସ୍ତୁତି ସତ୍ତ୍ବେ ଶେଷ ମୂହୁର୍ତ୍ତରେ ରଥ ଟଣା ବନ୍ଦ ହେତୁ ଏଥର ପୁଣି କୋରୋନା ଭୟ ଘାରିଛି। ଏଥର ବନ୍ଦ ହେଲେ କ୍ଷୋଭ ରହିଯିବ ବୋଲି ମୁଖ୍ୟ ମହାରଣା ବଟକୃଷ୍ଣ ମହାରଣା କହିଛନ୍ତି।



ସେପଟେ ଆଶା ଆଶଙ୍କାରେ ରହିଛି ରୁକୁଣା ରଥଯାତ୍ରା। କାରଣ ଗତବର୍ଷ ଭଳି ଏଥର ପୁଣି କୋଭିଡ ମହାମାରୀ ମୁଣ୍ଡ ଟେକିଛି। ତଥାପି ବଢେଇମାନଙ୍କ ଠାରୁ ଆରମ୍ଭ କରି ମନ୍ଦିର ସେବାୟତ ଓ ମନ୍ଦିର (Lingraj Temple) ପ୍ରଶାସନ ମିଳିତ ଭାବେ ପ୍ରସ୍ତୁତି ପର୍ବ ଆଗେଇଛନ୍ତି। ଗୋଟିଏ ପଟେ ରଥ କାମ ତ ଚାଲିଛି ଅପରପଟେ ମନ୍ଦିର କାର୍ଯ୍ୟାଳୟରେ ସେବାୟତମାନଙ୍କ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋଚନା କରି ଗତବର୍ଷର ନୀତି ନିର୍ଘଣ୍ଟ ଅନୁଯାୟୀ ବ୍ୟବସ୍ଥା କରିଥିବା କହିଛନ୍ତି।


Also Read: ଆସନ୍ତାକାଲି ୧୭ ଜିଲ୍ଲାରେ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କଲେ SRC


ଗତବର୍ଷର ନୀତି ନିର୍ଘଣ୍ଟ ଅନୁସାରେ ରଥାଯାତ୍ରା ଦିନ ଭୋର ୫ଟାରେ ସାହଣାମେଲା ଦର୍ଶନ କରାଯିବା ପରେ ରୋଷ, ହୋମ ଓ ପାକ ଆଦି କାର୍ଯ୍ୟ ଆରମ୍ଭ କରାଯିବ। ଅପରାହ୍ନ ୪ଟାରେ ରଥ ଟଣାହେବାକୁ ସ୍ଥିର ହୋଇଛି। ତେବେ ଆସନ୍ତା ୯ ତାରିଖରେ ମନ୍ଦିର ଟ୍ରଷ୍ଟ ବୋର୍ଡ ବୌଠକରେ ଏନେଇ ମୋହର ବାଜିବାକୁ ଅପେକ୍ଷା ରହିଥିବା ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ କହିଛନ୍ତି।