ଆସନ୍ତାକାଲି ୧୭ ଜିଲ୍ଲାରେ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କଲେ SRC
Advertisement
Article Detail0/zeeodisha/odisha878200

ଆସନ୍ତାକାଲି ୧୭ ଜିଲ୍ଲାରେ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କଲେ SRC

ଝାରଖଣ୍ଡ ଓ ଆଖପାଖ ଗାଙ୍ଗେୟଟିକ୍ ପଶ୍ଚିମବଙ୍ଗରେ ସମୁଦ୍ରପତ୍ତନ ଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ଆଉ ଏକ ଘୂର୍ଣ୍ଣିବଳୟ ମଧ୍ୟ ବଳବତ୍ତର ରହିଛି।

 

ଆସନ୍ତା ୨୪ ଘଣ୍ଟାରେ ୧୭ ଜିଲ୍ଲାରେ କାଳବୈାଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କଲେ SRC

ଭୁବନେଶ୍ବର: ୧୭ ଜିଲ୍ଲାକୁ କାଳବୈଶାଖୀ ଡର, ସତର୍କ ରହିବାକୁ ଚିଠି ଲେଖିଲେ ଏସଆରସି। ଦକ୍ଷିଣ ଛତିଶଗଡ ଓ ଏହାର ଆଖପାଖରେ ସମୁଦ୍ର ପତ୍ତନ ଠାରୁ ୨.୧ କିଲୋମିଟର ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ଝାରଖଣ୍ଡ ଓ ଆଖପାଖ ଗାଙ୍ଗେୟଟିକ୍ ପଶ୍ଚିମବଙ୍ଗରେ ସମୁଦ୍ରପତ୍ତନ ଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ଆଉ ଏକ ଘୂର୍ଣ୍ଣିବଳୟ ମଧ୍ୟ ବଳବତ୍ତର ରହିଛି।

ଛତିଶଗଡ ଓ ଝାଡଖଣ୍ଡର ଘୁର୍ଣ୍ଣିବଳୟ ପ୍ରଭାବାରେ ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ୧୭ ଜିଲ୍ଲାରେ କାଳବୈାଶାଖୀ (Thunderstorm) ଅନୁମାନ କରାଯାଉଛି। ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେଉଁଝର, ମୟୂରଭଂଜ, ଢେଙ୍କାନାଳ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, ଗଂଜାମ, ସୋନପୁର, ସମ୍ବଲପୁର, ଦେଓଗଡ ଓ ସୁନ୍ଦରଗଡରେ ବିଜୁଳି ଘଡଘଡି ବଜ୍ରପାତ ଓ କୂଆପଥର ସହ ସର୍ବାଧିକ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ।

Also Read: ଆଉ ୪୮ ଘଣ୍ଟା କାଳବୈଶାଖୀ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୧୭ ଜିଲ୍ଲାରେ ହାଲୁକା ବର୍ଷା (Rain) ହେବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତାକାଲି ଠାରୁ ପାଗ (Odisha Climate) ରେ ପରିବର୍ତ୍ତନ ହେବ। ତେଣୁ ପରବର୍ତ୍ତୀ ସମୟ ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ। ତେବେ ଉତ୍ତର ଉପକୂଳ ଓଡିଶାର (Costal Odisha) କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି।

fallback

ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତୀତ ରହିବ। କିନ୍ତୁ ଏହାପରେ ତାପମାତ୍ରା (Temprature) ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ କେନ୍ଦ୍ର (IMD) ଆକଳନ କରିଛି। ସେପଟେ ୟେଲୋ ୱାର୍ଣ୍ଣିଂ (Yellow Warning) ଥିବା ୧୭ ଜିଲ୍ଲାରେ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ଚିଠି ଯୋଗେ ଆଲର୍ଟ କରିଛନ୍ତି।